fbpx

ମୁନ ମେକଅପ ଷ୍ଟୁଡିଓର ପ୍ରଶିକ୍ଷଣ କାର୍ଯ୍ୟକ୍ରମ: ମେକଅପ ସମ୍ପର୍କରେ ଅଂଶଗ୍ରହଣକାରୀଙ୍କୁ ଦିଆଯିବ ଶିକ୍ଷା

Advertisement

ଭୁବନେଶ୍ୱର: ସାଧାରଣତଃ ମେକଅପ ବା ପ୍ରସାଧନ କଳା ଏକ ନୂତନ ପେଶା ଓ ବ୍ୟବସାୟ ଭାବେ ଏବେ ଲୋକପ୍ରିୟ ହେବାରେ ଲାଗିଛି। ଅନେକ ବ୍ୟକ୍ତି, ବିଶେଷକରି ମହିଳାଙ୍କୁ ଏହା ସ୍ୱାବଲମ୍ବୀ କରୁଛି। ଅନେକ ଏହା ଶିଖିବା ପରେ ନିଜ ଗୋଡ଼ରେ ଠିଆ ହୋଇ ରୋଜଗାର କରି ପାରୁଛନ୍ତି। ଆଜିକାଲି ବାହାଘର, ପାର୍ଟି ଓ ବିଭିନ୍ନ ଉତ୍ସବରେ ମେକଅପର ବିଶେଷ ଚାହିଦା ରହୁଛି। ଏହାଛଡା ଟେଲିଭିଜନ, ସିରିଏଲ ଓ ସିନେମା କ୍ଷେତ୍ରରେ ମଧ୍ୟ ମେକଅପ ଆର୍ଟିଷ୍ଟ ଭାବେ ନିଯୁକ୍ତିର ସୁଯୋଗ ରହିଛି। ଏହାକୁ ଦୃଷ୍ଟିରେ ରଖି ମୁନ ମେକଅପ ଷ୍ଟୁଡିଓ ପକ୍ଷରୁ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

ଚଳିତ ମାସରୁ ଆରମ୍ଭ ହେଉଥିବା କାର୍ଯ୍ୟକ୍ରମ ଦୁଇ ମାସ ଧରି ଚାଲିବ। ଏଥିରେ କଲର ଥିଓରୀ, ପ୍ରସାଧନ ସାମଗ୍ରୀ ଉପରେ ବ୍ୟବହାରିକ ଜ୍ଞାନ, କେଶସଜ୍ଜା ସହ ଆବଶ୍ୟକତା ଅନୁଯାୟୀ, ବିଭିନ୍ନ ଅବସର ପାଇଁ ଆବଶ୍ୟକତା ଦୃଷ୍ଟିରୁ ମେକଅପ ସମ୍ପର୍କରେ ଅଂଶଗ୍ରହଣକାରୀଙ୍କୁ ଶିକ୍ଷା ଦିଆଯିବ। ଏ ସମ୍ପର୍କରେ ଅଧିକ ସୂଚନା ପାଇଁ ଆଗ୍ରହୀ ବ୍ୟକ୍ତି ୮୨୪୯୯୭୮୧୩୨ ନମ୍ବରକୁ ଯୋଗାଯୋଗ କରିପାରିବେ ବୋଲି ଆୟୋଜକ ଜଣାଇଛନ୍ତି।

Get real time updates directly on you device, subscribe now.