fbpx

ମ୍ୟାଁମାର ସରକାରଙ୍କ ନିଷ୍ପତ୍ତି; ସେନାରେ ଯୁବ ଗୋଷ୍ଠୀ ଚାକିରି କରିବା ବାଧ୍ୟତାମୂଳକ

Advertisement

ୟାଙ୍ଗନ୍‌: ମ୍ୟାଁମାରରେ କ୍ଷମତାସୀନ ଜୁନ୍ତା(ସାମରିକ) ସରକାର ଦେଶର ସମସ୍ତ ଯୁବକ ଯୁବତୀଙ୍କୁ ସେନାରେ ଭର୍ତ୍ତି ହେବା ପାଇଁ ବାଧ୍ୟତାମୂଳକ ନିୟମ ପ୍ରଣୟନ କରିଛନ୍ତି । ବର୍ତ୍ତମାନ ମ୍ୟାଁମାର ଦକ୍ଷିଣାଞ୍ଚଳରେ ଗଣତନ୍ତ୍ର ସପକ୍ଷବାଦୀ ଗୋଷ୍ଠୀ ନିୟମିତ ଭାବରେ ସେନା ଶିବିର ଉପରେ ଆକ୍ରମଣ କରୁଥିବାରୁ ଅଧିକ ସଂଖ୍ୟାରେ ସୈନ୍ୟଙ୍କ ଆବଶ୍ୟକତା ପଡ଼ୁଛି । ତେଣୁ ଯୁବ ଗୋଷ୍ଠୀଙ୍କୁ ବାଧ୍ୟତାମୂଳକ ଭାବେ ସେନାରେ ଭର୍ତ୍ତି କରାଯିବ ବୋଲି ଜୁନ୍ତା ସରକାରଙ୍କ ପକ୍ଷରୁ କୁହାଯାଇଛି ।

ଶନିବାର ଜାରି କରାଯାଇଥିବା ଏକ ବିଜ୍ଞପ୍ତି ଅନୁଯାୟୀ ୧୮ରୁ ୩୫ ବର୍ଷ ବୟସ୍କ ଯୁବକ ଏବଂ ୧୮ରୁ ୨୭ ବୟସ୍କା ଯୁବତୀମାନେ ଅତିକମରେ ୨ ବର୍ଷ ସେନାରେ କାର୍ଯ୍ୟ କରିବେ । ଅପରପକ୍ଷରେ ଡାକ୍ତର, ଇଞ୍ଜିନିୟର ଭଳି ବ୍ୟକ୍ତିଙ୍କୁ ୪୫ ବର୍ଷ ବୟସ ପର୍ଯ୍ୟନ୍ତ ଅତିକମରେ ସେନାରେ ୩ ବର୍ଷ କାର୍ଯ୍ୟ କରିବାକୁ ପଡ଼ିବ । ୨୦୨୧ ମସିହା ଫେବୃଆରୀ ୧ରେ ଅଙ୍ଗ୍ ସାଙ୍ଗ୍ ସୁ-କୀଙ୍କ ଗଣତାନ୍ତ୍ରିକ ସରକାରଙ୍କୁ ଗାଦିଚ୍ୟୁତ କରି ମ୍ୟାଁମାରରେ ପୁଣି ସାମରିକ ଶାସନ ଲାଗୁ କରାଯାଇଥିଲା । ଏହା ପରଠାରୁ ଦେଶରେ ଗଣତନ୍ତ୍ର ସପକ୍ଷବାଦୀମାନେ ବିକ୍ଷୋଭ ପ୍ରଦର୍ଶନ କରିଆସୁଛନ୍ତି । ସେମାନଙ୍କ ଦମନ କରିବାକୁ ସେନାକୁ ନିୟୋଜିତ କରାଯାଇଛି ।

Get real time updates directly on you device, subscribe now.