fbpx

ସାମ୍ନାକୁ ଆସିଲା ମାଫିଆ ମୁଖତାର ଅନସାରୀର ପୋଷ୍ଟମର୍ଟମ ରିପୋର୍ଟ, ଏହି କାରଣରୁ ହୋଇଛି ମୃତ୍ୟୁ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମାଫିଆ ଡନ୍ ମୁଖତାର ଅନସାରୀର ପୋଷ୍ଟମର୍ଟମ ରିପୋର୍ଟ ସାମ୍ନାକୁ ଆସିଛି । ଏହି ରିପୋର୍ଟରୁ ଜଣାଯାଇଛି ମୁଖତାରର ହୃଦଘାତରେ ମୃତ୍ୟୁ ହୋଇଛି । ବାନ୍ଦା ମୁଖ୍ୟ ମେଡିକାଲ୍ ଅଫିସର କହିଛନ୍ତି ମୁଖତାର ଅନସାରୀର ପୋଷ୍ଟମର୍ଟମ ରିପୋର୍ଟରୁ ତାର ମୃତ୍ୟୁ ହୃଦଘାତରେ ହୋଇଥିବା ଜଣାଯାଇଛି ।

୨୮ ମାର୍ଚ୍ଚ ରାତିରେ ମୁଖତାର ଅନସାରୀର ମୃତ୍ୟୁ ହୋଇଥିଲା । ତା’ର ମୃତ୍ୟୁ ପରେ ବହୁ ପ୍ରଶ୍ନ ଉଠିଥିଲା । ମୁଖତାରର ପୁଅ ଅଭିଯୋଗ କରିଥିଲେ କି ତାଙ୍କ ବାପାଙ୍କୁ ସ୍ଲୋ ପଏଜନ୍ ଦିଆଯାଇଥିଲା ଯେଉଁଥିରେ ତାଙ୍କ ମୃତ୍ୟୁ ହୋଇଥିଲା । ମୁଖତାରକୁ କ୍ଷୀରରେ ମିଶାଇ ବିଷ ଦିଆଯାଇଥିଲା ବୋଲି ଅଭିଯୋଗ କରାଯାଇଥିଲା । ମୁଖତାରର ମୃତ୍ୟୁ ଉପରେ ପ୍ରଶ୍ନ ଉଠିବା ସହ ମାମଲାର ଯାଞ୍ଚ କରିବାକୁ ମଧ୍ୟ ତାର ପରିବାର ଲୋକେ ଦାବୀ କରିଥିଲେ । ତେବେ ତା’ର ମୃତ୍ୟୁର ଅସଲ କାରଣ ଜାଣିବା ପାଇଁ ପୋଷ୍ଟମର୍ଟମ କରାଯାଇଥିଲା ଯାହାର ରିପୋର୍ଟ ଏବେ ସାମ୍ନାକୁ ଆସିଛି ।

ଏଠାରେ ସୂଚାଇ ଦିଆଯାଇପାରେ କି ମୁଖତାର ଅନସାରୀ ବାନ୍ଦା ଜେଲ୍‌ରେ ରହୁଥିଲା । ୨୮ ତାରିଖ ରାତିରେ ତାର ବାନ୍ତି ହୋଇଥିଲା ଓ ପରେ ସେ ବେହୋସ ହୋଇ ଯାଇଥିଲା । ଏହାପରେ ୯ ଜଣିଆ ଡାକ୍ତରୀ ଦଳ ପରୀକ୍ଷା କରି ତାକୁ ମୃତ ଘୋଷଣା କରିଥିଲେ ।

Get real time updates directly on you device, subscribe now.