fbpx

୮୨ ବର୍ଷ ପୁରୁଣା କମ୍ପାନୀ କିଣିଲେ ମୁକେଶ ଅମ୍ବାନୀ, ଏତିକି ଟଙ୍କାରେ ହେଲା ଡିଲ୍ ଫାଇନାଲ୍

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ ଦେଶର ସବୁଠାରୁ ଧନୀ ବ୍ୟକ୍ତି । ନିଜ ବ୍ୟବସାୟକୁ ବିସ୍ତାର କରିବା ପାଇଁ ସେ ୮୨ ବର୍ଷ ପୁରୁଣା ଏକ କମ୍ପାନୀ ସହ ଚୁକ୍ତି କରିଛନ୍ତି । ରିଲାଏନ୍ସ ରିଟେଲର FMCG କମ୍ପାନୀ ରିଲାଏନ୍ସ କନ୍ଜ୍ୟୁମର ପ୍ରଡକ୍ଟସ(RCPL) Ravalgaon Sugar Farmର କନଫେକ୍ସନାରୀ ବ୍ୟବସାୟ ଅଧିଗ୍ରହଣ କରିଛି । ଏହି ଚୁକ୍ତିନାମା ଅନୁଯାୟୀ ବର୍ତ୍ତମାନ ରାୱାଲଗାଓଁ ଚିନି ଫାର୍ମର ଟ୍ରେଡ୍ ମାର୍କ, ରେସିପି ଏବଂ ଇଣ୍ଟେଲେକ୍ଚୁଆଲ ପ୍ରପର୍ଟିଗୁଡ଼ିକର ଅଧିକାର ରିଲାଏନ୍ସ ପାଖରେ ରହିଛି ।

ସୂତ୍ରରୁ ପ୍ରକାଶ ଯେ ଏହି ଡିଲ୍ ସହ ଜଡ଼ିତ ସୂଚନା ଶୁକ୍ରବାର ଏକ୍ସେଞ୍ଜ ଫାଇଲିଂରେ ଦିଆଯାଇଛି । ରିଲାଏନ୍ସ FMCG ଏହି ଡିଲ୍ ୨୭ କୋଟି ଟଙ୍କାରେ ଫାଇନାଲ କରିଛି । ଗତ ବର୍ଷ ରିଲାଏନ୍ସ FMCG ଏହାର ବ୍ୟବସାୟକୁ ବିସ୍ତାର କରିବା ପାଇଁ କାମ୍ପା କୋଲା ବ୍ରାଣ୍ଡ୍ ଅଧିଗ୍ରହଣ କରିଥିଲା । ପରେ ଏହି ମୃଦୁ ପାନୀୟକୁ ୩ଟି ଭିନ୍ନ ସ୍ୱାଦରେ ବଜାରରେ ରିଲଞ୍ଚ୍ କରାଯାଇଥିଲା । RCPL ଟେକ୍ଓଭର ଏବଂ ପାର୍ଟନରଶିପ୍ ମାଧ୍ୟମରେ ବଜାରରେ ନିଜ ସ୍ଥିତି ବଜାୟ ରଖିଛି । Ravalgaon Sugar Farmର କନଫେକ୍ସନାରୀ ବ୍ୟବସାୟରେ କେମ୍ପା, ପାନପସନ୍ଦ, ଟଫିମ୍ୟାନ୍, ମେଙ୍ଗୋ ମୁଡ୍, କଫି ବ୍ରେକ୍, ଟୁଟି ଫ୍ରୁଟି ଭଳି ଅନ୍ୟ ବ୍ରାଣ୍ଡ୍ ରହିଛି । ଏହି କମ୍ପାନୀ ପାଖରେ ୯ଟି କନଫେକ୍ସନାରୀ ଲେବୁଲ ରହିଛି । ତେବେ ଏନେଇ ରିଲାଏନ୍ସ କନ୍ଜ୍ୟୁମର ତରଫରୁ କୌଣସି ସୂଚନା ଦିଆଯାଇ ନାହିଁ । କହିରଖୁଛୁ organised ଏବଂ unorganised ଇଣ୍ଡଷ୍ଟ୍ରି ପ୍ଲେୟର୍ସଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ପ୍ରତିଦ୍ୱନ୍ଦିତା ଏବଂ ମାର୍କେଟ ଶେୟାର ହ୍ରାସ ପାଇବା ମଧ୍ୟରେ Ravalgaon Sugar Farm ଏହି ପଦକ୍ଷେପ ଗ୍ରହଣ କରିଛି । ଜଉଚଖ ଗୁଜରାଟ ସ୍ଥିତ କାର୍ବୋନେଟେଡ୍ ମୃଦୃ ପାନୀୟ ଏବଂ ଝକ୍ଟଗ୍ଦଚ୍ଚକ୍ଟ ଐବହକ୍ଟକ୍ଟକ୍ସସ ଭରଙ୍ଖରକ୍ସବଶର ପ୍ରାଇଭେଟ୍ ଲିମିଟେଡରେ ୫୦ ପ୍ରତିଶତର ଅଂଶୀଦାର ରହିଛି ।

 

Get real time updates directly on you device, subscribe now.