ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ଅଲରାଉଣ୍ଡର କର୍ବିନ ବୋଶ୍ଚ ଆଇପିଏଲ ୨୦୨୫ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଚୁକ୍ତିନାମା କରିବା ପରେ, PSL ୨୦୨୫ରୁ ଓହରି ଯିବାରୁ, ଚୁକ୍ତିନାମା ଉଲ୍ଲଂଘନ ଅଭିଯୋଗରେ PCB ତାଙ୍କୁ ଆଇନଗତ ନୋଟିସ ପଠାଇଛି।
ଆଗାମୀ ପାକିସ୍ତାନ ସୁପର ଲିଗ (ପିଏସ୍ଏଲ୍)ରୁ ଓହରିଯାଇଥିବା ଦକ୍ଷିଣ ଆଫ୍ରିକାର ୩୦ ବର୍ଷୀୟ ଅଲରାଉଣ୍ଡର ଆଇପିଏଲ୍ ପାଇଁ ବଦଳ ଖେଳାଳି ଭାବେ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ସାମିଲ କରାଯାଇଛି। ଏଥିଯୋଗୁ ବୋଶ୍ଚ ପିଏସ୍ଏଲ୍ରୁ ଓହରିଯାଇଥିଲେ।
ଏହାପରେ କର୍ବିନଙ୍କ ଏଜେଣ୍ଟ ଜରିଆରେ ତାଙ୍କୁ ଲିଗାଲ ନୋଟିସ ଜାରି କରାଯାଇଛି। ଏହି ଖେଳାଳିଙ୍କୁ ତାଙ୍କ ବୃତ୍ତିଗତ ଓ ଚୁକ୍ତିଭିତ୍ତିକ ପ୍ରତିବଦ୍ଧତାରୁ ଓହରିବା ପଛର ଯଥାର୍ଥତା ପ୍ରକାଶ କରିବାକୁ କୁହାଯାଇଛି ବୋଲି ପିସିବି ପକ୍ଷରୁ ରବିବାର କୁହାଯାଇଛି। ପ୍ରକାଶଥାଉ କି, ଆଇପିଏଲ୍ ଆସନ୍ତା ୨୨ରୁ ମେ ୨୫ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ବେଳେ ପିଏସ୍ଏଲ୍ ଏପ୍ରିଲ ୧୧ରୁ ମେ ୨୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।