fbpx

‘ମୋ ଫୋନ୍ ଟ୍ୟାପ୍ କରାଯାଇଛି, ଅମିତ୍ ଶାହ ଇସ୍ତଫା ଦିଅନ୍ତୁ’: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ପେଗାସସ୍ ଗୁପ୍ତଚର ମାମଲାକୁ ନେଇ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ମୋର ଫୋନ୍ ଟ୍ୟାପ୍ ହୋଇଛି । ତେଣୁ ଏହା କେବଳ ମୋର ନିଜସ୍ୱ ମାମଲା ନୂହେଁ ବରଂ ଏହା ଲୋକଙ୍କ ସ୍ୱର ଉପରେ ଆକ୍ରମଣ । ଏଥିସହିତ ସେ କହିଛନ୍ତି ଯେ, ଅମିତ୍ ଶାହ ଇସ୍ତଫା ଦିଅନ୍ତୁ ଏବଂ ଏହାର ନ୍ୟାୟିକ ତଦନ୍ତ କରାଯିବା ଉଚିତ୍ ।

ରାହୁଲ ଗାନ୍ଧୀ କହିଛନ୍ତି ଯେ, “ପେଗାସସ୍ ହେଉଛି ଏକ ଅସ୍ତ୍ର । ଇସ୍ରାଏଲ୍ ସରକାର ଏହାକୁ ଗ୍ରୋଟିଏ ଅସ୍ତ୍ର ଭାବେ ବ୍ୟବହାର କରୁଛନ୍ତି । ଏହି ଅସ୍ତ୍ର ଆତଙ୍କବାଦୀ ଏବଂ ଅପରାଧି ମାନଙ୍କ ଉଦ୍ଦେଶ୍ୟରେ ବ୍ୟବହାର କରାଯାଏ । ଏଠାରେ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ଭାରତର ସଂସ୍ଥାନ ଏବଂ ଗଣତନ୍ତ୍ର ବିରୋଧରେ ପ୍ରୟୋଗ କରିଛନ୍ତି । ମୋର ବି ଫୋନ୍ ଟ୍ୟାପ୍ କରିଛନ୍ତି । ତେବେ ଏହା କେବଳ ମୋର ନିଜସ୍ୱ ମାମଲା ନୁହେଁ ବରଂ ଏହା ଜନତାଙ୍କ ସ୍ୱର ଉପରେ ଆକ୍ରମଣ କରାଯାଇଛି । ତେଣୁ ଅମିତ୍ ଶାହଙ୍କୁ ଇସ୍ତଫା ଦେବା କଥା ଏବଂ ନରେନ୍ଦ୍ର ମୋଦୀଙ୍କ ଉପରେ ନ୍ୟାୟିକ୍ ଯାଞ୍ଚ ହେବା ଦରକାର । ତେଣୁ ପେଗାସସ୍ ଉପରେ ନ୍ୟାୟିକ୍ ଯାଞ୍ଚ ହେବା ନିହାତି ଆବଶ୍ୟକ” ।

Get real time updates directly on you device, subscribe now.