fbpx

ଧୋନୀ ଏଣ୍ଟରଟେନମେଣ୍ଟର ପ୍ରଥମ ଫିଲ୍ମ ଲେଟସ୍ ଗେଟ୍ ମ୍ୟାରେଡ୍ ର ଟ୍ରେଲର ରିଲିଜ୍ କରିବେ ଧୋନୀ, କେବେ ସିନେମା ଘରେ ରିଲିଜ୍ ହେବ ଜାଣନ୍ତୁ

Advertisement

ଚେନ୍ନାଇ: ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନୀ ଗତ ଜୁଲାଇ ୭ ତାରିଖରେ ନିଜର ଜନ୍ମଦିନ ପାଳନ କରିଛନ୍ତି । ଜନ୍ମଦିନ ସେଲିବ୍ରେଟ୍ କରିବା ପରେ ଧୋନୀ ପତ୍ନୀ ସାକ୍ଷୀଙ୍କ ସହିତ ଚେନ୍ନାଇରେ ପହଞ୍ଚିଛନ୍ତି । ଆଜି ଧୋନୀ ତାମିଲ ଫିଲ୍ମ ଏଲଜିଏମ(ଲେଟସ୍ ଗେଟ୍ ମ୍ୟାରେଡ୍)ର ଟ୍ରେଲର ଓ ଅଡିଓ ଲଞ୍ଚ କରିବାକୁ ଯାଉଛନ୍ତି । ଧୋନୀ ହିଁ ଏହି ଫିଲ୍ମ ନିର୍ମାଣ କରିଛନ୍ତି ।

ଏହି କ୍ରମରେ ଧୋନୀ ଆଜି ଯେତେବେଳେ ଚେନ୍ନାଇ ବିମାନମନ୍ଦରରେ ପହଞ୍ଚିଥିଲେ ତାଙ୍କୁ ଭରପୁର ସ୍ୱାଗତ ମିଳିଥିଲା । ଏବେ ସୋସିଆଲ୍ ମିଡିଆରେ ଏହାର ଭିଡିଓ ଜୋରଦାର ଭାଇରାଲ୍ ହେବାରେ ଲାଗିଛି । ଧୋନୀଙ୍କ ଏକ ଫଟୋ ମଧ୍ୟ ଇନଷ୍ଟାଗ୍ରାମରେ ଦେଖିବାକୁ ମିଳୁଛି ଯେଉଁଥିେରେ ସେ ଜଣେ ଗାର୍ଲ ଫ୍ୟାନଙ୍କ ସହ ନଜର ଆସୁଛନ୍ତି ।

ଏଠାରେ ସୂଚାଇ ଦିଆଯାଇପାରେ ଯେ, ଏଲଜିଏମ୍ ଧୋନୀଙ୍କ ପ୍ରଡକ୍ସନ ହାଉସ୍ ଧୋନୀ ଏଣ୍ଟରଟେନମେଣ୍ଟର ପ୍ରଥମ ଫିଲ୍ମ । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ରମେଶ ଥାମିଲମାନୀ । ଫିଲ୍ମରେ ହରିଶ କଲ୍ୟାଣ, ଇଭାନା, ନାଦିଆ ଓ ଯୋଗୀ ବାବୁ ଲିଡ୍ ରୋଲ୍ ରେ ନଜର ଆସିବେ । ୩୧ ଜୁଲାଇରେ ଏହି ଫିଲ୍ମ ସିନେମା ଘରେ ରିଲିଜ୍ ହେବ ।

Get real time updates directly on you device, subscribe now.