SCBରେ ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ MRI ମେସିନ୍, ହାଇକୋର୍ଟରେ ଷ୍ଟାଟସ୍ ରିପୋର୍ଟ
ଏସସିବି ନେଇ ହାଇକୋର୍ଟରେ ଷ୍ଟାଟସ ରିପୋର୍ଟ
କଟକ: ଏସସିବି ମେଡିକାଲରେ ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ MRI ମେସିନ୍। ଏ ନେଇ ହାଇକୋର୍ଟରେ ଷ୍ଟାଟସ୍ ରିପୋର୍ଟ ଦାଖଲ କଲା ଓଏସଏମସି। ଚଳିତ ମାସ ଶେଷ ସୁଦ୍ଧା ଏମଆରଆଇ ମେସିନ କାର୍ଯ୍ୟକ୍ଷମ ହେବ ଦର୍ଶାଇଲେ।
ଏଥିସହ ଏସ ଏସସିବି ରେ ସିଟି ସ୍କାନ, ଇସିଟି, ଇକୋ ମେସିନ ବି କାର୍ଯ୍ୟକ୍ଷମ ହେବ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁନ୍ ୧୯ରେ କରାଯିବ ବୋଲି ଧାର୍ଯ୍ୟ ହୋଇଛି। ବର୍ତ୍ତମାନ ଏସସିବି ମେଡିକାଲରେ ଏମଆରଆଇ ମେସିନ ବନ୍ଦ ହୋଇପଡିଛି। ଏଥିପାଇଁ ରୋଗୀ ଅନେକ ଅସୁବିଧାର ଶିକାର ହେଉଛନ୍ତି।