fbpx

ଭୟଙ୍କର ହେଲା MPOX ର ନୂଆ ଷ୍ଟ୍ରେନ, ମହିଳାମାନଙ୍କ ଗର୍ଭପାତ ଏବଂ ଶିଶୁଙ୍କର ହେଉଛି ମୃତ୍ୟୁ, ବୈଜ୍ଞାନିକ ଦେଲେ ଚେତାବନୀ

Advertisement

ନୂଆଦିଲ୍ଲୀ: ଏମପକ୍ସ ଭାଇରସକୁ ନେଇ ବୈଜ୍ଞାନିକମାନେ ଚେତାବନୀ ଜାରି କଲେ । ଅନୁସନ୍ଧାନକାରୀ କହିଛନ୍ତି ଯେ, ଏମପକ୍ସର ନୂଆ ଷ୍ଟ୍ରେନ ଅଧିକ ଭୟଙ୍କର ଏବଂ ଲୋକଙ୍କ ମଧ୍ୟରେ ଅତି ସହଜରେ ବ୍ୟାପୁଛି । ଏହା କଙ୍ଗୋ ଗଣତାନ୍ତ୍ରିକ ରାଜ୍ୟରେ ଶିଶୁଙ୍କ ଜୀବନ ନେଉଛି ଏବଂ ଗର୍ଭପାତର ପାଇଁ ଦାୟୀ । ଅନୁସନ୍ଧାନକାରୀଙ୍କୁ ଆଶଙ୍କା ରହିଛି ଯେ, ଏହା ପଡୋଶୀ ଦେଶମାନଙ୍କରେ ମଧ୍ୟ ବ୍ୟାପିସରିଛି । ଏହି ଭାଇରସକୁ ପରୀକ୍ଷଣ କରାଯାଇ ରୱାଣ୍ଡା ବିଶ୍ୱବିଦ୍ୟାଳୟର ବିଶେଷଜ୍ଞ ଜୀନ କ୍ଲାଉଡ ଉଦାହେମୁକା ଏଏଫପିକୁ କହିଛନ୍ତି ଯେ, ଏହି ନୂଆ ଷ୍ଟ୍ରେନ ଅନ୍ୟ ସ୍ଥାନରେ ବ୍ୟାପିବା ପୂର୍ବରୁ ସମସ୍ତ ଦେଶ ଏଥିପାଇଁ ସତର୍କ ରୁହନ୍ତୁ ।

ବିଶେଷଜ୍ଞମାନଙ୍କ କହିବାନୁଯାୟୀ, ୨୦୨୨ ମସିହାରେ ଏମପକ୍ସର ନୂଆ ପ୍ରକାର ୧୧୦ରୁ ଅଧିକ ଦେଶରେ ବ୍ୟାପିଯାଇଛି । ଏଥିରେ ଅଧିକାଂଶ ଟ୍ରାନ୍ସଜେଣ୍ଡର ଏବଂ ବାଇସେକ୍ସୁଆଲ ପୁରୁଷ ପ୍ରଭାବିତ ହୋଇଛନ୍ତି । ଏହି ଭାଇରସ ପ୍ରଥମେ ମଙ୍କିପକ୍ସ ନାମରେ ନାମିତ ଥିଲା । ଏହା କ୍ଲେଡ ଦ୍ୱିତୀୟ ଥିଲା । ହେଲେ କ୍ଲେଡ ପ୍ରଥମ ଷ୍ଟ୍ରେନର ପ୍ରକୋପ ଏହାଠାରୁ ୧୦ ଗୁଣା ଅଧିକ ଥିଲା । ଏହା ଆଫ୍ରିକାରେ ନିୟମିତ ଭାବେ ହୋଇଥାଏ । ପ୍ରଥମଥର ୧୯୭୦ ମସିହାରେ ଡି.ଆର , କଙ୍ଗୋରେ ଏହା ଜଣାପଡିଥିଲା । ଅନ୍ୟ ଦେଶରେ ଦେଖିବାକୁ ଗଲେ ଯୌନ ସମ୍ବନ୍ଧ ରଖିବାରେ ଏହି ଭାଇରସ ବ୍ୟାପିଛି । ଆଫ୍ରିକାରେ ଅଧିକାଂଶ ଲୋକେ ପଶୁମାନଙ୍କ ମାଂସ ଖାଇବାରେ କ୍ଲେଡ ପ୍ରଥମର ଶିକାର ହୋଇଛନ୍ତି ।

ଅନୁସନ୍ଧାନକାରୀ କ୍ଲାଉଡ ଉଦାହେମୁକା ଏକ ଅନଲାଇନ ପ୍ରେସ କନଫରେନ୍ସରେ ନୂଆ ଏମପକ୍ସ ବିଷୟରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଗତ ସେପ୍ଟେମ୍ବରରେ କଙ୍ଗୋକୁ ସୁଦୂରବର୍ତ୍ତୀ ଖନନ କ୍ଷେତ୍ର ସହର କାମିତୁଗାରେ ଯୌନକର୍ମୀଙ୍କ ପାଖରୁ ମିଳିଥିବା ଏମପକ୍ସ ପ୍ରକୋପ ପ୍ରଥ ଏମପକ୍ସଠାରୁ ଭିନ୍ନ ଥିଲା । ମଧ୍ୟ ଆଫ୍ରିକା ଦେଶରେ ପ୍ରଥମେ ସମଲିଙ୍ଗୀ ଯୌନ ସମ୍ବନ୍ଧ ରଖିବାରେ ଏହି ଭାଇରସ ବ୍ୟାପିଥିଲା, ହେଲେ ନୂଆ ଅନୁସନ୍ଧାନରୁ ମିଳିଛି ଯେ, ଏମପକ୍ସର ନୂଆ ଷ୍ଟ୍ରେନ ହେଟେରୋସେକ୍ସୁଆଲସଙ୍‌କ ମଧ୍ୟରେ ସମ୍ବନ୍ଧ ଯୋଗୁଁ ଘଟିଛି ।

 

Get real time updates directly on you device, subscribe now.