fbpx

ଗାଁ ଦାଣ୍ଡରେ ହାଣି ମାରିଦେଲେ, ସବୁ ଜଳକା

Advertisement

ବ୍ରହ୍ମପୁର(ଓଡ଼ିଶା ଭାସ୍କର): ଅଶାନ୍ତ ଗଞ୍ଜାମରେ ପୁଣି ଜଣଙ୍କୁ ହତ୍ୟା । ଗାଁ ଦାଣ୍ଡରେ ହାଣି ମାରିଦେଲେ । ଏଭଳି ଭୟାନକ ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଜାହାଡ଼ାରେ ।

murder in village at jahada ganjam odisha

ଜାହାଡ଼ା ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ କଲବଲ କରି ହତ୍ୟା କରିଦେଲେ ଦୁର୍ବୃତ୍ତ । ଗାଁର ସାଖୀଗୋପୀନାଥ ସାହି ଛକର ଏକ ରାସନ ଦୋକାନରୁ କିଛି ସାମଗ୍ରୀ କିଣୁଥିଲେ ଯୁବକ । ସେତିକିବେଳେ ଦୁଇଜଣ ଦୁର୍ବୃତ୍ତ ମାରଣାସ୍ତ୍ରରେ ଅତର୍କିତ ପ୍ରାଣାନ୍ତକ ଆକ୍ରମଣ କରିଥିଲେ । ଫଳରେ ଘଟଣା ସ୍ଥଳରେ ହିଁ ପ୍ରତାପ ଖଟେଇ ନାମକ ଯୁବକଙ୍କ ମୃତ୍ୟୁ ଘଟିଛି । କିନ୍ତୁ ଏହି ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।ଧରାକୋଟ ଥାନା ଅଧିକାରୀ, ଆସିକା ସଡିପିଓ ପ୍ରମୁଖ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଅନ୍ୟପଟେ ହତ୍ୟାକାଣ୍ଡ ସମ୍ପର୍କରେ କୌଣସି ଏତଲା ଥାନାରେ ଦିଆଯାଇନଥିବା ସୂଚନା ମିଳିଛି ।

Get real time updates directly on you device, subscribe now.