fbpx

ହେଲମେଟ ନ ପିନ୍ଧି ଜରିମାନା ଦେଲେ ସାଂସଦ

ରାୟଗଡ଼ା, ୨୭ା୧୨ (ଓଡିଶା ଭାସ୍କର): ଟ୍ରାଫିକ ନିୟମ ଅବମାନନା କରି ଜଣେ ସାଂସଦ ଜରିମାନା ଦେଇଛନ୍ତି । ସାଂସଦଙ୍କ ସହ ବିଜୁ ଜନତା ଦଳର କିଛି କର୍ମୀଙ୍କ ମଧ୍ୟ ଜରିମାନା ଦେଇଥିବା ଜଣାପଡ଼ିଛି ।

ବିଜେଡିର ୨୪ତମ ପ୍ରତିଷ୍ଠା ଦିବସ ଅବସରରେ ଦଳୀୟ କର୍ମୀଙ୍କ ସହିତ ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓ ଏକ ସ୍କୁଟିରେ ବିନା ହେଲମେଟରେ ରାଲିରେ ବାହାରିଥିଲେ । ଏହାପରେ ପୋଲିସ ସାଂସଦଙ୍କ ନିକଟରେ ପହଞ୍ଚି ତାଙ୍କଠାରୁ ୫୦୦ ଟଙ୍କା ଜରିମାନା ଆଦାୟ କରିଥିଲା । ଜଣେ ସାଂସଦ ହୋଇ ସରକାରୀ ନିୟମ ଅବମାନନା କରି ଜରିମାନା ଦେବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।

Get real time updates directly on you device, subscribe now.