fbpx

ମାଦ୍ରାସ ହାଇକୋର୍ଟର ଦ୍ୱାରସ୍ଥ ହେଲେ କ୍ୟାପଟେନ କୁଲ: ଅଧିକାରୀଙ୍କ ବିରୋଧରେ ଅଭିଯୋଗ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଏବେ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ଆଇପିଏସ ଅଧିକାରୀ ସମ୍ପତ କୁମାରଙ୍କ ବିରୋଧରେ ଅଭିଯୋଗ ନେଇ ମାଦ୍ରାସ ହାଇକୋର୍ଟରେ ପହଞ୍ଚିଛନ୍ତି ମାହି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ୧୫ ବର୍ଷର ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟର ଏବଂ ଏବେ ବି ଆଇପିଏଲ ଖେଳୁଥିବା ଧୋନୀଙ୍କ ନାଁରେ ଆଜି ପର୍ଯ୍ୟନ୍ତ କୌଣସି ବିବାଦ ସାମନାକୁ ଆସି ନଥିଲା । କିନ୍ତୁ ଏବେ ସେ କାହା ବିରୋଧରେ ଅଭିଯୋଗ କରିବା ଘଟଣା ହଠାତ କେହି ବିଶ୍ୱାସ କରି ପାରି ନାହାନ୍ତି ।

ଆଇପିଏଲ ୨୦୧୩ରେ ସ୍ପଟ ଫିକ୍ସିଙ୍ଗ ମାମଲା ସାମନାକୁ ଆସିଥିଲା । ଏହି କେସକୁ ସମ୍ପତ କୁମାର ଲିଡ କରୁଥିବା ବେଳେ ସେ ଧୋନୀଙ୍କ ବିରୋଧରେ ମଧ୍ୟ ଟିପ୍ପଣୀ କରିଥିଲେ । ଯାହା ଧୋନୀଙ୍କ ପ୍ରତିଛବିକୁ ମଳିନ କରୁଥିବା ଅଭିଯୋଗ କରିଛନ୍ତି ମାହି । ଏହା ସହିତ ସମ୍ପତ କୁମାର ଧୋନୀଙ୍କ ନାଁରେ ମିଛ ଖବର ପ୍ରସାରିତ କରିଛନ୍ତି । ତେଣୁ ଏଥିପାଇଁ ଧୋନୀ ଆଇପିଏସ ଅଧିକାରୀଙ୍କୁ ୧୦୦ କୋଟି ଟଙ୍କାର କ୍ଷତି ପୂରଣ ଦାବି କରିଛନ୍ତି ।

ଏହାପୂର୍ବରୁ ଗତ ୨୦୧୪ରେ ଧୋନୀଙ୍କ ବିରୋଧରେ କୌଣସି ଟିପ୍ପଣୀ ଦେବାକୁ ସମ୍ପତ କୁମାରଙ୍କ ଉପରେ ପ୍ରତିବନ୍ଧକ ଲଗାଇଥିଲେ କୋର୍ଟ । ଏହାପରେ ମଧ୍ୟ ସୁପ୍ରିମକୋର୍ଟରେ ଏକ ଆଫିଡେବିଟ ଦାଖଲ କରିଥିଲେ ସମ୍ପତ କୁମାର । ଏଥିରେ ନ୍ୟାୟିକ ବ୍ୟବସ୍ଥା ସହ ରାଜ୍ୟର ପ୍ରତିନିଧିତ୍ୱ କରୁଥିବା ଓକିଲମାନଙ୍କ ବିରୋଧରେ ଅପମାନଜନକ ଟପ୍ପଣୀ ଦିଆଯାଇଥିଲା । ତେବେ ଏହି ମାମଲାରେ ଆସନ୍ତା ମଙ୍ଗଳବାର ଶୁଣାଣି ହେବ ବୋଲି କୁହାଯାଇଛି ।

Get real time updates directly on you device, subscribe now.