fbpx
BJD SKY
BJD SKY

ଖୁସି ଖବର, ଚାଷୀଙ୍କୁ ବଡ ଉପହାର ଦେଲେ ପ୍ରଧାନମନ୍ତ୍ରୀ: ଆଖୁଚାଷରେ ବୃଦ୍ଧି ପାଇଲା MSP ଦର

BJD

ନୂଆଦିଲ୍ଲୀ: ଆଖୁ ଚାଷୀଙ୍କ ପାଇଁ ଏକ ବଡ ଖୁସିଖବର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଖୁଚାଷରେ ଏମଏସପି ଦର ବୃଦ୍ଧି କରିବା ପାଇଁ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ମୋଦୀଙ୍କ ଅଧ୍ୟକ୍ଷତାରେ ହୋଇଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ଆଖୁ ଉପରେ ଏଫଆରପି କ୍ୱିଣ୍ଟାଲ ପିଛା ୧୦ ଟଙ୍କା ଲେଖାଏଁ ବୃଦ୍ଧି କରାଇଛନ୍ତି । କୃଷି ଖର୍ଚ୍ଚ ଏବଂ ଏହାର ମୂଲ୍ୟ ଆୟୋଗ(ସିଏସିପି) ପୂର୍ବରୁ ସରକାରଙ୍କୁ ଏ ନେଇ ସୁପାରିଶ କରିସାରିଥିଲେ । ବର୍ତ୍ତମାନ କ୍ୟାବିନେଟ ବୈଠକ ପରେ ସରକାରଙ୍କ ତରଫରୁ ଏହାକୁ ଗ୍ରୀନ ସିଗନାଲ ମିଳିସାରିଛି ।

ସରକାରଙ୍କ ଦ୍ୱାରା ବୃଦ୍ଧି ପାଇଥିବା ଏମଏସପି ନୂଆ ଆଖୁ ନିୟମ ଅନୁସାରେ ଲାଗୁ କରାଯିବ । ଏହ ଚଳିତବର୍ଷରୁ ଆରମ୍ଭ ହୋଇ ଆସନ୍ତା ୨୦୨୪ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ଗତ ୨୦୨୧ ରେ ଆଖୁର ଏମଏସପିରେ ୫ ଟଙ୍କା ବୃଦ୍ଧି କରି ୨୯୦ ଟଙ୍କାରେ ପହଞ୍ଚାଇଥିଲେ । ଏହାପରେ ୨୦୨୨ରେ ମଧ୍ୟ ଏଥିରେ ୧୫ ଟଙ୍କା ଲେଖାଏଁ ବୃଦ୍ଧି ହୋଇଥିଲା । ତେବେ ଚଳିତବର୍ଷ ଏଥିରେ ୧୦ ଟଙ୍କା ବୃଦ୍ଧି ସହିତ ଏଫଆରପି ୩୧୫ରେ ପହଞ୍ଚିବ । ସୂଚନା ଥାଉ କି, ୨୦୧୩ ଏବଂ ୨୦୧୪ ସିଜନରେ ଆଖୁର ଏଫଆରପି ମାତ୍ର ୨୧୦ଟଙ୍କା ପ୍ରତି କ୍ୱିଣ୍ଟାଲ ରହିଥିଲା । ତେବେ ୯ ବର୍ଷ ପରେ ଏଫଆରପିରେ ମୋଟ ୧୦୫ ଟଙ୍କା ବୃଦ୍ଧି ପାଇଛି । ଏହାବ୍ୟତୀତ ୨୦୧୩-୧୪ ସିଜନରେ ଆଖୁ କ୍ରେତା ପ୍ର୍ରାୟତଃ୫୭ ହଜାର ୨୦୪ କୋଟି ଟଙ୍କାର ହୋଇଛି । ତେବେ ୨୦୨୨-୨୩ରେ ଏହି ସଂଖ୍ୟ ୧ ଲକ୍ଷ ୧୩ ହଜାର କୋଟିରେ ପହଞ୍ଚିଛି ।

ଏଫଆରପି କ’ଣ?

କୃଷକମାନଙ୍କ ପାଖରୁ ଚିନି ମିଲଗୁଡିକ କିଣୁଥିବା କୃଷିର ନ୍ୟୁନତମ ମୂଲ୍ୟକୁ ଏଫଆରପି କୁହାଯାଏ । ସରକାରୀ ଆଖୁ ଆଦେଶ, ୧୯୬୬ ଅନୁଯାୟୀ ଏଫଆରପି ମୂଲ୍ୟ ନିର୍ଦ୍ଧାରଣ କରାଯାଇଥାଏ । ତେବେକିଛି ରାଜ୍ୟରେ ଆଖୁ କିଣିବା ସରକାରଙ୍କ ଦ୍ୱାରା ସ୍ଥିର କରାଯାଇଥିବା ମୂଲ୍ୟ ଅପେକ୍ଷା ଅଧିକ ରହିପାରେ । ସେହିପରି କିଛି ରାଜ୍ୟରେ ରାଜ୍ୟର ପରାମର୍ଶଦାତା ମୂଲ୍ୟ ପ୍ରଯୁଜ୍ୟ ହୋଇଥାଏ । ଏହି ରାଜ୍ୟଗୁଡିକ ନିଜ ସ୍ତରରେ ହିଁ ଆଖୁର ମୂଲ୍ୟ ସ୍ଥିର କରିଥାନ୍ତି । ସେମାନଙ୍କ ମଧ୍ୟରେ ଉତ୍ତରପ୍ରଦେଶ, ପଞ୍ଜାବ ଏବଂ ହରିୟାଣା ଆଦି ରାଜ୍ୟ ସାମିଲ ରହିଛନ୍ତି ।

Get real time updates directly on you device, subscribe now.