fbpx
BSKY SKY
BSKY SKY

ହାଇଦ୍ରାବାଦକୁ ମଜବୁତ ସ୍ଥିତିରେ ପହଞ୍ଚାଇଲା ରାହୁଲଙ୍କ ତାବଡତୋଡ ବ୍ୟାଟିଂ: ମୁମ୍ବାଇ ପାଇଁ ୧୯୪ ରନର ଲକ୍ଷ୍ୟ

BSKY

ମୁମ୍ବାଇ: ମୁମ୍ବାଇ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରି ମଜବୁତ ସ୍ଥିତିରେ ପହଞ୍ଚିଛି ହାଇଦ୍ରାବାଦ । ଟସ ଜିତି ପ୍ରଥମେ ବ୍ୟାଟିଂ ପାଇଁ ହାଇଦ୍ରାବାଦକୁ ନିମନ୍ତ୍ରଣ କରିଥଇଲେ ମୁମ୍ବାଇ ଅଧିନାୟକ ରୋହିତ ଶର୍ମା । ତେବେ ରୋହିତଙ୍କ ଏହି ନିଷ୍ପତ୍ତିକୁ ଭୁଲ ପ୍ରମାଣ କରି ଦେଇଛନ୍ତି ରାହୁଲ ତ୍ରିପାଠୀ । ପ୍ରଥମ ଇନିଂସରେ ୬ ୱିକେଟ ବିନିମୟରେ ୧୯୩ ରନ ସଂଗ୍ରହ କରିଛି ହାଇଦ୍ରାବାଦ । ଫଳରେ ମୁମ୍ବାଇକୁ ୨୦ ଓଭରରେ ମିଳିଛି ୧୯୪ ରନର ଏକ ବଡ ଲକ୍ଷ୍ୟ ।

ଦଳ ତରଫରୁ ଓପନିଂ କରିଥିଲେ ଅଭିଶେକ ଶର୍ମା ଏବଂ ପ୍ରିୟମ ଗର୍ଗ । ଅଭିଶେକ ଶର୍ମା ଏହି ମ୍ୟାଚରେ ଫେଲ ମାରିଥିବା ବେଳେ ପ୍ରିୟମ ଗର୍ଗ ଜବରଦସ୍ତ ପାଳି ଖେଳିଛନ୍ତି । ଗର୍ଗଙ୍କ ବ୍ୟାଟରୁ ଦେଖିବାକୁ ମିଳିଛି ୨୬ ବଲରେ ୪ଚୌକା ଏବଂ ୨ ଛକା ସହିତ ୪୨ ରନର ଏକ ଦମଦାର ପାଳି । ତେବେ ତାଙ୍କ ସହ ଅନ୍ୟପଟେ ରାହୁଲ ତ୍ରିପାଠୀ ମଧ୍ୟ ବିସ୍ଫୋରକ ଇନିଂସ ଖେଳିଛନ୍ତି । ଏହାପରେ ପିୟମ ଗର୍ଗଙ୍କ ପରେ ନିକୋଲାସ ପୁରନ ମଧ୍ୟ କିଛି ସମୟ ପାଇଁ ରାହୁଲଙ୍କ ସାଥ ଦେଇଥିଲେ । ୨୨ ବଲରୁ ୨ ଚୌକା ଏବଂ ୩ ଛକା ସହ ୩୮ ରନ ସଂଗ୍ରହ କରିବାରେ ସଫଳ ହୋଇଥିଲେ ପୁରନ । ସେପଟେ ୪୪ ବଲରେ ୯ ଚୌକା ଏବଂ ୩ ଛକା ଦ୍ୱାରା ୭୬ ରନରେ ଖେଳୁଥିବା ବେଳେ ୧୮ ତମ ଓଭରରେ ପାଭିଲିୟନ ଫେରି ଯାଇଥିଲେ ରାହୁଲ । ଏହାପରେ ଦଳର ରନରେ ବ୍ରେକ ଲାଗି ଯାଇଥିଲା । ଦଳର ୧୭୪ରେ ରାହୁଲ ଆଉଟ ହୋଇଥିଲେ । କିନ୍ତୁ ତାଙ୍କ ୱିକେଟ ପରେ ଦଳ ୩ ୱିକେଟ ବିନିମୟରେ ମାତ୍ର ୧୯ ରନ କରିବାରେ ସକ୍ଷମ ହୋଇଛି । ଫଳରେ ୨୦ ଓଭରରେ ୧୯୪ ରନର ବିଜୟ ଲକ୍ଷ୍ୟ ପାଇଛି ମୁମ୍ବାଇ ପଲଟନ ।

ମୁମ୍ବାଇ ପକ୍ଷରୁ ସବୁଠୁ ସଫଳ ବୋଲର ପାଲଟିଛନ୍ତି ରମନଦୀପ ସିଂହ । ୩ ଓଭରରେ ୨୦ ରନ ଦେଇ ୩ଟି ସଫଳତା ହାସଲ କରିଛନ୍ତି ରମନଦୀପ । ପ୍ରିୟମ ଗର୍ଗ, ରାହୁଲ ତ୍ରିପାଠୀ ଏବଂ ଏଡେନ ମାକ୍ରମଙ୍କୁ ଆଉଟ କରିପାଭିଲିୟନର ରାସ୍ତା ଦେଖାଇଛନ୍ତି ମୁମ୍ବାଇର ଏହି ବୋଲର । ତେବେ ତାଙ୍କ ବ୍ୟତୀତ ଡାନିଏଲ ସାମ୍ସ, ରିଲେ ମେରେଡିଥ ଏବଂ ଜଶପ୍ରୀତ ବୁମରାହଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଛି ।

Get real time updates directly on you device, subscribe now.