ମୁକେଶ ଅମ୍ବାନୀଙ୍କ ବଡ଼ ଉପହାର, ଜିଓର ଏହି ପ୍ଲାନରେ ମିଳିବ ମାଗଣା 912.5 GB ଡାଟା
ଜିଓର ଏହି ପ୍ଲାନ ଆପଣଙ୍କ ପାଇଁ ହେବ ଲାଭଦାୟକ, ଥରେ ରିଚାର୍ଜ କଲେ ମିଳିବ ୯୧୨.୫ ଜିବିର ଡାଟା। ଏହି ପ୍ଲାନର ଭ୍ୟାଲିଡିଟି ମଧ୍ୟ ଦମଦାର
ନୂଆଦିଲ୍ଲୀ: ଆପଣଙ୍କ ପାଇଁ ଜିଓ ଏକ ଖାସ ଏବଂ ଦମଦାର ପ୍ଲାନ ଆଣିଛି। ଏହି ପ୍ଲାନରେ ଆପଣ ୩୬୫ ଦିନର ଭ୍ୟାଲିଡିଟି ଏବଂ ୯୧୨.୫ ଜିବି ଡାଟା ପାଇବେ। ଏହା ବ୍ୟତୀତ ଆପଣ ଅନଲିମିଟେଡ କଲିଂ ଏବଂ ଏସଏମଏସ ମଧ୍ୟ ମାଗଣା ପାଇବେ।
ଜିଓର ୩୯୯୯ ଟଙ୍କିଆ ପ୍ଲାନ: ଜିଓର ଏହି ପ୍ଲାନରେ ଅପଣଙ୍କୁ ୩୬୫ଦିନର ଭ୍ୟାଲିଡିଟି ମିଳିବ। ଏହି ପ୍ଲାନରେ ଆପଣଙ୍କୁ ସମୁଦାୟ ୯୧୨.୫ ଜିବି ଡାଟା ବ୍ୟବହାର କରିବା ଲାଗି ମିଳିବ। ଯେଉଁଥିରେ ଆପଣ ଦୈନିକ ୨.୫ ଜିବି ହାଇ ସ୍ପିଡ ଡାଟା ବ୍ୟବହାର କରିପାରିବେ।
ଏହି ପ୍ଲାନରେ ମନୋରଞ୍ଜନର ପୂରା ଫାଇଦା ମିଳିବ। ଆପଣ ଜିଓ ହଟଷ୍ଟାରର ଫ୍ରି ସବସ୍କ୍ରିପ୍ସନ ହାସଲ କରିପାରିବେ। ଏହା ଟିଭି ଏବଂ ମୋବାଇଲ ଦୁଇଟିରେ ୯୦ ଦିନ ପାଇଁ ଚାଲିପାରିବ। ଏହା ବ୍ୟତୀତ ଆପଣଙ୍କୁ ଏଥିରେ ୧୦୦ ଏସଏମଏସ ଫ୍ରୀ ମିଳିବ।
ଆପଣଙ୍କୁ ଏହି ପ୍ଲାନରେ ଜିଓ ଟିଭି ଏବଂ ଜିଓ କ୍ଲାଉଡ୍ର ସବସ୍କ୍ରିପସ ମଧ୍ୟ ମିଳିବ। ଏଥିପାଇଁ ଆପଣଙ୍କୁ ନିଜ ଜିଓ ନମ୍ବରରେ ଲଗିନ୍ କରିବାକୁ ପଡ଼ିବ।