ଭୁବନେଶ୍ୱର: ୱକଫ୍ ସଂଶୋଧନ ବିଲକୁ ସମର୍ଥନ କରିବା ପରେ ସସ୍ମିତଙ୍କ ବିରୋଧରେ ବିଜେଡି ସୁପ୍ରିମୋ ନବୀନଙ୍କ ନିକଟରେ ଫେରାଦ ହୋଇଛନ୍ତି ରାଜ୍ୟ ସଭା ସାଂସଦ ମୁନା ଖାନ୍ ।
ଭେଟିବା ପରେ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ରଖିଛନ୍ତି ମୁନା ଖାନ୍୍ । ନବୀନ ବାବୁଙ୍କୁ ଫେରାଦ ପରେ ମୁନା ଖାନ୍ କହିଛନ୍ତି, ସଂଖ୍ୟାଲଘୁ ଭାଇମାନେ ସମସ୍ତେ ମିଶି ଫେରାଦ ହେଲୁ ।
ଆମ ସମସ୍ତଙ୍କୁ ପ୍ରତିଶ୍ରୃୁତି ଦେଇଛନ୍ତି ନବୀନ ବାବୁ । ଖୁବ୍ ଶୀଘ୍ର ସସ୍ମିତଙ୍କ କଥା ବୁଝିବେ ବୋଲି କହିଛନ୍ତି । ସସ୍ମିତଙ୍କୁ ସସପେଣ୍ଡ କରିବା ପାଇଁ ଆମେ ସମସ୍ତେ ଦାବି ରଖିଛୁ ବୋଲି କହିଲେ ମୁନା ।
ମୁଁ ମୋ ଡ୍ୟୁଟି ଠିକ୍ ଭାବେ କରିଛି ବୋଲି ନବୀନ ବାବୁ କହିଲେ । ୱକଫ୍ ବିଲକୁ ନେଇ ସସ୍ମିତଙ୍କ ଉପରେ ଖୁବ୍ ବର୍ଷିଛନ୍ତି ମୁନା ।
ସେ କହିଛନ୍ତି ଦଳରେ ଦୋମୁହାଁ ନୀତି ଚଳିବ ନାହିଁ ।