ମୁମ୍ବାଇ: କୁହାଯାଏ କିଛି ଜିନିଷ ଏପରି ଅଛି ଯାହାକୁ ଚାହିଁଲେ ବି ନିୟନ୍ତ୍ରଣ କରାଯାଇପାରିବ ନାହିଁ। ବିଶେଷକରି ଯେତେବେଳେ ପେଟ ଖରାପ ଥାଏ ବା ଶୌଚ ଲାଗୁଥାଏ। ଏହିଭଳି ଏକ ମାମଲା ମୁମ୍ବାଇର ୱାଡାଲା ଅଞ୍ଚଳରେ ଦେଖିବାକୁ ମିଳିଛି, ଯେଉଁଠି ଶୌଚ କରିବାକୁ ଯାଇ ବ୍ୟକ୍ତି ଜଣଙ୍କ୧୮ ମହଲାରୁ ଖସି ପଡ଼ିଛନ୍ତି ଏବଂ ତାଙ୍କର ଜୀବନ ଚାଲିଯାଇଛି।
ଏହି ଦୁର୍ଘଟଣା ରବିବାର ଦିନ ମାତୋଶ୍ରୀ ସଦନ ନାମକ ଏକ ବହୁମହଲା ବିଶିଷ୍ଟ ଏକ କୋଠାରେ ଘଟିଥିଲା, ଯେଉଁଠାରେ ମୃତକ ତାଙ୍କ ଭଉଣୀଙ୍କ ସହିତ ରହୁଥିଲେ। ପିଟିଆଇ ଅନୁଯାୟୀ, ଆରଏକେ ମାର୍ଗ ପୋଲିସ ଷ୍ଟେସନର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ଯେ, ବ୍ୟକ୍ତି ଜଣକ ଗତ କିଛି ଦିନ ଧରି ଡାଇରିଆ ରୋଗରେ ପୀଡିତ ଥିଲେ।
ସେଦିନ ଯେତେବେଳେ ତାଙ୍କ ପେଟ ଜୋରରେ କାଟିଲା ଏବଂ ତାଙ୍କୁ ଶୌଚ ଲାଗିଲା ସେତେବେଳେ ତାଙ୍କ ଶୌଚାଳୟ ଆଉ ଜଣେ କେହି ବ୍ୟବହାର କରୁଥିଲେ। ସେ ଆଉ ପେଟ ଯନ୍ତ୍ରଣା ସହିନପାରି ଘରୁ ବାହାରକୁ ଦୌଡ଼ି ପଳାଇ ଲିଫ୍ଟ ପାଖରେ ଥିବା ଖୋଲା ଜାଗାର ଏକ କୋଣରେ ବସିଗଲେ।
ସେହିଠାରେ ମଳତ୍ୟାଗ କରିବା ସମୟରେ ସେ ଭାରସାମ୍ୟ ହରାଇ ସିଧା 18 ମହଲାରୁ ତଳକୁ ପଡ଼ିଗଲେ। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଆଖପାଖର ଲୋକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ। ତାଙ୍କୁ ଡାକ୍ତରଖାନା ନିଆଯାଇବା ସମୟରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ
ସୂଚନା ପାଇବା ମାତ୍ରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାକୁ ‘ଦୁର୍ଘଟଣା ମୃତ୍ୟୁ ରିପୋର୍ଟ’ (ADR) ଭାବରେ ପଞ୍ଜିକୃତ କରିଛି ଏବଂ ମାମଲାର ତଦନ୍ତ ଚାଲିଛି।