ଆପଣ ଜାଣିଛନ୍ତି ପ୍ରକୃତରେ ଛତୁ ଆମିଷ ନା ନିରାମିଷ? ଖବର ପଢ଼ି ଦୂର କରନ୍ତୁ ନିଜର ଦ୍ୱନ୍ଦ୍ୱ
ଅନେକ ଲୋକ ଜାଣିପାରନ୍ତି ନାହିଁ ଛତୁ ଆମିଷ କି ନିରାମିଷ । ଏଥିପାଇଁ ଏ ପ୍ରଶ୍ନର ଉତ୍ତର ଦ୍ୱିପ୍ରକାର ଶୁଣିବାକୁ ମଳେ ।
ଓଡ଼ିଶା ଭାସ୍କର: ଛତୁ ଏମିତି ଏକ ପରିବା ଯାହାକୁ ନେଇ ଲୋକଙ୍କ ମନରେ ଅନେକ ପ୍ରକାର ଦ୍ୱନ୍ଦ୍ୱ ଲାଗି ରହିଥାଏ । କିଛି ଲୋକ ପୂଜା-ପାର୍ବଣରେ ଛତୁ ଖାଇବାକୁ ବାରଣ କରୁଥିବାବେଳେ ଆଉ କିଛି ଲୋକ ଓଷା ବ୍ରତରେ ଛତୁ ଖାଇବାକୁ କହିଥାନ୍ତି ।
ଶ୍ରାବଣ ମାସରେ ପନିପରିବା ଦର ହୁ ହୁ ହୋଇ ବଢ଼ିଯାଇଥିବାବେଳେ ଛତୁ ଦାମ୍ ମଧ୍ୟ ୩୦୦ ପାର୍ କରିଯାଇଥିଲା । ଜଣାପଡ଼ୁଛି ଯେ, ଲୋକଙ୍କ ମତରେ ଛତୁକୁ ନେଇ ଥିବା ଦ୍ୱନ୍ଦ୍ୱ ଧୀରେ ଧୀରେ ଦୂର ହେଉଛି ।
ଛତୁ ଏକ କବକ । ଯାହା ବାଲି, କାଠ, ପାଳ ଇତ୍ୟାଦିରେ ବଢ଼ିଥାନ୍ତି । ଯେହେତୁ ଏଥିରେ ରକ୍ତ କିମ୍ବା ହାର୍ଟ ନାହିଁ ସେଥିପାଇଁ ଏହାକୁ ନିରାମିଷ କହିପାରିବା । କାରଣ ଏଥିରେ କୌଣସି ଜୀବନ ନାହିଁ ।
ଏହା ଅନ୍ୟ ଫୁଲ, ଫଳ ଭଳି ବଢ଼ିଥାଏ । ସେଥିପାଇଁ ଛତୁ ଆମିଷ ନୁହେଁ । ଏହା ନିରାମିଷ ।
ବାରଣ:
ଅପରିଷ୍କାର, ଅନାବନା ଜାଗାରେ ଛତୁ ହେଉଥିବାରୁ ପୂଜା-ପାର୍ବଣରେ ଛତୁ ଖାଇବାକୁ ବାରଣ କରାଯାଏ ।
ଓଷାରେ ଛତୁ ଖାଇବା ଦ୍ୱାରା ଶରୀରରେ ନକାରାତ୍ମକ ଶକ୍ତି ବୃଦ୍ଧି ପାଏ ।
ମନରେ ନକାରାତ୍ମକ ଚିନ୍ତାଧାରା ଆସିଥାଏ, ଯାହାକୁ ରୋକିବା ପାଇଁ ପୂଜାବେଳେ ଛତୁ ଖାଇବାକୁ ମନା କରନ୍ତି ।
କିନ୍ତୁ ଛତୁ ଆମିଷ ନୁହେଁ । ଏହା ଅନ୍ୟ ଫୁଲ, ଫଳ ଭଳି ଓଷା ବ୍ରତରେ ଖାଇଦେବ ।
କେବଳ ଛତୁ କାହିଁକି ଓଷାରେ ପାଣିକଖାରୁ, ଲାଉ, ପୋଇ ଶାଗ, ମଦ, ମାଂସ ଖାଇବାକୁ ବାରଣ କରାଯାଏ । କାରଣ ବ୍ରତରେ ଈଶ୍ୱରଙ୍କ ଧ୍ୟାନରେ ରହିବା ପାଇଁ ଏହି ସବୁ ଜିନିଷ ବାଧା ସୃଷ୍ଟି କରୁଥିବାର ବିଶ୍ୱାସ ରହିଛି ।