fbpx

(Video ) ଅସରାଏ ବର୍ଷାରେ ବୁଡ଼ିଲା ‘ମୋ ବସ୍’: ପହଁରି ପହଁରି ଜୀବନ ବଞ୍ଚାଇଲେ ଯାତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ମୌସୁମୀ ବାୟୁ ପୁଣି ଥରେ ସକ୍ରିୟ ହୋଇଛି । ଗୁରୁବାର ରାତିରୁ ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା ଲାଗି ରହିଛି । ଏହାର ପ୍ରଭାବରେ ଭୁବନେଶ୍ୱର ଉପକଣ୍ଠ ଜଟଣୀ ନିକଟରେ ବୁଡ଼ିଯାଇଛି ‘ମୋ ବସ୍’ । ବସଟି ଜଟଣୀରୁ ବାହାରି ମାଷ୍ଟରକ୍ୟାଣ୍ଟିନକୁ ଆସିଥିବା ବେଳେ ଘଟିଥିଲା ଏହି ଅଘଟଣ ।

ବୁଡ଼ିବା ସମୟରେ ବସ ଭିତରେ ୯ରୁ ୧୦ ଜଣ ଯାତ୍ରୀ ଥିଲେ । ସମସ୍ତେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିବା ସୂଚନା ମିଳିଛି । ବସରୁ କିଛି ଲୋକ ପହଁରି ପହଁରୁ ବାହାରି ଆସିଥିବା ବେଳେ ଆଉ କିଛି ଲୋକଙ୍କୁ ଡ୍ରାଇଭର ଉଦ୍ଧାର କରିଛନ୍ତି । ପାଣିର ସ୍ତର କମିଲେ ହିଁ ବସଟି ଉଦ୍ଧାର ହୋଇପାରିବ ବୋଲି କୁହାଯାଉଛି । ବସଟି ୨୨ ନମ୍ବର ରୁଟରେ ଯାଉଥିବା ଜଣାପଡିଛି ।

ତେବେ ରାଜ୍ୟରେ କାଲିଠୁ ବଢ଼ିବ ବର୍ଷାର ପରିମାଣ । ଆସନ୍ତାକାଲିଠାରୁ ଲଘୁଚାପ ହେବାର ସମ୍ଭାବନା ରହିଛି । ୬ରୁ ୧୦ ଯାଏଁ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତଳିଆ ଅଞ୍ଚଳରେ ପାଣି ଜମିବା ସହ ଭୂସ୍ଖଳନ ହେବାର ସମ୍ଭାବନା ରହିଛି । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପଟେ ରାଜଧାନୀ ଭୁବନେଶ୍ୱର ଓ କଟକରେ ଆଜି ଲଗାଣ ବର୍ଷା ଲାଗି ରହିଛି । ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସମସ୍ୟା ଉପୁଜୁଛି । ରାସ୍ତା ଉପରେ ପାଣି ପ୍ରବାହିତ ହେଉଥିବା ବେଳେ ଗମନାଗମନ ବାଧାପ୍ରାପ୍ତ ହୋଇଛି ।

Get real time updates directly on you device, subscribe now.