ପୁଣି IPLକୁ ଫେରୁଛନ୍ତି M.S Dhoni… ୩ ବର୍ଷ ଖେଳିବେ ମାହି! CSK ରିଟେନସନକୁ ନେଇ ବଡ଼ ଅପଡେଟ୍

ଓଡ଼ିଶା ଭାସ୍କର: ଆଇପିଏଲ-୨୦୨୫କୁ ଫେରୁଛନ୍ତି ଚେନ୍ନାଇ ସୁପର କିଙ୍ଗସର ‘Thala’ ଏମ.ଏସ ଧୋନୀ । ପୁଣିଥରେ ୟେଲୋ ଜର୍ସିରେ ଧୁମ ମଚାଇବେ ‘Captain Cool’ । କେବଳ ଆଇପିଏଲ-୨୦୨୫ ନୁହେଁ, ଆଗାମୀ ୩ ବର୍ଷ ପାଇଁ ରିଟେନ୍ ରହି ଆଇପିଏଲ ଖେଳିବେ ବୋଲି ଦେଲେ ବଡ଼ ସଂକେତ । CSK ଶିବିରରେ ଖେଳିଗଲା ଖୁସିର ମାହୋଲ, ଫେରୁଛନ୍ତି The Man, The Myth, The Mahi। ଆଇପିଏଲ ୨୦୨୫ ପରେ ମଧ୍ୟ ଟୁର୍ଣ୍ଣାମେଣ୍ଟ ଖେଳିବେ ବୋଲି ସ୍ପଷ୍ଟ କରିଛନ୍ତି ଧୋନୀ । ଏହାସହିତ ଆଇପିଏଲରେ ନିଜ ଭବିଷ୍ୟତକୁ ନେଇ ଚାଲିଥିବା ବିଭିନ୍ନ ଆଲୋଚନା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ମାହି ।

ଆଇପିଏଲ-୨୦୨୫ ପାଇଁ ରିଟେନସନକୁ ନେଇ ଖୁବ ଚର୍ଚ୍ଚା ଲାଗି ରହିଥିଲା । ସବୁଠାରୁ ଅଧିକ ଚର୍ଚ୍ଚାରେ ଥିଲା ଏମ.ଏସ ଧୋନୀଙ୍କ ରିଟେନସନ୍ । ଯେକୌଣସି ପରିସ୍ଥିତିରେ ଚେନ୍ନାଇ ମାହିଙ୍କୁ ରିଟେନ୍ କରିବ ବୋଲି କହିଥିବା ବେଳେ କେବଳ ଧୋନୀଙ୍କ ନିଷ୍ପତ୍ତିକୁ ସେମାନେ ଅପେକ୍ଷା କରିଥିଲେ । ବର୍ତ୍ତମାନ ସୁଦ୍ଧା ଧୋନୀ ଏ ନେଇ କୌଣସି ସ୍ପଷ୍ଟ ସୂଚନା ଦେଇ ନଥିଲେ । ବର୍ତ୍ତମାନ ଆଇପିଏଲରେ ନିଜ କ୍ୟାରିୟରକୁ ନେଇ ବଡ଼ ସଂକେତ ଦେଇଛନ୍ତି ମାହି ।

ଆଇପିଏଲରେ ତାଙ୍କ କ୍ୟାରିୟରକୁ ନେଇ ଚାଲିଥିବା ବିଭିନ୍ନ ଆଲୋଚନା ଉପରେ ମଧ୍ୟ ସେ ଫୁଲ୍ ଷ୍ଟପ୍ ଲଗାଇଛନ୍ତି । ତେବେ କେବଳ ଆଇପିଏଲ-୨୦୨୫ ନୁହେଁ, ଆଗକୁ ଆହୁରି କିଛି ସିଜନରେ ସେ ଦଳରେ ରହି ଆଇିପଏଲ ଖେଳିବେ ବୋଲି ସଂକେତ ଦେଇ ସାରିଛନ୍ତି । ମାହିଙ୍କ ଏହି ମେସେଜ ଫ୍ୟାନ୍ସଙ୍କ ପାଇଁ ଦିୱାଲୀ ଗିଫ୍ଟ ପାଲଟି ଯାଇଛି । ଧୋନୀ ଆଇପିଏଲ ୨୦୨୫ ସହ ଆଗାମୀ ୩ ବର୍ଷ ପାଇଁ ରିଟେନସନ ଖେଳିବେ ବୋଲି ଆଶା କରାଯାଉଛି ।

ଆଗାମୀ କିଛି ବର୍ଷ ପର୍ଯ୍ୟନ୍ତ କ୍ରିକେଟ ଖେଳିବା ପାଇଁ ସର୍ବଶେଷ୍ଠ ଚେଷ୍ଟା କରିବା ନେଇ ମାହି କହିଛନ୍ତି । ଧୋନୀ କହିଛନ୍ତି ଯେ, ମୁଁ କେବଳ କ୍ରିକେଟର କିଛି ଶେଷ ବର୍ଷ ଖେଳିପାରିବି । ତେଣୁ ଏହାର ମଜା ନେବାକୁ ଚାହୁଁଛି । ଯେବେ ଆପଣ କ୍ରିକେଟକୁ ଏକ ପେଶାଦାର ଖେଳ ଭାବରେ ଖେଳୁଛନ୍ତି, ତେବେ ଖେଳ ଭାବରେ ଏହାର ଆନନ୍ଦ ନେବା କଷ୍ଟକର ହୋଇଯାଏ । ମୁଁ ତାହା ହିଁ କରିବାକୁ ଚାହୁଁଛି, ତେବେ ଏହା ସହଜ ହେବନାହିଁ । ଅନେକ ଚିନ୍ତାଧାରା ଆସୁଛି, ପ୍ରତିବଦ୍ଧତା ମୁଁ ରହିଛି ।

ମୁଁ ଆଗାମୀ କିଛି ବର୍ଷ ପର୍ଯ୍ୟନ୍ତ କ୍ରିକେଟ ଖେଳିବାର ମଜା ନେବାକୁ ଚାହୁଁଛି । ଏଥିପାଇଁ ୯ ମାସ ପର୍ଯ୍ୟନ୍ତ ନିଜକୁ ଫିଟ୍ ରଖିବାକୁ ପଡ଼ୁଛି, ଯାହା ଫଳରେ ୨.୫ ମାସ ପର୍ଯ୍ୟନ୍ତ ଆଇପିଏଲ ଖେଳିପାରିବି । ଏଥିପାଇଁ ଯୋଜନା କରିବା ସହ ବିଶ୍ରାମର ମଧ୍ୟ ଆବଶ୍ୟକତା ରହିଛି । ସୂଚନା ଥାଉକି, ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୫ ମେଗା ଅକ୍ସନ ପୂର୍ବରୁ ଏକ ଘରୋଇ ପ୍ରମୋସନାଲ କାର୍ୟ୍ୟକ୍ରମରେ ଯୋଗ ଦେଇଥିଲେ ମାହି । ଏହି ସମୟରେ ତାଙ୍କୁ ତାଙ୍କ ଆଇପିଏଲର କ୍ୟାରିୟରକୁ ନେଇ କିଛି ପ୍ରଶ୍ନ କରାଯାଇଥିଲା । ଯାହାର ଉତ୍ତର ରଖିଥିଲେ ଧୋନୀ ।