ସୁଲତା ହେବେ ବିଜେଡିରୁ OUT! ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଘନେଇଲାଣି ବିବାଦ

ଭୁବନେଶ୍ୱର: ବିଜେଡି ରାଜ୍ୟ ସଭା ସାଂସଦ ସୁଲତାଙ୍କ ପୋଷ୍ଟକୁ ନେଇ ସଂଖ୍ୟାଲଘୁ ସଂଘର ତୀବ୍ର ପ୍ରତିକ୍ରିୟା । ସୁଲତାଙ୍କ ପୋଷ୍ଟ ସତ ହୋଇଥିଲେ ସାଂଘାତିକ ।

ଯଦି ସୁଲତାଙ୍କ ପୋଷ୍ଟ ସତ ହୋଇଥାଏ ତେବେ ସଂଖ୍ୟାଲଘୁ ସଂଘ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସତର୍କ କରିଛନ୍ତି ।

ଓ୍ୱକଫ ବିଲ୍ ପ୍ରସଙ୍ଗରେ ପ୍ରଥମ ଥର ପାଇଁ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ସପକ୍ଷରେ ବାହାରିଲେ ସାଂସଦ ସୁଲତା ଦେଓ। ଯେତେବେଳେ କି ପ୍ରାୟ ବିଜେଡି ନେତା ଓ କର୍ମୀ ସସ୍ମିତଙ୍କ ବିରୋଧରେ ମନ୍ତବ୍ୟ ଦେଉଛନ୍ତି, ସେତେବେଳେ ସୁଲତା ସସ୍ମିତଙ୍କ ପକ୍ଷ ନେଇଛନ୍ତି।

କେବଳ ସସ୍ମିତଙ୍କ ସମର୍ଥନରେ ସୁଲତା ବାହାରିଛନ୍ତି ତାହା ନୁହେଁ। ନବୀନଙ୍କ ଏକ ଭିଡିଓ ସେୟାର କରିଛନ୍ତି ଏବଂ କହିଛନ୍ତି ବିବେକାନୁମୋଦିତ ଭୋଟିଂ ଦେବା ପାଇଁ ନବୀନ କହିଥିଲେ। ଏହାସହ ମୁନା ଖାଁଙ୍କ ଉପରେ ମଧ୍ୟ ବର୍ଷିଛନ୍ତି।

ସୁଲତା ନିଜ ସୋସିଆଲ ମିଡିଆରେ ନବୀନଙ୍କର ଏକ ଭିଡ଼ିଓ ସେୟାର କରିବା ସହ ମୁନା ଖାଁକୁ ଟାର୍ଗେଟ କରିଛନ୍ତି। ଏବଂ କହିଛନ୍ତି ଏପ୍ରିଲ ୭ ତାରିଖରେ ନବୀନ ନିବାସ ଆସିଥିଲେ ମୁନା ଖାଁ। ବିବେକାନୁମୋଦିତ ଭୋଟିଂ ଦେବା ପାଇଁ ନବୀନ କହିଥିଲେ।

ସବୁ ଜାଣିବା ପରେ ବି ମୁନା ଖାଁ ସସ୍ମିତ ଭାଇଙ୍କ ପ୍ରତି ଆରୋପ ଲଗାଇଲେ। ମୁନା ଖାଁ ଜାଣିଶୁଣି ସସ୍ମିତ ଭାଇଙ୍କ ଉପରେ ଏପରି ଅଭିଯୋଗ ଲଗାଇଥିବା କହିଲେ ସୁଲତା। ସୋସିଆଲ ମିଡିଆରେ ନବୀନ କହୁଥିବାର ଭିଡ଼ିଓ ମଧ୍ୟ ସେୟାର କଲେ।