fbpx

ଦେଶରେ ମଙ୍କିପକ୍ସର ଦ୍ୱିତୀୟ ମାମଲା, ବିପଜ୍ଜନକ ହେଉଛି କି ଏହି ଭୂତାଣୁ?

ନୂଆଦିଲ୍ଲୀ: କେରଳର ମାଲାପୁରମରେ ଏମପିଓକ୍ସ (ମଙ୍କିପକ୍ସ ଭୂତାଣୁ)ର ଜଣେ ରୋଗୀ ଚିହ୍ନଟ ହୋଇଛନ୍ତି। ଏହି ବ୍ୟକ୍ତି ଜଣକ ୟୁଏଇରୁ ଫେରିଥିଲେ। ଏଥିରେ ମଙ୍କିପକ୍ସର ଲକ୍ଷଣ ଦେଖିବାକୁ ମିଳିଥିଲା। ଅନୁସନ୍ଧାନ ରିପୋର୍ଟରେ ଏହା ଏମପୋକ୍ସ ରେ ସଂକ୍ରମିତ ହୋଇଥିବା ଜଣାପଡିଛି । କେରଳ ର ସ୍ୱାସ୍ଥ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି ।

ସୋସିଆଲ ମିଡିଆ ପ୍ଲାଟଫର୍ମରେ ପୋଷ୍ଟ କରି ସେ କହିଛନ୍ତି ଯେ ୟୁଏଇରୁ ଫେରିଥିବା ବ୍ୟକ୍ତିଙ୍କ ଠାରେ ଏମପିଓକ୍ସର ଲକ୍ଷଣ ଦେଖାଯାଇଥିଲା ଏବଂ ତାଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ଯାଞ୍ଚ ସମୟରେ ଭୂତାଣୁ ନିଶ୍ଚିତ ହୋଇଥିଲା । ଯେଉଁ ମାନଙ୍କର ବିଦେଶ ଭ୍ରମଣ ଇତିହାସ ଅଛି ସେମାନେ ଏହି ଭୂତାଣୁର ଲକ୍ଷଣ ଦେଖାଦେଲେ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇବା ଉଚିତ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

ହସ୍ପିଟାଲରେ ଚିକିତ୍ସା ଓ ଆଇସୋଲେସନ୍ ବ୍ୟବସ୍ଥା କରାଯାଇଛି। ନୋଡାଲ ଅଫିସରଙ୍କ ଫୋନ୍ ନମ୍ବର ମଧ୍ୟ ଦିଆଯାଇଛି। ଏହାବ୍ୟତୀତ ସମସ୍ତ ମେଡିକାଲ କଲେଜରେ ଚିକିତ୍ସା ବ୍ୟବସ୍ଥା କରାଯାଇଛି। କେରଳ ପୂର୍ବରୁ ଦିଲ୍ଲୀର ଜଣେ ବ୍ୟକ୍ତିଙ୍କୁ ମଧ୍ୟ ମଙ୍କିପକ୍ସ ହୋଇଥିବା ଜଣାପଡ଼ିଥିଲା। ଚଳିତ ବର୍ଷ ଭାରତରେ ମଙ୍କିପକ୍ସର ଏହା ପ୍ରଥମ ମାମଲା ଥିଲା। ଏବେ କେରଳରେ ଦ୍ୱିତୀୟ ମାମଲା ସାମ୍ନାକୁ ଆସିଛି ।

କେରଳରୁ ଏହି ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ଟ୍ରେସିଂ କରାଯାଉଛି। ଏମାନଙ୍କ ମଧ୍ୟରୁ କିଛି ଲୋକ ମଙ୍କିପକ୍ସ ନେଗେଟିଭ୍ ଥିବା ଜଣାପଡିଛି । ମଙ୍କିପକ୍ସ ମାମଲା ଚିହ୍ନଟ ହେବା ପରେ କେରଳର ସ୍ୱାସ୍ଥ୍ୟ ବିଭାଗ ସତର୍କ ରହିଛି। ବିମାନବନ୍ଦରରେ ଚେକିଂ ବଢ଼ାଇ ଦିଆଯାଇଛି। ଯଦି କୌଣସି ବ୍ୟକ୍ତିଙ୍କ ଠାରେ ଏମପିଓଏକ୍ସର ଲକ୍ଷଣ ଦେଖାଯାଉଛି ତେବେ ତାଙ୍କୁ ଆଇସୋଲେସନରେ ରଖାଯାଉଛି ।

Get real time updates directly on you device, subscribe now.