fbpx

୬ ବର୍ଷରେ ମାଲାମାଲ୍ କରିଦେଲା ଏହି ଷ୍ଟକ୍: ୧ ଲକ୍ଷକୁ କରିଦେଲା ୪୦ ଲକ୍ଷ ଟଙ୍କା

Advertisement

ନୂଆଦିଲ୍ଲୀ: ଗତ କିଛି ବର୍ଷ ମଧ୍ୟରେ ଭାରତୀୟ ଷ୍ଟକ୍ ବଜାରରେ ସାନଦାର୍ ରିଟର୍ଣ୍ଣ ଦେଉଥିବା ମଲ୍ଟିବ୍ୟାଗ ଷ୍ଟକ ମଧ୍ୟରେ ଲାନ୍ସର୍ କଣ୍ଟେନର୍ ଲାଇନ୍ସ ଲିମିଟେଡର ସେୟାର ଅନ୍ୟତମ । ଏହି ଷ୍ଟକ୍ ମାର୍ଚ୍ଚ ୨୦୧୬ରେ ସେୟାର ପିଛା ୧୨ ଟଙ୍କା ମୂଲ୍ୟରେ ଲଞ୍ଚ କରାଯାଇଥିଲା । ବିଶେଷ କରି କରୋନା ମହାମାରୀ ପରେ ଏହି ଷ୍ଟକ୍ ନିବେଶକମାନଙ୍କୁ ଗତ କିଛି ବର୍ଷ ମଧ୍ୟରେ ମାଲମାଲ୍ କରିପାରିଛି । ତାଲିକାଭୁକ୍ତ ହେବା ପରଠାରୁ ଏହି ଛୋଟ କ୍ୟାପ୍ ଷ୍ଟକ୍ ମଧ୍ୟ ଦୁଇଥର ବୋନସ୍ ସେୟାର ଦେବାକୁ ଘୋଷଣା କରିଛି ।

ଲାନ୍ସର୍ କଣ୍ଟେନର୍ ଲାଇନ୍ସ ଲିମିଟେଡର ସେୟାର ମୂଲ୍ୟ ହେଉଛି ୪୮୭ ଟଙ୍କା । ଏହା ୨୦୧୬ ରେ ସେୟାର ପିଛା ୧୨ ଟଙ୍କା ମୂଲ୍ୟରେ ଲଞ୍ଚ କରାଯାଇଥିଲା । ଯଦି ଜଣେ ନିବେଶକ ୬ ବର୍ଷ ପୂର୍ବେ ଏହି ଷ୍ଟକରେ୧ ଲକ୍ଷ ଟଙ୍କା ବିନିଯୋଗ କରିଥାନ୍ତେ, ତେବେ ଏହି ୧ ଲକ୍ଷ ଟଙ୍କା ଆଜି ୪୦ ଲକ୍ଷ ଟଙ୍କା ହୋଇଥାନ୍ତା । କାହିଁକି ନା ୬ ବର୍ଷ ପୂର୍ବେ ସେୟାର ପିଛା ୧୨ ଟଙ୍କା ହିସାବରେ ତାଙ୍କ ପାଖରେ ପ୍ରାୟ ୮୩୦୦ ସେୟାର ହୋଇଥାନ୍ତା । ଆଜି ଏହି ସେୟାରଗୁଡ଼ିକର ମୂଲ୍ୟ ୪୦ ଲକ୍ଷରୁ ଅଧିକ ହୋଇଥାନ୍ତା ।

ବୁଧବାର ଦିନ ଲାନ୍ସର୍ କଣ୍ଟେନର୍ ଲାଇନ୍ସ ଲିମିଟେଡର ଷ୍ଟକ୍ ୧.୦୭ ହ୍ରାସ ସହିତ କାରବାର କରୁଛି । ହେଲେ ବି ଏହି ଷ୍ଟକ୍ ଲାଗତାର ଭାବରେ ଭଲ ରିଟର୍ଣ୍ଣ ଦେଇଛି । ଗତ ୫ ଟି ବାଣିଜ୍ୟ ଅଧିବେଶନ ବିଷୟରେ କହିବାକୁ ଗଲେ ଷ୍ଟକ୍ ୧୫ ପ୍ରତିଶତ ରିଟର୍ଣ୍ଣ ଦେଇଛି । ଗତ ଏକ ମାସ ମଧ୍ୟରେ ଷ୍ଟକ୍ ୩୨ ପ୍ରତିଶତ ରିଟର୍ଣ୍ଣ ଦେଇଛି । ୬ ମାସରେ ୧୨୫ ର ରିଟର୍ଣ୍ଣ ଦେଇଛନ୍ତି । ଗୋଟିଏ ବର୍ଷ ମଧ୍ୟରେ ମଧ୍ୟ ଏହାର ରିଟର୍ଣ୍ଣ ମାତ୍ର ୧୨୫ ପ୍ରତିଶତ ହୋଇଛି । ଏହି ଷ୍ଟକ୍ ଗତ ୫ ବର୍ଷ ମଧ୍ୟରେ ୧୪୮ ପ୍ରତିଶତ ରିଟର୍ଣ୍ଣ ଦେଇଛି । ଷ୍ଟକ୍ ୫୨-ସପ୍ତାହର ସବୁଠାରୁ ହାଇ ହେଉଛି ସେୟାର ପ୍ରତି ୫୦୮ ଟଙ୍କା ଏବଂ ୫୨-ସପ୍ତାହର ସବୁଠାରୁ କମ୍ ହେଉଛି ୧୭୬ । ଏହି ଆର୍ôଥକ ବର୍ଷର ଦ୍ୱିତୀୟ ତ୍ରୈମାସିକରେ ଲାନ୍ସର୍ କଣ୍ଟେନର୍ ଲାଇନ୍ସ ଲିମିଟେଡ୍ ବହୁତ ଲାଭ କରିଛି ।

Get real time updates directly on you device, subscribe now.