fbpx

ରାଜଧାନୀରେ କମେଣ୍ଟ ମରାକୁ ନେଇ ହତ୍ୟାକାଣ୍ଡ, ୨ ଗିରଫ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ହତ୍ୟାକାଣ୍ଡ । ଭୁବନେଶ୍ୱର ପ୍ରେସ୍ ଛକରେ ଯୁବକଙ୍କୁ ହତ୍ୟା ମାମଲାରେ ୨ ଜଣ ଗିରଫ ହୋଇଛନ୍ତି । ୨ ଅଭିଯୁକ୍ତଙ୍କ ଘର ଭଦ୍ରକ ଅଞ୍ଚଳରେ ହୋଇଥିବା ବେଳେ ସେମାନେ ହେଲେ କାହ୍ନା ଓ ସତ୍ୟ । ଅଭିଯୁକ୍ତ ମାନଙ୍କୁ ଗିରଫ କରିଛି ସହିଦନଗର ଥାନା ପୋଲିସ୍ । ୨ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ସହିଦନଗର ଥାନା ପୋଲିସ୍ । ଅଭିଯୁକ୍ତଙ୍କ ଠାରୁ ଛୁରି, କାର୍, ସ୍କୁଟି ଜବତ କରିଛି ପୋଲିସ୍ । ଭୁବନେଶ୍ୱରର ଏକ ବାଇକ୍ ଶୋ ରୁମରେ ଏମାନେ କାମ କରୁଥିଲେ ।

ସୁଚନାଯୋଗ୍ୟ, ଗତକାଲି ପ୍ରେସ୍ ଛକ ନିକଟରେ କେକ୍ ଖାଇବା କୁ ନେଇ ବିଭତ୍ସ ହତ୍ୟାକାଣ୍ଡ ହୋଇଥିଲା । ଦୁଇଜଣ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ କରିଥିଲେ ଏହି ଦୁଇ ଅଭିଯୁକ୍ତ । ଘଟଣାସ୍ଥଳରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଥିଲେ । ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମୃତ ଯୁବକ ଜଣକ ଗାଡ଼କଣର ଚିଣ୍ଟୁ ପରିଡ଼ା ବୋଲି ଜଣାପଡ଼ିଛି । ଅଭିଯୁକ୍ତ ମାନେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ ।

Get real time updates directly on you device, subscribe now.