fbpx

ମହିଳାଙ୍କ ଋତୁସ୍ରାବ ଉପରେ ପ୍ରଭାବ ପକାଉଛି mRNA ଭାକସିନ୍

ନୂଆଦିଲ୍ଲୀ: ୟୁରୋପିଆନ୍ ମେଡିସିନ୍ ଏଜେନ୍ସିର ସୁରକ୍ଷା ସମିତି ଶୁକ୍ରବାର ଦିନ କହିଛନ୍ତି ଯେ, ଫାଇଜର୍ ଓ ମଡର୍ଣ୍ଣା ଭାକସିନ୍ ନେଇଥିବା ମହିଳାଙ୍କ ଠାରେ ମାସିକ ଋତୁସ୍ରାବରେ ସମସ୍ୟା ଦେଖାଯାଇଛି । ଏହାକୁ ନେଇ ଏବେ ଯାଞ୍ଚ ଆରମ୍ଭ ହୋଇଛି । ଏହି ଦୁଇଟି ଭାକସିନ୍ ନେବା ପରେ ଋତୁସ୍ରାବ ବେଳେ ଅଧିକ ରକ୍ତ ଶରୀରରୁ ନିର୍ଗତ ହେବା ଏବଂ ପିରିଅଡ୍ ବନ୍ଦ ହୋଇଯିବା ଭଳି ଅଭିଯୋଗ ଆସିଛି । କିଛି ମହିଳା ଏହି ଭଳି ଅଭିଯୋଗ ଆଣିଛନ୍ତି । ବର୍ତ୍ତମାନ ମେସେଞ୍ଜର୍ ଆରଏନଏ ଟେକ୍ନୋଲୋଜି ଉପରେ ଆଧାରିତ ଏହି ଦୁଇଟି ଯାକ ଟିକାରୁ ଯେକୌଣସି ଗୋଟିଏ ଟିକା ନେବା ପରେ ମାସିକ ଋତୁସ୍ରାବ ସମ୍ବନ୍ଧରେ ଗଡବଡ଼ ହୋଇଥିବା ରିପୋର୍ଟ କରାଯାଇଛି । ଏନେଇ ଯାଞ୍ଚ ଆରମ୍ଭ କରିଛନ୍ତି ବିଶେଷଜ୍ଞ ଦଳ ।

ତେବେ ଏପର୍ଯ୍ୟନ୍ତ କୌଣସି ପ୍ରମାଣ ମିଳିନାହିଁ ଯେ, ମହିଳାଙ୍କ ଋତୁସ୍ରାବ ସହ ଜଡ଼ିତ ସମସ୍ୟା ସହିତ କୋଭିଡ୍ ଭାକସିନ୍ ର ସିଧାସଳଖ ଲିଙ୍କ୍ ଅଛି କି ନାହିଁ । ତେବେ ଏହିଭଳି ସମସ୍ୟା କୋଭିଡ୍ ଦ୍ୱାରା ସଂକ୍ରମିତ ହୋଇଥିବା ମହିଳାଙ୍କ ଠାରେ ଦେଖାଯାଇଥିଲା । ନିକଟରେ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଡେଲଥ୍ ଏନେଇ ଏକ ଷ୍ଟଡି କରିଥିଲେ । ଯେଉଁଥିରୁ ଜଣାପଡ଼ିଥିଲା ଯେ, କୋଭିଡ୍ ଟିକା ଲଗାଇବା ପରେ ମାସିକ ଋତୁସ୍ରାବରେ ଅଳ୍ପ ସମୟ ପାଇଁ କିଛିଟା ପରିବର୍ତ୍ତନ ଦେଖିବାକୁ ମିଳିଛି ।

Get real time updates directly on you device, subscribe now.