fbpx

(Video) ‘ବଚପନ୍ କେ ପ୍ୟାର’ ସହ M.S Dhoni: ଆଇପିଏଲ ପରେ ରାଞ୍ଚିରୁ ମାହିଙ୍କ ଅଦ୍ଭୁତ ଭିଡିଓ

Advertisement

ନୂଆଦିଲ୍ଲୀ: ନକ୍ ଆଉଟ୍ ମ୍ୟାଚରେ ପରାସ୍ତ ହୋଇ ଆଇପିଏଲ-୨୦୨୪ରୁ ବାଦ୍ ପଡ଼ିଛି ଚେନ୍ନାଇ ସୁପର କିଙ୍ଗସ । ରୋୟଲ ଚାଲେଞ୍ଜର୍ସ ବେଙ୍ଗଲୁରୁ ବିପକ୍ଷ ମ୍ୟାଚରେ ପରାଜୟ ଚେନ୍ନାଇକୁ ପ୍ଲେ-ଅଫରୁ ଦୂରେଇ ଦେଇଛି । ଏହାସହିତ ଚେନ୍ନାଇର ଫ୍ୟାନ୍ସମାନଙ୍କୁ ଶକ୍ତ ଝଟକା ଲାଗିଛି । ତେବେ ଏହି ପରାଜୟ ପରେ ପୂର୍ବତନ ଅଧିନାୟକ ଏମ.ଏସ ଧୋନୀ ଖୁବ ନିରାଶ ହୋଇଥିଲେ । କିନ୍ତୁ ବର୍ତ୍ତମାନ ଏହାକୁ ଭୁଲି ସେ ରାଞ୍ଚି ଫେରି ଯାଇଥିବା ବେଳେ ସେଠାରେ ତାଙ୍କର ଏକ ଭିଡିଓ ଦେଖିବାକୁ ମିଳିଛି । ‘ରାଞ୍ଚିର ରାଜକୁମାର’ ମାହିଙ୍କ ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ଆଇପିଏଲ ପରାଜୟର ଦୁଃଖକୁ ଭୁଲି ଧୋନୀ ଏବେ ନିଜ ‘ବଚପନ୍ କେ ପ୍ୟାର’ ସହ ସମୟ ବିତାଉଥିବା ଦେଖିବାକୁ ମିଳିଛି । ରାଞ୍ଚିର ସଡ଼କରେ ଧୋନୀ ବାଇକ ଚଳାଉଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ମାହି ୟାମାହା ଆର-ଏକ୍ସ୧୦୦ ବାଇକ ଚଳାଉଛନ୍ତି । ,ହି ଭିଡିଓ ସୋସିଆଲ ମିଡିଆରେ ଅପଲୋଡ ହେବା ପରେ ମାହିଙ୍କ ଫ୍ୟାନ୍ସ ଏହାକୁ ଖୁବ ଭାଇରାଲ କରିଛନ୍ତି । ପିଲାଦିନରୁ ଧୋନୀଙ୍କର ବାଇକ ପ୍ରତି ଦୁର୍ବଳତା ରହିଛି । କ୍ରିକେଟରେ ସଫଳତା ପରେ ଧୋନୀ ଅନେକ ବାଇକ କିଣିଥିବା ବେଳେ ତାଙ୍କ ଘରର ଏକ ଫ୍ଲୋରରେ ଅନକ ଗୁଡ଼ିଏ ବାଇକ ରଖାଯାଇଛି ।

ତେବେ ଆଇପିଏଲ୍ ୨୦୨୪ ରେ ଆରସିବି ବିପକ୍ଷରେ ଚେନ୍ନାଇ ସୁପର କିଙ୍ଗ୍ସର ପରାଜୟ ପରେ ଧୋନି ମଧ୍ୟ ବିବାଦକୁ ଆସିଥିଲେ। ଚେନ୍ନାଇର ପରାଜୟ ପରେ ଧୋନୀ ଆରସିବି ଖେଳାଳିଙ୍କ ସହ ହାତ ମିଳାଇବାକୁ ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଥିଲେ । କିନ୍ତୁ ଆରସିବି ଖେଳାଳି ବିଜୟ ଖୁସି ସେଲିବ୍ରେସନ୍ କରିବାରୁ ବିଳମ୍ବ କରିଥିଲେ, ତେଣୁ ଧୋନୀ ଡ୍ରେସିଙ୍ଗ ରୁମକୁ ପେରି ଯାଇଥିଲେ। କିନ୍ତୁ ଏଠାରେ ଦାବି କରାଯାଉଛି ଯେ, ଧୋନୀ ଆରସିବି ଖେଳାଳିଙ୍କ ସହ ହାତ ନ ମିଳାଇ ପ୍ୟାଭିଲିୟନକୁ ଫେରିଥିଲେ । ତେବେ ଆଇପିଏଲ-୨୦୨୪ରେ ଚେନ୍ନାଇର ଅଭିଯାନ ଶେଷ ହେବା ପରେ ବର୍ତ୍ତମାନ ଧୋନୀଙ୍କ ଅବସରକୁ ନେଇ ଚର୍ଚ୍ଚା ପୁଣିଥରେ ଆରମ୍ଭ ହୋଇଯାଇଛି ।

 

Get real time updates directly on you device, subscribe now.