fbpx

ଭାରତୀୟ ଦଳରେ ଧୋନୀଙ୍କର ନାହିଁ ସ୍ଥାନ: ୱିଜଡନ ଚୟନ କଲା ଭାରତର ସର୍ବଶ୍ରେଷ୍ଠ ପ୍ଲେଇଙ୍ଗ ୧୧

ନୂଆଦିଲ୍ଲୀ: କ୍ରିକେଟର ବାଇବେଲ କୁହାଯାଉଥିବା ପତ୍ରିକା ୱିଜଡନକୁ ନେଇ ଆରମ୍ଭ ହୋଇଛି ଆଲୋଚନା । ଏବେ ଭାରତର ସର୍ବଶ୍ରେଷ୍ଠ ପ୍ଲେଇଙ୍ଗ ୧୧ ଚୟନ କରିଛି ୱିଜଡନ । ତେବେ ଏହି ଦଳରେ ଅନେକ ଯୁବ ଖେଳାଳି ସ୍ଥାନ ପାଇଛନ୍ତି । କିନ୍ତୁ ସବୁଠୁ ବଡ ଆଶ୍ଚର୍ଯ୍ୟର କଥା ହେଉଛି ଏହି ଦଳରେ ସ୍ଥାନ ପାଇନାହାନ୍ତି ଟିମ ଇଣ୍ଡିଆର ସର୍ବଶ୍ରେଷ୍ଠ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ । ଟି-୨୦ରେ ଏକମାତ୍ର ଅଧିନାୟକ ଭାବରେ ଦଳକୁ ବିଶ୍ୱକପ ଜିତାଇଛନ୍ତି ଧୋନୀ । କିନ୍ତୁ ତାଙ୍କୁ ଏହି ଦଳରେ ସ୍ଥାନ ନ ମିଳିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ପ୍ରଶଂସକ ।

ୱିଜଡନ ଚୟନ କରିଥିବା ପ୍ଲେଇଙ୍ଗ ୧୧ରେ ଓପନର ଭାବେ ବର୍ତ୍ତମାନର ଅଧିନାୟକ ରୋହିତ ଶର୍ମା ଏବଂ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ସ୍ଥାନ ଦିଆଯାଇଛି । ଏହାପରେ ତୃତୀୟ ନମ୍ବରରେ ସୂର୍ଯ୍ୟକୁମାର ଯାଦବଙ୍କୁ ମିଳିଛି ସ୍ଥାନ । ତେବେ ୱିକେଟ କିପର ଭାବରେ ବିଶ୍ୱର ସର୍ବଶ୍ରେଷ୍ଠ ୱିକେଟ କିପର ଏମ.ଏସ ଧୋନୀଙ୍କ ସ୍ଥାନରେ ଦିନେଶ କାର୍ତ୍ତିକଙ୍କ ସୁଯୋଗ ମିଳିଛି । ଚତୁର୍ଥରେ ଅଲରାଉଣ୍ଡର ଯୁବରାଜ ସିଂହ ଏବଂ ପଞ୍ଚମରେ ହାର୍ଦ୍ଦିକ ପାଣ୍ଡ୍ୟା ଏହି ଦଳରେ ସ୍ଥାନ ପାଇଛନ୍ତି । ସେହିପରି ସୁରେଶ ରାଇନାଙ୍କୁ ମଧ୍ୟ ଏହି ଦଳରେ ସୁଯୋଗ ମିଳିଛି ।

ଦଳରେ ସ୍ପିନ ବୋଲିଂର ଦାୟିତ୍ୱ ରବିଚନ୍ଦ୍ରନ ଅଶ୍ୱିନ ନେଇଥିବା ବେଳେ ପେସ ବୋଲର ଭାବେ ଆଶିଷ ନେହରା, ଜଶପ୍ରୀତ ବୁମରାହ ଏବଂ ଭୁବନେଶ୍ୱର କୁମାରଙ୍କ ଚୟନ କରିଛି ୱିଜଡନ । ତେବେ ଦଳରେ ଦ୍ୱାଦଶ ଖେଳାଳି ଭାବେ ପୂର୍ବତନ ଓପନର ବିରେନ୍ଦ୍ର ସେହୱାଗ ସ୍ଥାନ ପାଇଛନ୍ତି । କିନ୍ତୁ ଦଳରେ ଧୋନୀଙ୍କ ଅନୁପସ୍ଥିତି ସବୁଠୁ ବଡ ଆଲୋଚନାର ବିଷୟ ପାଲଟିଛି । ଯାହାକୁ ନେଇ ଅନେକ ପ୍ରଶଂସକଙ୍କ ମନରେ ଅସନ୍ତୋଷ ଦେଖା ଦେଇଛି ।

Get real time updates directly on you device, subscribe now.