ମୁମ୍ୱାଇ: ଆଇପିଏଲ୍ ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ପକ୍ଷରୁ ଏମ୍ ଏସ୍ ଧୋନି ଖେଳୁଛନ୍ତି। ସେ ତାଙ୍କ ଅଧିନାୟକତ୍ୱରେ ଚେନ୍ନାଇ ପାଇଁ ୫ଟି ଟ୍ରଫି ମଧ୍ୟ ଜିତିଛନ୍ତି। ଯେତେବେଳେ ବି ଆପଣ ସିଏସ୍କେ ପାଇଁ ଧୋନିଙ୍କ ନାମ ଶୁଣିଥିବେ, ସେତେବେଳେ ଆପଣ ‘ଥାଲା ଫର୍ ଏ ରିଜନ୍’ ମଧ୍ୟ ଶୁଣିଥିବେ। ସୋସିଆଲ ମିଡିଆରେ ଆପଣ ଅନେକ ସମୟରେ ଧୋନିଙ୍କ ନାମ ‘ଥାଲା ଫର୍ ଏ ରିଜନ୍’ ସହ ଯୋଡ଼ି ହୋଇଥିବା ଦେଖିଥିବେ। ଏବେ ଧୋନି ନିଜେ ଏ ନେଇ ମୁହଁ ଖୋଲିଛନ୍ତି।
ଧୋନିଙ୍କ ଜର୍ସି ନମ୍ବର ହେଉଛି ୭। ଏହି ନମ୍ବରକୁ ଅନେକ ସମୟରେ ଧୋନିଙ୍କ ‘ଥାଲା ଫର୍ ଏ ରିଜନ୍’ ସହ ଯୋଡ଼ା ଯାଇଥାଏ। ଇତିମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ପ୍ରଶଂସକ ଏକ ଇଭେଣ୍ଟରେ ଧୋନିଙ୍କୁ ପଚାରିଥିଲେ ଯେ ଆପଣ ଜାଣନ୍ତି ଏହି ‘ଥାଲା ଫର୍ ଏ ରିଜନ୍’ ମିମ୍ କ’ଣ? ମୁଁ ଜାଣେ କିନ୍ତୁ ଏହା ପଛର କାରଣ ମୁଁ ଜାଣେ ନାହିଁ। ମୁଁ ଜାଣେ ନାହିଁ ଯେ ଏହା ମଜାଳିଆ ଅଟେ କି ମୋ ଗୋଡ଼ ଟାଣିବା ପାଇଁ କିମ୍ବା ଏହା ଏକ ମଜାକ କିମ୍ବା ଏହା ଏକ ମିମ୍, ଏହା ଯାହା ବି ହେଉ, କିନ୍ତୁ ମୋ ପ୍ରଶଂସକମାନେ ଏହାକୁ ମୋ ସପକ୍ଷରେ କହିଛନ୍ତି ।
MS Dhoni :
I don’t know about ‘Thala For A Reason’ Trend. It’s funny or supposed to pull my leg or whatever it is. I keep quite and enjoy my life because I’ve got brilliant fans, they take care of everything.🫶❤️#MSDhoni𓃵 #ViratKohli #BGT2025 pic.twitter.com/5pBSGDrSm2
— Cricket Knowledge (@SirraManmo26299) October 26, 2024
ମହେନ୍ଦ୍ର ସିଂହ ଧୋନି ଆଇପିଏଲ୍ ୨୦୨୫ରେ ଖେଳିବେ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ବର୍ତ୍ତମାନ ସୁଦ୍ଧା ପ୍ରକାଶିତ ସମସ୍ତ ରିପୋର୍ଟରୁ ଜଣାପଡୁଛି ଯେ ଧୋନି ଆଇପିଏଲ୍ ୨୦୨୫ରେ ଖେଳିବେ। ତେବେ ଧୋନି ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ କିଛି ସ୍ପଷ୍ଟ କରିନାହାନ୍ତି। ସୂଚନାଯୋଗ୍ୟ, ମହେନ୍ଦ୍ର ସିଂହ ଧୋନି ତାଙ୍କ କ୍ୟାରିୟରରେ ଏପର୍ଯ୍ୟନ୍ତ ୨୬୪ ମ୍ୟାଚ୍ ଖେଳିଛନ୍ତି। ଏହି ମ୍ୟାଚ୍ ର ୨୨୯ ଟି ଇନିଂସରେ ସେ ୩୯.୧୨ ହାରାହାରି ଓ ୧୩୭.୫୩ ଷ୍ଟ୍ରାଇକ୍ ରେଟ୍ ରେ ୫୨୪୩ ରନ୍ କରିଛନ୍ତି। ଏହି ସମୟରେ ତାଙ୍କ ବ୍ୟାଟ୍ରୁ ୨୪ଟି ଅର୍ଦ୍ଧଶତକ ବାହାରିଛି, ଯେଉଁଥିରେ ତାଙ୍କର ସର୍ବୋଚ୍ଚ ସ୍କୋର ୮୪*ରନ୍ ରହିଛି।