ଦୁଷ୍କର୍ମ ଶୀକାର ହେବା ପରେ ଯୁବତୀ ରଚିଲେ ଅମାନବୀୟ କାଣ୍ଡ, ଗୁପ୍ତାଙ୍ଗରେ ସର୍ଜିକାଲ ବ୍ଲେଡ ସହ ପଥର ଭର୍ତ୍ତି କରିଦେଲେ
କାହିଁକି ନିଜ ଗୁପ୍ତାଙ୍ଗରେ ସର୍ଜିକାଲ ବ୍ଲେଡ ଭର୍ତ୍ତି କରି ଦେଲେ ଦୁଷ୍କର୍ମ ପୀଡ଼ିତା ? ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ
ନୂଆଦିଲ୍ଲୀ: ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଜଣେ 20 ବର୍ଷୀୟା ଯୁବତୀଙ୍କ ସହ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି । ମଙ୍ଗଳବାର ବିଳମ୍ବିତ ରାତିରେ ଯେତେବେଳେ ଡାକ୍ତରୀ ମାଇନା କରାଯାଇଥିଲା, ସେତେବେଳେ ଆଶ୍ଚର୍ଯ୍ୟଜନକ ଖୁଲାସା କରାଯାଇଥିଲା ।
ପୀଡିତାର ଗୁପ୍ତାଙ୍ଗରେ ପ୍ଲାଷ୍ଟିକରେ ଗୁଡ଼ାଯାଇଥିବା ଏକ ପଥର ଏବଂ ଏକ ସର୍ଜିକାଲ ବ୍ଲେଡ୍ ମିଳିଥିଲା। ଏହା ଦେଖି ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏବେ ପୋଲିସ ବଳାତ୍କାର ଅଭିଯୁକ୍ତ ଅଟୋ-ରିକ୍ସା ଡ୍ରାଇଭରଙ୍କୁ ହେପାଜତକୁ ନେଇଛି । କିନ୍ତୁ ତଦନ୍ତ ସମୟରେ ଯେଉଁ ଜିନିଷଗୁଡ଼ିକ ସାମ୍ନାକୁ ଆସିଛି ତାହା ପୋଲିସକୁ ଆଶ୍ଚର୍ଯ୍ୟ କରିଛି ।
ସାରା ରାତି ଡ୍ରାଇଭର ସହିତ ଘୁରୁଥିଲେ- ଯେତେବେଳେ ପୋଲିସ ଅଟୋ-ରିକ୍ସା ଡ୍ରାଇଭରଙ୍କୁ ହେପାଜତକୁ ନେଇ ପ୍ରାରମ୍ଭିକ ପଚରାଉଚରା କଲା, ସେତେବେଳେ ଏକ ଭିନ୍ନ କଥା ସାମ୍ନାକୁ ଆସିଥିଲା । ପୋଲିସର କହିବା ଅନୁଯାୟୀ, ଝିଅଟି ଏବଂ ଅଟୋ-ରିକ୍ସା ଡ୍ରାଇଭର ଏକାଠି ବେଳାଭୂମିକୁ ଯାଇଥିଲେ ।
ରାତି ବିତାଉ ବିତାଉ ହରାଇଲେ ଇଜତ- ସେମାନେ ରାତି ବିତେଇବା ପାଇଁ ଭାବିଥିଲେ ହେଁ ସେମାନଙ୍କ ନିକଟରେ ବୈଧ ପ୍ରମାଣ ପତ୍ର ନଥିବା କାରଣରୁ ହୋଟେଲ ରୁମ୍ ମିଳିନଥିଲା । ସେମାନେ ବେଳାଭୂମୀରେ ହିଁ ରାତି ବିତାଇଥିଲେ । ବିଚ୍ରେ ରହିବା ସମୟରେ ଡ୍ରାଇଭର ଜଣକ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ ଓ ସେଠାରୁ ଫେରାର ହୋଇଯାଇଥିଲେ । ତେବେ ଘରକୁ ଫେରିଲେ ବାପା ମା’ ତାଙ୍କୁ ମାଡ଼ ମାରିବେ ବୋଲି ଯୁବତୀ ଆଶଙ୍କା କରିଥିଲେ।
ଅକଲଗୁଡମ ପରେ ରଚିଲେ ଭୟଙ୍କର କାଣ୍ଡ- ଏଥିପାଇଁ ସେ ପ୍ରଥମେ ଗୋଟିଏ ସର୍ଜିକାଲ ବ୍ଲେଡ କିଣିଥିଲେ। ଏହାପରେ ଏହି ବ୍ଲେଡକୁ ଗୋଟିଏ ପ୍ଲାଷ୍ଟିକ ପଲିଥିନରେ ଗୁଡ଼ାଇ ନିଜ ଗୁପ୍ତାଙ୍ଗରେ ଭର୍ତ୍ତି କରି ଦେଇଥିଲେ। କିଛି ଛୋଟ ଗୋଡ଼ି ମଧ୍ୟ ସେ ଗୁପ୍ତାଙ୍ଗରେ ଭର୍ତ୍ତି କରିଥିବା ଜଣାପଡ଼ିଛି । ତେବେ ଏହାପରେ ସେ କିଛିବାଟ ଯିବା ପରେ ତାଙ୍କର ରକ୍ତସ୍ରାବ ଆରମ୍ଭ ହୋଇଥିଲା । ଏହାପରେ ସେ କୌଣସି ଉପାୟ ନ ପାଇ ସ୍ଥାନୀୟ ପୋଲିସ୍କୁ ଯୋଗାଯୋଗ କରିଥିଲେ ।
ପୋଲିସ ହସ୍ପିଟାଲରେ ଭର୍ତ୍ତି କରିବା ପରେ ଡାକ୍ତର ଏସବୁ ବାହାର କରିଥିଲେ । ଏହାପରେ ଯୁବତୀଙ୍କ ଅଭିଯୋଗ ଆଧାରରେ ଗୋଟିଏ ଦୁଷ୍କର୍ମ ମାମଲା ରୁଜୁ କରାଯାଇଥିଲା। ଯୁବତୀ ଜଣଙ୍କ ଚେତା ଫେରିଲା ପ୍ରଶ୍ନ କରିବା ପରେ ସେ କୌଣସି ସଠିକ ଉତ୍ତର ଦେଇପାରି ନଥିଲା । ଏହାପରେ ପୋଲିସ ଆଗରେ ନିଜେ ହିଁ ଏସବୁ କରିଥିବା କଥା କହିିଥିଲେ । ବର୍ତ୍ତମାନ ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି ।