Odisha Budget 2025: ମତ୍ସ୍ୟ-ପଶୁପାଳନ ପାଇଁ ଖୋଲିଲା ପେଡ଼ି, ୧୯୦୯ କୋଟି ବ୍ୟୟବରାଦ

ଓଡ଼ିଶା ବଜେଟ ଉପସ୍ଥାପନା । ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଲାଗୁ ।

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଜେଟ୍ ଉପସ୍ଥାପନ କରୁଥିବା ବେଳେ ଏଥିରେ ମତ୍ସ୍ୟ, ପଶୁପାଳନକୁ ଅଧିକ ଗୁରୁତ୍ବ ଦିଆଯାଇଛି । ମତ୍ସ୍ୟ, ପଶୁପାଳନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ଲକ୍ଷ୍ୟ ରଖାଯାଇଥିବା କଥା କହିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟ ସରକାର ମତ୍ସ୍ୟ, ପଶୁପାଳନ ପାଇଁ ବଜେଟରେ ୧୯୦୯ କୋଟି ଟଙ୍କା ବୟବରାଦ କରିଛନ୍ତି ।

ଦୁଗ୍ଧ ଉତ୍ପାଦନ ବୃଦ୍ଧି ନିମନ୍ତେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଲାଗୁ କରାଯିବ । ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ୧୪୬ କୋଟି ଖର୍ଚ୍ଚ ହେବ ।

ସେହିପରି ଗୋମାତା ଯୋଜନା ପାଇଁ ୪୬ କୋଟି ରଖାଯାଇଛି । ଏହାଦ୍ୱାରା ରାଜ୍ୟ ମତ୍ସ୍ୟ ଏବଂ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ଆତ୍ମନିିର୍ଭରଶୀଳ ହେବା ନେଇ ଲକ୍ଷ୍ୟ ରଖାଯାଇଛି।