fbpx

ଆଉ ହେବନି ରେଳ ଦୁର୍ଘଟଣା, ପଦକ୍ଷେପ ଆପଣାଇଲେ ସରକାର

ନୂଆଦିଲ୍ଲୀ: କମିବ ରେଳ ଦୁର୍ଘଟଣା । ଟ୍ରେନ ଲାଇନଚ୍ୟୁତ କରିବାକୁ ଯୋଜନା କରୁଥିବା ଦୁର୍ବୃତ୍ତଙ୍କୁ ପାନେ ଦେବେ ସରକାର । ଯାତ୍ରୀଙ୍କ ସରୁକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଟ୍ରାକ ଏବଂ ଆଖପାଖ ଅଞ୍ଚଳରେ କ୍ୟାମେରା ଲଗାଯିବ । ଏହାସହିତ ଟ୍ରେନର ଇଞ୍ଜିନ ବଗିରେ ମଧ୍ୟ କ୍ୟାମେରା ଲଗାଯିବା ନେଇ ଯୋଜନା କରାଯାଇଥିବା ସୂଚନା ଦେଇଛନ୍ତି ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । କହିରଖୁଛୁ କି, ନିକଟରେ ଦୁଇଥର ଟ୍ରେନ ଲାଇନଚ୍ୟୁତ କରିବା ନେଇ ଯୋଜନା କରିଥିଲେ ଦୁର୍ବୃତ୍ତ । ଟ୍ରେନ ଟ୍ରାକକୁ ସିଲିଣ୍ଡର ଏବଂ ସିମେଣ୍ଟ ସ୍ଲାବ ମିଳିଥିଲା । ତେବେ ଟ୍ରେନ ଲାଇନଚ୍ୟୁତ କରିବା ନେଇ ଷଡଯନ୍ତ୍ର କରାଯାଇଥିବା ଅନୁମାନ କରି ଏଭଳି ପଦକ୍ଷେପ ଆପଣା ଯାଇଥିବା କଥା କହିଛନ୍ତି ମନ୍ତ୍ରୀ ।

ସେ କହିଛନ୍ତି, ଟ୍ରେନର ଆଗ ଏବଂ ପଛ ଭାଗରେ ଏବଂ ଇଞ୍ଜିନର ଉଭୟ ପାର୍ଶ୍ୱରେ ଏବଂ ଟ୍ରେନର ଗାର୍ଡ କୋଚରେ କ୍ୟାମେରା ଲଗାଯିବ । ଗାଇ ଗୋରୁମାନଙ୍କୁ ନେଇ ହେଉଥିବା ଦୁର୍ଘଟଣାକୁ ଦୃଷ୍ଟିରେ ରଖି ମଧ୍ୟ ଗୋରୁ ରାକ୍ଷୀଙ୍କ ଉପରେ କ୍ୟାମେରା ମଧ୍ୟ ଲଗାଯିବ ବୋଲି ସେ କହିଛନ୍ତି । ତିନି ମାସ ମଧ୍ୟରେ କ୍ୟାମେରା ଲଗାଇବା ପାଇଁ ଚୁକ୍ତି କରାଯିବ ଏବଂ ସମସ୍ତ ଟ୍ରେନରେ କ୍ୟାମେରା ଲଗାଯିବ । ଏକ ସାଧାରଣ ଡାଟା କେନ୍ଦ୍ର ମଧ୍ୟ ସ୍ଥାପନ କରାଯିବ, ଯେଉଁଠାରେ ଏହି ସମସ୍ତ କ୍ୟାମେରାରେ ରେକର୍ଡ ହୋଇଥିବା ଭିଡିଓ ଫୁଟେଜ୍ ସଞ୍ଚୟ ହେବ । ଟ୍ରେନକୁ ଲାଇନଚ୍ୟୁତ କରିବା ପାଇଁ ହୋଇଥିବା ଷଡଯନ୍ତ୍ରର ପ୍ରୟାସକୁ ଗୁରୁତର ବୋଲି ବର୍ଣ୍ଣନା କରି ବୈଷ୍ଣବ କହିଛନ୍ତି ଯେ ରେଳ ପ୍ରଶାସନ ବିଭିନ୍ନ ରାଜ୍ୟର ପୋଲିସ ମୁଖିଆଙ୍କ ସହ ଯୋଗାଯୋଗ କରୁଛି ଏବଂ ଟ୍ରାକର ସୁରକ୍ଷା ପାଇଁ ସଜାଗତା ବୃଦ୍ଧି କରିବାକୁ କହିଛି ।

Get real time updates directly on you device, subscribe now.