କୋର୍ଟ ଦେଉଥିଲେ ତାରିଖ ଉପରେ ତାରିଖ, ଶେଷରେ ରାଗିଯାଇ ବିଚାରପତିଙ୍କୁ ଚପଲ ପକାଇଲା ଅଭିଯୁକ୍ତ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଠାଣେ ଜିଲ୍ଲାରେ ଏକ ଅଜବ ଘଟଣା କୋର୍ଟରେ ଦେଖିବାକୁ ମିଳିଛି। ଏଠାରେ ହତ୍ୟା ମାମଲାର ଶୁଣାଣି ସମୟରେ ୨୨ ବର୍ଷୀୟ ଅପରାଧୀ ଜଜଙ୍କ ଉପରକୁ ଚପଲ ପକାଇଛି। ଏହି ଘଟଣାର ସୂଚନା ପୋଲିସ ନିଜେ ଦେଇଛି। ପୋଲିସ କହିଛି ଯେ, ଚପଲ ଜଜଙ୍କ ଦେହରେ ବାଜିନାହିଁ। ଏହି ଚପଲ କାଠଗଡ଼ାରେ ବାଜି ତଳେ ପଡିଯାଇଛି। ଏହି ଘଟଣା ଶନିବାର ଦିନ ଦ୍ୱିପ୍ରହରରେ କୋର୍ଟରେ ଘଟିଥିଲା। ଏହି ଘଟଣା ପରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ମହାତ୍ମ୍ୟ ଫୁଲେ ପୋଲିସ ଥାନର ଜଣେ ଅଧିକାରୀ କହିଛନ୍ତି ଯେ, ଅଭିଯୁକ୍ତ କିରଣ ସନ୍ତୋଷ ଭରମଙ୍କୁ ହତ୍ୟା ମାମଲାରେ ଶୁଣାଣି ପାଇଁ ଜିଲ୍ଲା ଏବଂ ଅତିରିକ୍ତ ଅଧିବେଶନ ବିଚାରପତି ଆର ଜି ବାଘମାରେଙ୍କ ସମ୍ମୁଖରେ ହାଜର କରାଯାଇଥିଲା। ଅଧିକାରୀ କହିଛନ୍ତି ଯେ, ସେ ସମୟରେ ଅଭିଯୁକ୍ତ ଜଜଙ୍କୁ ଅନୁରୋଧ କରିଥିଲା ଯେ, ତାଙ୍କ ମାମଲା ଅନ୍ୟ କୋର୍ଟକୁ ଦିଆଯାଉ। ଜଜ ଅପରାଧୀଙ୍କୁ ନିଜ ଓକିଲଙ୍କ ମାଧ୍ୟମରେ ଏଥିପାଇଁ ଅନୁରୋଧ କରିବାକୁ କହିଥିଲେ। ସେ କହିଛନ୍ତି ଯେ, ଏହାପରେ ଅଭିଯୁକ୍ତ ଓକିଲଙ୍କ ନାମ ଡାକିଥିଲେ, ହେଲେ ସେଠାରେ ସେ ଉପସ୍ଥିତ ନଥିଲେ ଏବଂ କୋର୍ଟରେ ହାଜର ହୋଇନଥିଲେ।

ଅଧିକାରୀ କହିଛନ୍ତି ଯେ, ଅଭିଯୋଗରେ କୌଣସି ଅନ୍ୟ ଓକିଲଙ୍କ ନାମ କହିବାକୁ କୁହାଯାଇଥିଲା, ଯୋଏ ତାଙ୍କ ପାଇଁ ଓକିଲାତି କରିପାରିବ ଏବଂ କୋର୍ଟ ତାଙ୍କୁ ଏକ ନୂଆ ତାରିଖ ଦେଇଥିଲେ। ଅଧିକାରୀ କହିଛନ୍ତି ଯେ, ନୂଆ ତାରିଖ ମିଳିବା ପରେ ଅଭିଯୁକ୍ତ ତଳକୁ ନଇଁ ନିଜ ଚପଲ ବାହାର କରି ଜଜଙ୍କ ଆଡକୁ ପକାଇଥିଲା। ଏହାକୁ ଦେଖି ସେଠାରେ ଉପସ୍ଥିତ ଥିବା ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହାପେ ପୋଲିସ କହିଛି ଯେ, ସେହି ଅଭିଯୁକ୍ତଙ୍କ ଉପରେ ଧାରା ୧୩୨ ଏବଂ ଧାରା ୧୨୫ ଅନୁଯାୟୀ ପ୍ରାଥମିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।