ମରିବାର ନାଟକ ରଚି ସଉତୁଣୀ ସହ ମଉଜ କରୁଥିଲା ସ୍ୱାମୀ, ୮ ବର୍ଷ ହେବ ଦେଉଥିଲା ଧୋକା, ରିଲ୍ସ ଧରାଇଦେଲା ସତ
ରିଲ୍ ଦେଖି ସ୍ୱାମୀ ବିରୋଧରେ ଅଭିଯୋଗ
ଉତ୍ତରପ୍ରଦେଶ: ୮ ବର୍ଷ ହେବ ସ୍ୱାମୀର ମିଳୁନଥିଲା କୌଣସି ଖୋଜ ଖବର। ହଠାତ ଇନ୍ଷ୍ଟାଗ୍ରାମରେ ଅନ୍ୟ ଯୁବତୀଙ୍କ ସହ ସ୍ୱାମୀକୁ ଦେଖିଳେ ସ୍ତ୍ରୀ। ପାଦ ତଳୁ ମାଟି ଖସିଗଲା। ଯେଉଁ ସ୍ୱାମୀକୁ ମୃତ ଭାବି ସେ ୮ ବର୍ଷ ହେବ ଦୁଃଖ କଷ୍ଟରେ ଚଳୁଥିଲା।
ସ୍ୱାମୀ ମୃତ୍ୟୁର ନାଟକ କରି ଆଉ କାହାକୁ ବାହା ହୋଇ ମଉଜ କରୁଥିଲା। ସୋସିଆଲ ମିଡିଆରେ ସଉତୁଣୀକୁ ଧରି ରିଲ୍ସରେ ବ୍ୟସ୍ତ ଥିଲା ସ୍ୱାମୀ।
ଉତ୍ତରପ୍ରଦେଶ ହରଦୋଇରେ ଦେଖିବାକୁ ମିଳିଛି ଏହି ଘଟଣା। ଘଟଣାର ସବୁ ସତ ଜାଣିବା ପରେ ପୋଲିସରେ ଅଭିଯୋଗ କରିଥିଲେ ପ୍ରଥମ ପତ୍ନୀ। ଏବେ ଥାନାରେ ମରିବାର ମିଛ ନାଟକ କରୁଥିବା ସ୍ୱାମୀ।
୨୦୧୭ରେ ହରଦୋଇର ଆଟାମଉଁରେ ରହୁଥିବା ଜିତେନ୍ଦ୍ର ଶିଲୁଙ୍କୁ ବିବାହ କରିଥିଲେ। ଶିଲୁ ଗର୍ଭବତୀ ହେବା ପରେ ଜିତେନ୍ଦ୍ର ହଠାତ କେଉଁଆଡ଼େ ଗାଏବ ହୋଇଗଲା। ଜିତେନ୍ଦ୍ରକୁ ଅନେକ ଖୋଜାଖୋଜି କରାଯାଇଥିଲା।
ହେଲେ କୌଣସି ଖୋଜଖୋବର ମିଳିନଥିଲା। ଜିତେନ୍ଦ୍ର ପରିବାର ଲୋକ ଅଭିଯୋଗ କରିଥିଲେ ଶିଲୁ ତା ବାପ ଘର ଲୋକଙ୍କ ସହ ମିଶି ଜିତେନ୍ଦ୍ରକୁ ଅପହରଣ କରି ହତ୍ୟା କରିଛି। ଯାହା ପରେ ଶାଶୁ ଘର ଛାଡ଼ି ଶିଲୁ ବାପଘରେ ରହୁଥିଲା।
ରିଲ୍ ଦେଖି ସ୍ୱାମୀ ବିରୋଧରେ ଅଭିଯୋଗ
ଶିଲୁ ପୋଲିସକୁ କହିଛି ଏବେ ତାଙ୍କ ଛୁଆ ଧୀରେ ଧୀରେ ବଡ଼ ହେଉଛି। ଗୋଟେ ଦିନ ସେ ମୋବାଇଲ ଇନଷ୍ଟାଗ୍ରାମ ଦେଖୁଥିଲେ। ସେହି ସମୟରେ ତାଙ୍କ ସ୍ୱାମୀ ଅନ୍ୟ ଜଣେ ମହିଳାଙ୍କ ସହ ରିଲ୍ସ କରୁଥିବା ଦେଖିଥିଲେ। ହଠାତ ସେ ନିଜ ଆଖିକୁ ବିଶ୍ୱାସ କରିପାରିନଥିଲେ।
ହେଲେ ଅନେକ ଲୋକଙ୍କୁ ଦେଖାଇବା ପରେ ସେ ଜାଣିପାରିଥିଲେ ତାଙ୍କ ସ୍ୱାମୀ ତାଙ୍କୁ ଧୋକା ଦେଇ ଅନ୍ୟ କେଉଁଠି ବାହା ହୋଇ ମଉଜ କରୁଛନ୍ତି। ସେ ତୁରନ୍ତ ଜିତେନ୍ଦ୍ର ନାଁରେ ପୋଲିସରେ ଅଭିଯୋଗ କରିଥିଲେ।
ପୋଲିସକୁ ଶିଲୁ କହିଥିଲେ ସ୍ୱାମୀ ତାଙ୍କୁ ଧୋକା ଦେଇ ଦ୍ୱିତୀୟ ବିବାହ କରିଛନ୍ତି। ଯାହାକୁ ଲୁଧିୟାନାରେ ରଖି ସେ ରହୁଛନ୍ତି।
୮ ବର୍ଷ ପରେ ମୃତ ସ୍ୱାମୀ ଜୀବିତ
୮ ବର୍ଷ ପରେ ମୃତ ସ୍ୱାମୀକୁ ଜୀବିତ ପାଇଲେ ଶିଲୁ। ହେଲେ ସ୍ୱାମୀ ଥିଲା ସଉତୁଣୀର। ପୋଲିସ ଅଭିଯୁକ୍ତ ସ୍ୱାମୀକୁ ବାନ୍ଧି କରୁଛି ପଚରାଉଚିରା। କାହିଁକି ଏଭଳି କରିଥିଲା ସ୍ୱାମୀ ସେନେଇ ଚାଲିଛି ପଚରାଉଚରା।