fbpx

ମୋ ସ୍ତ୍ରୀ Transgender, ସେ ମୋତେ ଛୁଇଁବାକୁ ଦେଉନାହାନ୍ତି… ଛାଡ଼ପତ୍ର ମାଗିଲେ ସ୍ୱାମୀ

ନୂଆଦିଲ୍ଲୀ: ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କକୁ ନେଇ ଏକ ଅଜବ ପ୍ରକାରର ମାମଲା ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତି କୋର୍ଟରେ ମୋକଦ୍ଦମା ଦାଖଲ କରିବା ସହ ପତ୍ନୀଙ୍କଠାରୁ ଛାଡ଼ପତ୍ର ମାଗିଛନ୍ତି । ପତ୍ନୀ ଜଣେ ଟ୍ରାନ୍ସଜେଣ୍ଡର ବୋଲି କହି ସେ ଛାଡ଼ପତ୍ର ପାଇଁ ଅପିଲ କରିଛନ୍ତି । ତେବେ ଏଭଳି ଏକ ମାମଲା ଏବେ ସବୁଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି । ୨ବର୍ଷ ପୂର୍ବରୁ ହୋଇଥିବା ବୈବାହିକ ସମ୍ପର୍କରେ ଫାଟ ସୃଷ୍ଟି ହେବା ପରେ ଛାଡ଼ପତ୍ର ପାଇଁ ଆବେଦନ କରିଛନ୍ତି ବ୍ୟକ୍ତି ।

ସୂଚନା ଅନୁସାରେ, ଉତ୍ତରପ୍ରଦେଶର କାନପୁର କୋର୍ଟରେ ଏଭଳି ଏକ ମାମଲା ଦେଖିବାକୁ ମିଳିଛି । ଶାସ୍ତ୍ରୀନଗରର ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିବା ସହ ଛାଡ଼ପତ୍ର ପାଇଁ ଅପିଲ କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, ବିବାହକୁ ୨ ବର୍ଷ ବିତି ଯାଇଥିଲେ ମଧ୍ୟ ପତ୍ନୀ ମୋତେ ଛୁଇଁବାକୁ ଦେଉନାହାନ୍ତି । ଆଜି ପର୍ଯ୍ୟନ୍ତ ଉଭୟ ଦମ୍ପତ୍ତିଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ରଖିବା ପାଇଁ ଦେଉନାହାନ୍ତି ତାଙ୍କ ପତ୍ନୀ । ତେବେ ଏ ନେଇ ସେ ଡାକ୍ତରମାନଙ୍କ ସହ ସମ୍ପର୍କ କରିବାରୁ ଏକ ଅଜବ ଘଟଣା ଜାଣିବାକୁ ମିଳିଛି । ମହିଳାଙ୍କ ଶରୀରର କୌଣସି ଅଙ୍ଗ ଡେଭଲପ୍ ହୋଇ ନଥିବା କହିଛନ୍ତି ଡାକ୍ତର । ଏହାବ୍ୟତୀତ ମହିଳା ଜଣକ ଚନ୍ଦା ବୋଲି ମଧ୍ୟ ଜାଣିବାକୁ ମିଳିଛି ।

ତେବେ ଏହି ମାମଲାକୁ ଗମ୍ଭୀରତାର ସହ ନେଇ ୫ ଜଣିଆ ଡାକ୍ତରୀ ଟିମ୍ ଗଠନ କରିବା ସହ ଯାଞ୍ଚ କରିବା ପାଇଁ ସିଏମଓଙ୍କୁ ଆଦେଶ ଦେଇଛନ୍ତି । ଏହାସହିତ ରିପୋର୍ଟ ଖୁବଶୀଘ୍ର ଦାଖଲ କରିବା ପାଇଁ ସିଏମଓଙ୍କୁ ଆଦେଶ ଦେଇଛନ୍ତି ଫ୍ୟାମିଲି କୋର୍ଟ ଜଜ୍ । ଏହାପରେ ମହିଳାଙ୍କ ଯାଞ୍ଚ କରିବା ପାଇଁ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି ।

ତେବେ ବ୍ୟକ୍ତି ଜଣକ ୨୦୨୧ ମସିହାରେ ନିଜ ଶ୍ୱଶୂର ଘର ଲୋକଙ୍କ ବିରୋଧରେ ଠକେଇ ମାମଲା ରୁଜୁ କରିଛନ୍ତି । କିନ୍ତୁ ମେଡିକାଲ ଟିମ ଯାଞ୍ଚ ନ କରି ଫାଇନାଲ ରିପୋର୍ଟ ଦାଖଲ କରିଥିଲେ । ତେବେ ଏହି ରିପୋର୍ଟକୁ ନେଇ ବ୍ୟକ୍ତି ଜଣକ ଚାଲେଞ୍ଜ କରିଛନ୍ତି । ଆଇନ ବିଶେଷଜ୍ଞମାନେ କହିଛନ୍ତି ଯେ କାନପୁରରେ ଏହା ବୋଧହୁଏ ଏହାର ପ୍ରଥମ ଘଟଣା। ବରିଷ୍ଠ ଓକିଲ ବିଜୟ ବକ୍ସି କହିଛନ୍ତି ଯେ ଆଇନ ଅନୁଯାୟୀ ଯଦି ପତ୍ନୀ ଶାରୀରିକ ସମ୍ପର୍କ ରଖିବାରେ ସକ୍ଷମ ନୁହଁନ୍ତି, ତେବେ ଏହି ଆଧାରରେ ଛାଡପତ୍ର ନିଆଯାଇପାରେ। ବର୍ତ୍ତମାନ ସ୍ୱାମୀ ହିନ୍ଦୁ ବିବାହ ଆଇନର ଧାରା ୧୨ ଅନୁଯାୟୀ ବିବାହ ଶୂନ୍ୟ ଘୋଷଣା କରିବାକୁ ଅନୁରୋଧ କରିଛନ୍ତି।

Get real time updates directly on you device, subscribe now.