ମୁକେଶ ଅମ୍ବାନୀ ଲଞ୍ଚ କଲେ ନୂଆ ପ୍ଲାନ! 84 ଦିନ ଯାଏଁ 2GB ଡାଟା, Disney+ Hotstar ଫ୍ରି

ନୂଆଦିଲ୍ଲୀ: କିଛି ଦିନର ଅସନ୍ତୋଷ ପରେ ମୁକେଶ ଅମ୍ବାନୀ ଗ୍ରାହକମାନଙ୍କ ପାଇଁ ନୂଆନୂଆ ପ୍ଲାନ ଲଞ୍ଚ କରୁଛି । Jio ର 5G ନେଟୱାର୍କ ବହୁତ ଭଲ ବୋଲି ପ୍ରମାଣ କରୁଛି ଏବଂ ଏହା ଅନେକ ସ୍ଥାନରେ ଉପଲବ୍ଧ ରହିଛି । କମ୍ପାନୀ ଏହାର ରିଚାର୍ଜ ଯୋଜନାର ମୂଲ୍ୟ ବୃଦ୍ଧି କରିଛି, ଏହା ଦ୍ବବାରା 5G ନେଟୱାର୍କ ଆହୁରି ଉନ୍ନତ କରାଇବା ପାଇଁ ଲକ୍ଷ୍ୟ ରଖାଯାଇଛି ।  ଏହା ସତ୍ତ୍ବେ କମ୍ପାନୀର ଅନେକ ଯୋଜନା ଅଛି ଯାହା ଅସୀମିତ କଲିଂ, ଡାଟା ଏବଂ ଅନ୍ୟାନ୍ୟ ସୁବିଧା ପ୍ରଦାନ କରିଥାଏ । ତେବେ ଜିଓର 84 ଦିନିଆ ପ୍ଲାନ ସବୁଠାରୁ ଲୋକପ୍ରିୟ ରହିଛି । ଏଥିରେ  ଅସୀମିତ କଲିଂ, ଡାଟା ଭଳି ଅନେକ ସୁବିଧା ମିଳୁଛି ।

949 ଟଙ୍କାର ପ୍ଲାନରେ 84 ଦିନର ବୈଧତା ରହିଛି । ଏଥିରେ ଅନଲିମିଟେଡ୍ କଲର ସୁବିଧା ରହିଛି । ଏହାସହିତ ଦେଶର ସବୁ ସ୍ଥାନରେ ଜିଓ ନେଟଓ୍ବର୍କ ଉପଲ୍ବଧ ହେବ । ଏହାସହିତ ଡିଗ୍ନି ଏବଂ ହଟଷ୍ଟାର ମଧ୍ୟ ସୁବିଧାରେ ମିଲିବ । ଏହାସହିତ ଦୈନିକ 2 ଜିବି ଡାଟା ଏବଂ 100 ଏସଏମଏସର ସୁବିଧା ରହିଛି । 5ଜି ମୋବାଇଲେ ଇଚ୍ଛା ମୁତାବକ 5ଜି ନେଟଓ୍ବର୍କର ବ୍ୟବାହର କରିପାରିବେ । ଏହି ପ୍ଲାନ ବର୍ତ୍ତମାନ ଗ୍ରାହକଙ୍କର ମନ ଜିଣିଛି ।

ଅନ୍ୟପଟେ ଯଦି ବିଏସଏନଏସ ସହିତ ତୁଳନା କରିବା ତାହେଲେ ଏହାର ଲୋକପ୍ରିୟ ପ୍ଲାନର ଦାମ୍ 997ଟଙ୍କା ରହିଛି । ଏହାର ବୈଧତା 160 ଦିନ ରହିଛି । ଦିନକୁ 2ଜିବି ଡାଟା ସହିତ 100 ଏସଏମଏସ ଫ୍ରି ମିଳିବ । ଏଥିରେ ମଧ୍ୟ ଅନଲିମିଟେଡ୍ କଲିଂ ସୁବିଧା ରହିଛି । ତେବେ ଗ୍ରାହକଙ୍କ କହିବା ଅନୁସାରେ, ଦାମ୍ ହିସାବରେ ଫେୟାସିଲିଟି ଦେଖିଲେ ସବୁଠୁ ଆଗରେ ଜିଓ ରହିବ ।

Get real time updates directly on you device, subscribe now.