‘ମୋ ଝିଅ କେବେ ଶାରୀରିକ ସଂପର୍କ ରଖିବ ନାହିଁ’, ଝିଅ ଶାଶୁଘରକୁ ଯିବା ପୂର୍ବରୁ ୩ଟି ସର୍ତ୍ତ ରଖିଲେ ବାପା

ଝାନ୍ସି: ବିବାହ ପତ୍ୟେକ ପୁଅ ଓ ଝିଅ ଉଭୟଙ୍କ ପାଇଁ ବହୁତ ଖାସ ହୋଇଥାଏ । ଏହି ଦିନରେ ଦୁହେଁ ନୁଆ ଜୀବନ ଆରମ୍ଭ କରିଥାନ୍ତି । କିନ୍ତୁ ଅନ୍ୟ କେତେ ଜଣ ଏହାକୁ ଖେଳ ଘର ବୋଲି ଭାବିନିଅନ୍ତି । ଏହାରି ମଧ୍ୟରେ ଉତ୍ତରପ୍ରଦେଶର ଝାନ୍ସି ଜିଲ୍ଲାରେ ଏହି ବିବାହକୁ ନେଇ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ସାମ୍ନାକୁ ଆସିଛି । ଝାନ୍ସି ଜିଲ୍ଲାର ବରିଆସାଗର ଥାନା ଅନ୍ତର୍ଗତ ସିନୋରା ଅଞ୍ଚଳର ନିବାସୀ ମାନବେନ୍ଦ୍ରଙ୍କର ବିବାହ ଗୁରସରାୟରେ ରହୁଥିବା ଝିଅ ସହିତ ଠିକ ହୋଇଥିଲା । ଜୁନ ୬ରେ ବିବାହ ପାଇଁ ମାନବେନ୍ଦ୍ର ଙ୍କ ଘରେ ସମସ୍ତେ ବହୁତ ଖୁସି ଥିଲେ ।

ଝିଅଟି ତାର ଧରମ ବାପା ଓ ଭଉଣୀ ସହିତ ବରୁଆସାଗରରେ ଥିବା ଏକ ବିବାହ ହଲ୍ରେ ପହଁଞ୍ଚିଥିଲେ । ଢୋଲ ,ବାଜା ସହିତ ବରଯାତ୍ରୀ ମଧ୍ୟ ସେଠାରେ ପହଁଞ୍ଚିଥିଲା । ସେଠାରେ ବିବାହ ସଂପୂର୍ଣ୍ଣ ବିଧିର ସହ ଟିକା, ବରଣମାଳା , ସାତ ଫେରାରେ ଶେଷ ହୋଇଥିଲା । ଏହା ପରେ ଝିଅ ବିଦାର ସମୟ ଆସିଲା , ବରଯାତ୍ରୀ ଲୋକ ଏହାକୁ ନେଇ ସାଜ ସଜାରେ ଲାଗିପଡ଼ିଲେ । କିନ୍ତୁ ବିବାହ ପରେ ଝିଅ ଶାଶୁ ଘରକୁ ଯିବା ପାଇଁ ମନା କରିଥିଲା । ଏହାର କାରଣ ଏହା ଥିଲା ଯେ, ଝିଅଟିର ଧରମ ବାପା ଝିଅର ଶାଶୁ ଘରଲୋକଙ୍କ ସାମ୍ନାରେ ୩ଟି ସର୍ତ୍ତ ରଖିଥିଲେ । ସେତେବେଳେ ଏହି ୩ଟି ସର୍ତ୍ତକୁ ନେଇ ବରର ବାପା ଓ ବର ଅରାଜି ହୋଇଥିଲେ । ଏହାପରେ ଝିଅଟି ଶାଶୁ ଘରକୁ ଯିବା ପାଇଁ ରାଜି ହୋଇନଥିଲା ।

ବିବାହ ଭାଙ୍ଗିବା ପରେ ବର କହିଥିଲେ ଯେ, ବିବାହ ସଂପୂର୍ଣ୍ଣ ଭାବରେ ଶେଷ ହେବା ପରେ ବିଦା ସମୟରେ ଝିଅର ଧରମ ବାପା ଆସି ୩ଟି ସର୍ତ୍ତ ରଖିଲେ ,ପ୍ରଥମଟି ହେଲା ଝିଅ ଏବଂ ବର ଭିତରେ କୌଣସି ଶାରୀରିକ ସଂପର୍କ ରହିବ ନାହିଁ । ଦ୍ୱିତୀୟଟି ହେଲା ଝିଅ ତାର ଛୋଟ ଭଉଣୀକୁ ନେଇ ଶାଶୁ ଘରକୁ ଯିବ ଏବଂ ତୃତୀୟଟି ହେଲା ଝିଅର ଧରମ ବାପା ଯେତେବେଳେ ଚହିଁବେ ସେତେବେଳେ ଝିଅର ଶଶୁର ଘରକୁ ଯାଇପାରିବେ । ଯେତେବେଳେ ୩ଟି ସର୍ତ୍ତ ମାନିବାରେ ଅରାଜି ହେଲେ ଝିଅଟି ତାର ବାପାଙ୍କ ଘରକୁ ଫେରିଗଲା ।