fbpx

କଂଗ୍ରେସ ଉପରୁ ହଟୁଛି ଆସ୍ଥା: ଏହି ରାଜ୍ୟ ସଭାପତିଙ୍କ ସହ ୮ ବିଧାୟକ ବିଜେପିରେ ମିଶିବେ ଆଜି!

ନୂଆଦିଲ୍ଲୀ: ବର୍ତ୍ତମାନ ସମଗ୍ର ଭାରତବର୍ଷରେ ରାଜନୈତିକ ପାଣିପାଗ ଗରମ ରହିଥିବା ବେଳେ ମଣିପୁରରୁ କଂଗ୍ରେସ ପାଇଁ ଏକ ଅଶୁଭ ଖବର ଆସିଛି । ଏକ ବିଜେପି ଶାସିତ ରାଜ୍ୟରେ କଂଗ୍ରେସର ସ୍ଥିତି ଯାହା ଥିଲା, ତାହା ପୁଣି ରସାତଳକୁ ଚାଲିଯାଇଥିବା ଦେଖାଦେଇଛି । ତେବେ ଉକ୍ତ ରାଜ୍ୟର ପ୍ରଦେଶ ସଭାପତିଙ୍କ ଇସ୍ତଫା ପରେ ୮ ଜଣ ବିଧାୟକ ବିଜେପିରେ ମିଶିବେ ବୋଲି ଚର୍ଚ୍ଚା ହେଉଛି ।

ସୂତ୍ରରୁ ଜଣାପଡ଼ିଛି ଯେ ମଣିପୁର ପ୍ରଦେଶ କଂଗ୍ରେସ ସଭାପତି ଗୋବିନ୍ଦାସ କାନ୍ଥୋଜମ ନିଜ ପଦରୁ ଇସ୍ତଫା ଦେବା ପରେ ଦଳର ୮ ଜଣ ବିଧାୟକ ବିଜେପିରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଛି । ଯଦି ଏପରି କିଛି ଘଟେ, ତେବେ କଂଗ୍ରେସ ଦଳକୁ ଜୋର୍ ଝଟକା ଲାଗିବା ସହ ବିଜେପି ପାଇଁ ଖୁସିଖବର ହେବ । ଆସନ୍ତା ୨୦୨୨ରେ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ଏହି ସମୟରେ ରାଜ୍ୟର ଶୀର୍ଷ ନେତା ପଦରୁ ଓହରିବା ପରେ ପୁଣି କାହାକୁ ଦାୟିତ୍ୱ ପ୍ରଦାନ କରାଯିବ ତାହା ଚିନ୍ତାର ବିଷୟ । କାରଣ ବିଧାନସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ଆଉ କମ୍ ସମୟ ରହିଥିବାରୁ ନୂଆ ନେତୃତ୍ୱ ଦଳ ଭିତରେ କନ୍ଦଳ ସୃଷ୍ଟି କରିପାରେ । ଗୋବିନ୍ଦାସ କ୍ରମାଗତ ୬ ଥର ବିଷ୍ଣୁପୁର ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି, ସେ କି ରାଜ୍ୟର ଜଣେ କ୍ଷମତାଶାଳୀ ନେତାଙ୍କ ମଧ୍ୟରୁ ଜଣେ ଅଟନ୍ତି । ପୂର୍ବରୁ ବିଧାନସଭାରେ ଦଳର ଚିଫ୍ ହ୍ୱିପ ଭାବେ କାର୍ଯ୍ୟ କରିବା ସହ ରାଜ୍ୟ ମନ୍ତ୍ରିମଣ୍ଡଳରେ କ୍ୟାବିନେଟ ମନ୍ତ୍ରୀ ପାହ୍ୟାରେ ରହିଥିଲେ । ପ୍ରତିଦ୍ୱନ୍ଦ୍ୱୀ ଦଳ ବିଜେପି ୨୦୨୨ ଫାଇଟ୍ ପାଇଁ ଫର୍ମୂଲା ପ୍ରସ୍ତୁତ କରୁଥିବା ବେଳେ କଂଗ୍ରେସର ଆଗଧାଡ଼ିର ବ୍ୟାଟ୍ସମ୍ୟାନ ଆଉଟ୍ ହେବା ଦଳକୁ ମହଙ୍ଗା ପଡ଼ିପାରେ । ଆସନ୍ତା ନିର୍ବାଚନରେ ବିଜେପି ରାଜ୍ୟରେ ପୁଣି ସରକାର ଗଢ଼ିବା ଉଦ୍ଦେଶ୍ୟରେ କିଛିଦିନ ପୂର୍ବରୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପ୍ରଦେଶ ଅଧ୍ୟକ୍ଷଙ୍କୁ ପରିବର୍ତ୍ତନ କରିଥିଲେ।

Get real time updates directly on you device, subscribe now.