ଜନ୍ମକଲା ମା’ ସାଜିଲା ପିଶାଚୀ, ୩ ମାସର ପୁଅର କାନ୍ଦ ସହିନପାରି ପାଣି ଟାଙ୍କିରେ ଫିଙ୍ଗି ମାରିଦେଲା

ଜନ୍ମକଲା ମା' ସାଜିଲା ରାକ୍ଷସୀ। ଯେଉଁ ଛୁଆକୁ ୧୦ ମାସ ଗର୍ଭରେ ଧରି ଜନ୍ମ କଲା। ସେହି ଛୁଆର କାନ୍ଦରେ ବିରକ୍ତ ହୋଇଗଲା। ଆଉ ପାଣିଟାଙ୍କିରେ ଫିଙ୍ଗି ମାରିଦେଲା।

ଗୁଜୁରାଟ: ରାକ୍ଷସୀ ମା’ ନିଜ ଜନ୍ମ କଲା ପିଲାର କାନ୍ଦ ସହିପାରିଲାନି। ନିଜ ହାତରେ ନିଜର ୩ ମାସର କୁନି ପୁଅକୁ ମାରିଦେଲା। ଯେଉଁ ଛୁଆ ପାଇଁ ୧୦ ମାସ ଗର୍ଭ ଯନ୍ତ୍ରଣା ସହିଲା। ଶେଷରେ ସେହି ପୁଅର କାନ୍ଦ ସହିପାରିଲାନି।

ଆଉ ପିଶାଚୀ ସାଜିଲା। ବାରମ୍ୱାର ପୁଅ କାନ୍ଦିବାରୁ ଘରର ପାଣି ଟାଙ୍କିରେ ଫିଙ୍ଗି ମାରିଦେଲା। ଆଉ ସ୍ୱାମୀ ପାଖରେ ଅଭିନୟ କଲା। ମୋ ପୁଅକୁ କିଏ ନେଇଯାଇଛି। ମତେ ଶୀଘ୍ର ଖୋଜିକି ଆଣି ଦିଅ। ସ୍ୱାମୀ ବି ପୁଅକୁ ନପାଇ ଥାନାରେ ଅଭିଯୋଗ କଲା। ଆଉ ସବୁ ସତ ସାମ୍ନାକୁ ଆସିଲା।

ମା’: ଦୁନିଆର ସବୁଠୁ ସୁନ୍ଦର ଶବ୍ଦ ହେଉଛି ମାଆ। ତ୍ୟାଗ ଆଉ ତପସ୍ୟାର ପ୍ରତୀକ ମାଆ। ଏହି ଦୁଇ ଅକ୍ଷରରୁ ହିଁ ଜୀବନର ଆରମ୍ଭ। ମାଆ ଏଭଳି ଶବ୍ଦ ଯାହାକୁ ଶବ୍ଦରେ ବଖାଣି ହେବନି। ମାଆ ଥିଲେ ସଂସାରରେ ସବୁ ଥିଲା ପରି ଲାଗେ।

ମା’ ଶବ୍ଦଟି ଆକାଶ ପରି ବ୍ୟାପକ ଓ ମାଟି ଠାରୁ ଅଧିକ ନିବିଡ। ସେଥିପାଇଁ ତ ମା’ ହେଉଛି ମମତାର ଦେବୀ। ମା କେବଳ ଶବ୍ଦ କି ସମ୍ବୋଧନ ନୁହେଁ ସେ ଆମ ଜୀବନ ନାଆର ନାଉରୀ। ମା’ ଓ ସନ୍ତାନର ବନ୍ଧନ ମାତୃଗର୍ଭରୁ ହିଁ ହୋଇଥାଏ। ନିଜେ ଜଳି ସନ୍ତାନଙ୍କୁ ଆଲୋକ ଦେଖାଏ ମାଆ।

ପିଶାଚି ମା’: ହେଲେ ଏଠି ମା ସାଜିଛି ରାକ୍ଷସୀ। ଆଉ ନିଜ ଜନ୍ମକଲା ୩ ମାସର ଛୁଆକୁ ଖାଇଯାଇଛି। ହଁ ଏପରି ଏକ ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଗୁଜୁରାଟର ଅହମ୍ମଦାବାଦରେ। ଜଣେ ୨୨ ବର୍ଷୀୟା ମହିଳା ତାଙ୍କ ଜନ୍ମକଲା ପୁଅକୁ ପାଣି ଟାଙ୍କିରେ ଫିଙ୍ଗି ଦେଇଥିବା ଘଟଣା ସାମ୍ନାକୁ ଆସିଛି।

କାରଣ ଛୁଆଟି ସବୁବେଳେ କାନ୍ଦୁଥିଲା। ଯେଉଁଥିରେ ବିରକ୍ତ ହୋଇଯାଇଥିଲା ପିଶାଚି ମା’। ଆଉ ପୁଅର କାନ୍ଦ ସହି ନ ପାରି ସବୁ ଦିନ ପାଇଁ ତା ମୁହଁ ବନ୍ଦ କରିଦେବାକୁ ନିଷ୍ପତ୍ତି ନେଲା। ଆଉ ଘରର ପାଣି ଟାଙ୍କିରେ କୁନି ଶିଶୁପୁତ୍ରକୁ ଫିଙ୍ଗିଦେଲା।

ସ୍ୱାମୀ ଆଗରେ ନାଟକ: ଆଉ ନିଜର ପାପ ଲୁଚାଇବାକୁ ଯାଇ ସ୍ୱାମୀ ଆଗରେ ବାହାନା କଲା କି ମୋ ପୁଅ କୁଆଡେ ନିଖୋଜ ହୋଇଯାଇଛି। ଏନେଇ ସ୍ୱାମୀ ଜଣକ ମେଘାଣୀନଗର ପୋଲିସ ଷ୍ଟେସନରେ ପୁଅ ହଜିବା ନେଇ ଏକ ଏତଲା ଦେଇଥିଲେ।

ପୋଲିସ ସୋମବାର ଦିନ ଅମ୍ବିକାନଗର ଅଞ୍ଚଳରେ ଥିବା ତାଙ୍କ ଘରର ପାଣି ଟାଙ୍କିରୁ ଶିଶୁଟିର ମୃତଦେହ ପାଇଥିଲା। ପୋଲିସ ତଦନ୍ତରୁ ଜାଣିବାକୁ ପାଇଲା ଯେ ମା’ ହିଁ ପାଣି ଟାଙ୍କିରେ ପିଲାଟିକୁ ଫିଙ୍ଗି ଦେଇଥିଲା। ପରେ ଅଭିଯୁକ୍ତ ମା’କୁ ଗିରଫ କରିଥିଲା।