fbpx

ଏମଭି ଏକ୍ସ-ପ୍ରେସ୍ ପର୍ଲ କଣ୍ଟେନର ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ନେଇ ଅବଗତ କଲେ ଶ୍ରୀଲଙ୍କାରେ ଅବସ୍ଥାପିତ ଭାରତୀୟ ହାଇ କମିଶନର

Advertisement

କଲମ୍ବୋ: ଏମଭି ଏକ୍ସ-ପ୍ରେସ୍ ପର୍ଲ କଣ୍ଟେନରର ନିଆଁ ଲିଭା ଯିବା ସହ ଏହା ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି । ଉଭୟ ଭାରତ ଓ ଶ୍ରୀଲଙ୍କାର ତଟରକ୍ଷୀ ବାହିନୀଙ୍କ ସାହସିକତାପୂର୍ଣ୍ଣ କାର୍ଯ୍ୟ ଯୋଗୁଁ ଏହା ସମ୍ଭବ ହୋଇଛି ବୋଲି ଶ୍ରୀଲଙ୍କାରେ ଅବସ୍ଥାପିତ ଭାରତୀୟ ହାଇ କମିଶନର ସୂଚନା ଦେଇଛନ୍ତି ।

ସୂଚନା ଯୋଗ୍ୟ ଯେ, ଗତ ବୁଧବାର ଦିନ ଶ୍ରୀଲଙ୍କାର ରାଜଧାନୀ କଲମ୍ବୋ ଉପକୂଳରେ ଏମଭି ଏକ୍ସ-ପ୍ରେସ ପର୍ଲରେ ଏକ ବଡ଼ ଧରଣର ନିଆଁ ଲାଗିଯାଇଥିଲା । ଶ୍ରୀଲଙ୍କା ସରକାରଙ୍କ ଅନୁରୋଧ କ୍ରମେ ଭାରତୀୟ ତଟରକ୍ଷା ବାହିନୀ ଏହାର ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲା । ସାମୁଦ୍ରିକ ପାଟ୍ରୋଲିଂରେ ନିୟୋଜିତ ଥିବା ଭାରତୀୟ ତଟରକ୍ଷା ବାହିନୀ ଜାହାଜ ବୈଭବକୁ ତୁରନ୍ତ ଘଟଣାସ୍ଥଳକୁ ପଠାଯାଇଥିଲା । ଏହାଛଡ଼ା ଆଇସିଜି ଜାହାଜ ସମୁଦ୍ର ପ୍ରହରିକୁ ମଧ୍ୟ ମଧ୍ୟକୁ ଏହି କାର୍ଯ୍ୟ ନିମନ୍ତେ ପଠାଯାଇଥିଲା । ପାଗ ଖରାପ ଥିଲେ ମଧ୍ୟ ତଟରକ୍ଷୀ ବାହିନୀ ଦୁଃସାହସିକତାର ସହିତ ନିଆଁଲିଭା କାର୍ଯ୍ୟ ଜାରି ରଖିଥିଲା । ନିଆଁ ଲାଗିଥିବା ଏମଭି ଏକ୍ସ-ପ୍ରେସ୍ ପର୍ଲ କଣ୍ଟେନରରେ ନାଇଟ୍ରିକ୍ ଏସିଡ୍ ସହିତ ଅନ୍ୟାନ୍ୟ ବିପଜ୍ଜନକ ରସାୟନ ସାମଗ୍ରୀ ରହିଥିଲା ।

Get real time updates directly on you device, subscribe now.