fbpx

ମଧ୍ୟପ୍ରଦେଶରେ ଶିବରାଜ ସିଂ ଚୌହାନଙ୍କ ବିରୁଦ୍ଧରେ ଲଢିବେ ହନୁମାନ, ଜାଣନ୍ତୁ କିଏ ଏହି ହନୁମାନ

ଭୋପାଳ: ମଧ୍ୟପ୍ରଦେଶ ନିର୍ବାଚନକୁ ନେଇ କଂଗ୍ରେସ ଏହାର ପ୍ରଥମ ତାଲିକା ଜାରି କରିଦେଇଛି । ଏହି ତାଲିକାରେ କଂଗ୍ରେସ ୧୪୪ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଏଥିରେ ବହୁ ବଡ ବଡ ନାମ ବି ସାମିଲ ରହିଛି । ତେବେ କଂଗ୍ରେସ ବୁଧନୀ ବିଧାନସଭା ସିଟ୍‌ରୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ବିରୁଦ୍ଧରେ ରାମାୟଣର ହନୁମାନଙ୍କୁ ପ୍ରାର୍ଥୀ କରିଛି । ଏହି ତାଲିକାରେ କମଳନାଥଙ୍କ ସହିତ କଂଗ୍ରେସର ବହୁ ବଡ ନେତାଙ୍କ ନାମ ରହିଛି ।

ଆଜି ସକାଳେ କଂଗ୍ରେସ ଏହାର ୧୪୪ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି । ଏହି ତାଲିକାରେ କଂଗ୍ରେସ ବୁଧନୀ ବିଧାନସଭା ସିଟ୍‌ରୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ବିରୁଦ୍ଧରେ ହନୁମାନ ଅର୍ଥାତ୍ କଂଗ୍ରେସ ପ୍ରାର୍ଥୀ ବିକ୍ରମ ମାସ୍ତାଲଙ୍କୁ ଛିଡା କରୁଛି । ବିକ୍ରମ ୨୦୦୮ରେ ଆସିଥିବା ରାମାୟଣରେ ହନୁମାନ ଭୂମିକା ନିଭାଇଥିଲେ । ବିକ୍ରମ ଜଣେ ଅଭିନେତା ଯିଏ ଫିଲ୍ମରେ ବି କାମ କରିଛନ୍ତି । ଏବେ କଂଗ୍ରେସ ମଧ୍ୟପ୍ରଦେଶର ବିଜେପି ନେତାଙ୍କ ସାମ୍ନାରେ ହନୁମାନଙ୍କୁ ଛିଡା କରି ଦେଇଛି ।

ତେବେ ଏଠାରେ ସୂଚାଇ ଦିଆଯାଇପାରେ ଯେ ବିକ୍ରମ ୩ ମାସ ତଳେ ହିଁ କଂଗ୍ରେସରେ ସାମିଲ ହୋଇଥିଲେ । ବିକ୍ରମ ବୁଧନୀରେ ରୁହନ୍ତି । କଂଗ୍ରେସର ସଦସ୍ୟତା ଗ୍ରହଣ କରିବା ପରେ ସେ ପୁରା ତତ୍ପର ହୋଇ ଉଠିଛନ୍ତି । ସଦସ୍ୟତା ଗ୍ରହଣ ପରେ ସେ କହିଛନ୍ତି ହନୁମାନଙ୍କ ପ୍ରକୃତ କାମ ହେଉଛି ସେବା କରିବା ।

Get real time updates directly on you device, subscribe now.