(Video) ବିରାଟ କୋହଲିଙ୍କ ସହ ନିଜ ସମ୍ପର୍କକୁ ନେଇ କ’ଣ କହିଲେ MS Dhoni? ଦେଖନ୍ତୁ ଭିଡିଓ
ବିରାଟ କୋହଲିଙ୍କ ସହ ନିଜ ସମ୍ପର୍କ ବିଷୟରେ କଥା ହେଲେ ଏମଏସ ଧୋନୀ
ନୂଆଦିଲ୍ଲୀ: ଟିମ ଇଣ୍ଡିଆର ୨ ପୂର୍ବତନ ମହାନ କ୍ୟାପ୍ଟେନ ଏମଏସ ଧୋନୀ ଏବଂ ବିରାଟ କୋହଲି ମଇଦାନ ବାହାରେ ଭଲ ସାଙ୍ଗ ଅଟନ୍ତି। ସୋସିଆଲ ମିଡିଆରେ ଅନେକ ଥର ଦେଖିବାକୁ ମିଳିଥାଏ ଯେ, କିଛି ଫ୍ୟାନ୍ସ ଏହି ଦୁହିଁଙ୍କୁ ତୁଳନା କରି ନିଜ ନିଜ ମଧ୍ୟରେ ଝଗଡ଼ା କରିଥାଆନ୍ତି।
ଏମଏସ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇ କେବଳ ଆଇପିଏଲରେ ଖେଳୁଛନ୍ତି। ସେହିପରି ବିରାଟ କୋହଲି ମଧ୍ୟ ଟି୨୦ ଏବଂ ଟେଷ୍ଟ ଫର୍ମାଟରୁ ସନ୍ନ୍ୟାସ ନେଇସାରିଛନ୍ତି।
କିନ୍ତୁ ଏହି ଦୁହିଁକୁ ଏକ ସାଙ୍ଗରେ ମସ୍ତି କରିବା ଦେଖିବାକୁ ମିଳିଥାଏ। କୌଣସି କାର୍ଯ୍ୟକ୍ରମ ସମୟରେ ଫ୍ୟାନ୍ସ ବା ସେଠାରେ ଉପସ୍ଥିତ ଥିବା ଲୋକଙ୍କ ଦ୍ୱାରା ଧୋନୀଙ୍କୁ ବିରାଟ କୋହଲିଙ୍କ ସହ ସମ୍ପର୍କକୁ ନେଇ ପ୍ରଶ୍ନ ଉଠିଥାଏ।
MS DHONI TALKING ABOUT THE BOND WITH VIRAT KOHLI. ❤️ 🇮🇳 pic.twitter.com/Zg7HQVKK5C
— Johns. (@CricCrazyJohns) August 7, 2025
ଚେନ୍ନାଇର ଏକ କାର୍ଯ୍ୟକ୍ରମରେ ଯେତେବେଳେ ଏମଏସ ଧୋନୀଙ୍କୁ ବିରାଟ କୋହଲିଙ୍କୁ ନେଇ ପ୍ରଶ୍ନ ପଚରାଯାଇଥିଲା, ସେତେବେଳେ ଧୋନୀ କହିଥିଲେ ଯେ, ସେ ଜଣେ ଭଲ ଗାୟକ, ଡ୍ୟାନ୍ସ, ମିମିକ୍ରୀରେ ମାହିର ଏବଂ ଯଦି ତାଙ୍କର ମୁଡ଼ ଥାଏ, ସେ ଜଣେ ମନୋରଞ୍ଜକ। ଏହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ଏବଂ ୟୁଜର୍ସ ଏହି ଭିଡିଓରେ ଖୁବ କମେଣ୍ଟ କରୁଛନ୍ତି।