ପୁଣି ଇତିହାସ ରଚିଲା ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ, ୨୦ ଲକ୍ଷ କୋଟିର ଛୁଇଁଲା ମାର୍କେଟ କ୍ୟାପ

ପୁଣି ସେୟାର ମାର୍କେଟରେ ଧମାଲ କଲା ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ

ନୂଆଦିଲ୍ଲୀ: ମୁକେଶ ଅମ୍ବାନୀଙ୍କ ନେତୃତ୍ୱରେ ଚାଲିଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ ଲିମିଟେଡ ୨୬ ଜୁନ ୨୦୨୫ ଅର୍ଥାତ ଗୁରୁବାର ଦିନ ସେୟାରରେ ବୃଦ୍ଧି କରିଛି। ଏଥିପାଇଁ ସେ ୨୦ ଲକ୍ଷ କୋଟି ଟଙ୍କାର ମାର୍କେଟ କ୍ୟାପିଟାଲାଇଜେସନକୁ ଛୁଇଁଛି।

ନିବେଶକଙ୍କ ଉତ୍ସାହ କାରଣରୁ ବିଏସଇରେ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜର ସେୟରା ସଂଧ୍ୟା ସମୟରେ ହାରାହାରି ୨ ପ୍ରତିଶତର ବୃଦ୍ଧି ସହ ବ୍ୟବସାୟ କରି ୧,୪୯୫.୨୦ ଟଙ୍କାର ସ୍ତରକୁ ଯାଇ ବନ୍ଦ ହୋଇଛି।

ଇତିହାସ ରଚିଲା ରିଲାଏନ୍ସ: ମାର୍କେଟ କ୍ୟାପିଟାଲାଇଜେସନ ହିସାବରେ ଦେଶର ସବୁଠୁ ମୂଲ୍ୟବାନ କମ୍ପାନୀ ହେଲା ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ। ସେହିପରି ୧୫୯୧୨୧୮ କୋଟିର ମାର୍କେଟ କ୍ୟାପିଟାଲାଇଜେସନ ସହ ଏଚଡିଏଫସି ଦ୍ୱିତୀୟ ସ୍ଥାନରେ ରହିଛି ।

ବିଏସଇ ସଂଖ୍ୟା ମୁତାବକ, ରିଲାଏନ୍ସ ଇଣ୍ଡଷ୍ଟ୍ରୀଜର ମାର୍କେଟ କ୍ୟାପ ୨୦,୨୩,୩୭୫.୩୧କୋଟି ଟଙ୍କାର ଅଟେ। ଏହା ପୂର୍ବରୁ ରିଲାଏନ୍ସ ୨୦୨୪, ୧୩ ଫେବୃଆରୀରେ ୫୨ ବିକ୍ରିର ଉଚ୍ଚତମ ସ୍ତର ୨୯୫୭.୮୦ ଟଙ୍କାକୁ ଛୁଇଁ ମାର୍କେଟ କ୍ୟାପ ୨୦ ଲକ୍ଷ କୋଟି ଟଙ୍କାର ସ୍ତରକୁ ପାରି କରିଥିଲା।