fbpx

(Video) ‘ଏହା କଣ ସମ୍ବର?’: ଆପାର୍ଟମେଣ୍ଟର ଟ୍ୟାପରୁ ବାହାରିଲା ମଇଳା ପିଇବା ପାଣି, ୟୁଜର୍ସ ଦେଲେ ଶହ ଶହ କମେଣ୍ଟ

Advertisement

ନୂଆଦିଲ୍ଲୀ: ଲୋକମାନଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ଲକ୍ଷ୍ୟରେ ଦେଶର କୋଣ ଅନୁକୋଣରେ ସରକାରଙ୍କ ତରଫରୁ ଟ୍ୟାପ୍ ବ୍ୟବସ୍ଥା କରାଯାଇଛି । ତେବେ ଟ୍ୟାପରୁ ଯଦି ମଇଳା ପିଇବା ପାଣି ବାହାରିବ ତେବେ ଏହାକୁ ଦେଖି ଯେ କେହି ବି ଆଶ୍ଚର୍ଯ୍ୟ ହେବା ସ୍ୱାଭାବିତ । ଏପରି ଏକ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକରେ । ଟ୍ୟାପରୁ ମଇଳା ପାଣି ବାହାରୁଥିବା ଏକ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ବହୁମାତ୍ରାରେ ଭାଇରାଲ ହେବାରେ ଲାଗିଛି । ବେଙ୍ଗାଲୁରୁର ଜଣେ ବାସିନ୍ଦା ଏହି ଭିଡିଓକୁ ଶେୟାର କରିଛନ୍ତି ।

ବେଙ୍ଗାଲୁରୁର ଛୋଟ ବଡ଼ ପ୍ରତିଟି ଘଟଣା ସୋସିଆଲ ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟୁଥିବା ବେଳେ ଏହି ପ୍ରସଙ୍ଗକୁ ନେଇ ଏବେ ହଙ୍ଗାମା ମଚିଯାଇଛି । ସୋସାଇଟିରେ ପାଣି ସମସ୍ୟା ଦେଖାଦେବା ପରେ ତାହା ଶୋଭା ଏରେନା ଆପାର୍ଟମେଣ୍ଟରେ ଏକ ଗମ୍ଭୀର ସମସ୍ୟା ଭାବେ ଉଭା ହୋଇଥିଲା । ଏହି ଘଟଣାର ଏକ ଭିଡିଓକୁ ଜଣେ ବ୍ୟକ୍ତି ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ’ରେ ଶେୟାର କରିବା ପରେ ୟୁଜର୍ସ ଆଶ୍ଚର୍ଯ୍ୟ ହେବା ସହ ଭିନ୍ନ ଭିନ୍ନ କମେଣ୍ଟ ଦେବାରେ ଲାଗିଥିଲେ ।

ଟ୍ୟାପରୁ ମଇଳା ପାଣି ବାହାରୁଥିବା ଦୃଶ୍ୟ ଦେଖିବା ପରେ ଜଣେ ୟୁଜର ଲେଖିଥିଲେ, ‘ମୁଁ ଭାବୁଛି ଘରମାନଙ୍କୁ ଟ୍ୟାପ ଜରିଆରେ ସମ୍ବର ସପ୍ଲାଏ ହେଉଛି ।’ ସେହିପରି କିଛି ୟୁଜର୍ସ ଭଲ ପରାମର୍ଶ ଦେଇଥିଲେ । ଆପାର୍ଟମେଣ୍ଟର ପାଣି ଟାଙ୍କି ପରିଷ୍କାର କରିବାକୁ ଜଣେ ୟୁଜର କହିଥିବା ବେଳେ ଏହା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଦିଲ୍ଲୀ ଯିବେ ବୋଲି ଆଉ ଜଣେ କହିଥିଲେ । ସେହିପରି ଆଉ ଜଣେ ୟୁଜର ଲେଖିଥିଲେ ‘ଟ୍ୟାପରୁ ଟମାଟୋ ସୁପ୍ ଆସୁଛି ।’ ଆଉ ଜଣେ ଲେଖିଥିଲେ, ‘ରୁହ ମୁଁ ଚାଉଳ ନେଇକରି ଆସୁଛି ।’

Get real time updates directly on you device, subscribe now.