fbpx

ସାଂସଦଙ୍କ ସୁରକ୍ଷାକର୍ମୀଙ୍କୁ ଜାତିଆଣ ଅଭିଯୋଗ: ଗିରଫ ହୋଇପାରନ୍ତି ବର୍ଷା!

କଟକ: ବର୍ଷା ଏବଂ ଅନୁଭବଙ୍କ ମଧ୍ୟରେ ବିବାଦ ମାମଲା ଫ୍ୟାମିଲି କୋର୍ଟରେ ଚାଲିଥିବା ବେଳେ ଅନ୍ୟ ଏକ ମାମଲାରେ ବର୍ଷାଙ୍କ ପାଇଁ ଆଡୁଆ ବଢିଯାଇଛି। ଜାତିଆଣ ମନ୍ତବ୍ୟ ପାଇଁ ବର୍ଷାଙ୍କ ବିରୋଧରେ ମାମଲା ରୁଜୁ କରିଛି ଦିଲ୍ଲୀ ପୋଲିସ। ସାଂସଦ ଅନୁଭବ ମହାନ୍ତିଙ୍କ ସୁରକ୍ଷାକର୍ମୀଙ୍କୁ ବର୍ଷା ଜାତିଆଣ ମନ୍ତବ୍ୟ ସହ ଗାଳି କରିଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ବର୍ଷାଙ୍କ ପରିବାର ମଧ୍ୟ ଛନ୍ଦି ହୋଇଯାଇଛନ୍ତି। କାରଣ ବର୍ଷାଙ୍କ ସହ ତାଙ୍କ ଝିଆରୀ ଏବଂ ତାଙ୍କ ମା’ଙ୍କୁ ମଧ୍ୟ ସମନ ହୋଇଥିବା ସୂଚନା ମିଳିଛି।

ଦିଲ୍ଲୀ ପୋଲିସର ଏକ ଟିମ୍ କଟକ ଆସି ତାଙ୍କୁ ସମନ କରିଯାଇଥିବା ଜଣାପଡିଛି। ଦିଲ୍ଲୀ ପୋଲିସର ଏକ ଟିମ୍ କଟକ ଆସି ବର୍ଷାଙ୍କୁ ଖୋଜାଖୋଜି କରିଥିଲା। ତେବେ ଏଥିରେ ପୁରୀଘାଟ ପୋଲିସ ସହଯୋଗ କରି ନଥିବା ଜଣାପଡିଛି। ତେବେ ପରେ ବର୍ଷାଙ୍କ ଭଉଣି ପୁରୀଘାଟ ଥାନାରୁ ସମନ ଗ୍ରହଣ କରିଥିବା ସୂଚନା ମିଳିଛି। ତେବେ ଏହି ଘଟଣା ୨୦୧୯ ଜୁଲାଇ ୯ର ହୋଇଥିବା ବେଳେ ଜୁଲାଇ ୨୦୨୨ରେ ଏହି ମାମଲା ରୁଜୁ ହୋଇଛି । ଏହି ମାମଲାରେ ଦିଲ୍ଲୀ ପୋଲିସ ବର୍ଷାଙ୍କୁ ଗିରଫ କରିପାରେ ବୋଲି ଆଲୋଚନା ହେଉଛି।

Get real time updates directly on you device, subscribe now.