fbpx

ଅଇପିଏଲରେ ମିଷ୍ଟ୍ରୀ ଗାର୍ଲ, ବାରମ୍ବାର ଦେଖାଇ ଟ୍ରୋଲ୍ ହେଲେ କ୍ୟାମେରାମ୍ୟାନ୍

ବିଶ୍ୱର ଲୋକପ୍ରିୟ କ୍ରିକେଟ ଲିିଗ୍ ଆଇପିଏଲ ନେଇ ଆସିଛି ଫଟାଫଟ୍ କ୍ରିକେଟର ମଜା । ଏବେ ସନ୍ଧ୍ୟା ହେଲେ ଲୋକେ ନିଜର କାମଧନ୍ଦା ସାରି ଟିଭି ଆଗରେ ବସି ଯାଉଛନ୍ତି ଆଇପିଏଲର

ବିଶ୍ୱର ଲୋକପ୍ରିୟ କ୍ରିକେଟ ଲିିଗ୍ ଆଇପିଏଲ ନେଇ ଆସିଛି ଫଟାଫଟ୍ କ୍ରିକେଟର ମଜା । ଏବେ ସନ୍ଧ୍ୟା ହେଲେ ଲୋକେ ନିଜର କାମଧନ୍ଦା ସାରି ଟିଭି ଆଗରେ ବସି ଯାଉଛନ୍ତି ଆଇପିଏଲର ମଜା ନେବା ଲାଗି । ତେବେ ଗତ କିଛି ବର୍ଷ ହେବ କ୍ରିକେଟ ମ୍ୟାଚ୍ ରେ କ୍ୟାମେରାମ୍ୟାନ୍ ଖେଳ ଦେଖାଇବା ସହିତ ଦର୍ଶକଙ୍କ ଗ୍ୟାଲେରୀରୁ ବହୁ ମଜାଦାର ଭିଡିଓ ସହିତ ସୁନ୍ଦରୀ ଝିଅ ମାନଙ୍କୁ ଦେଖାଇବାକୁ ଭୁଲୁ ନାହାନ୍ତି ।

ଆଜି ଅପରାହ୍ନରେ କୋଲକାତା ଏବଂ ଦିଲ୍ଲୀ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ ରେ ଦର୍ଶକ ଷ୍ଟାଣ୍ଡରେ ଜଣେ ମିଷ୍ଟ୍ରୀ ଗାର୍ଲ ଦେଖା ଦେଇଥିଲେ । ଯାହାଙ୍କୁ କ୍ୟାମେରାମ୍ୟାନ୍ ବାରମ୍ବାର ଦେଖାଇବାକୁ ଟିକେ ହେଲେ ହେଳା କରି ନଥିଲେ । ଯେଉଁଥି ପାଇଁ କ୍ୟାମେରାମ୍ୟାନଙ୍କୁ ସୋସିଆଲ ମିଡିଆରେ ଜବରଦସ୍ତ ଟ୍ରୋଲ ହେବାକୁ ପଡିଥିଲା ।

ଏହି ମ୍ୟାଚ୍ରେ ଦିଲ୍ଲୀ ଚଳିତ ସିଜନର ସବୁଠୁ ବଡ଼ ସ୍କୋର ୨୧୫ ରନ୍ ସଂଗ୍ରହ କରିଥିଲା । ଜବାବରେ କୋଲକାତା ୧୭୧ ରନ କରି ପାରିଥିଲା ଏବଂ ଦିଲ୍ଲୀ ୪୪ ରନରେ ବିଜୟ ହାସଲ କରିଥିଲା । ମ୍ୟାଚ୍ ସମୟରେ କ୍ୟାମେରାମ୍ୟାନ୍ ମିଷ୍ଟ୍ରୀ ଗାର୍ଲଙ୍କ ଉପରେ ଅନେକ ଥର ଧ୍ୟାନ ଦେଇଥିଲେ ଏବଂ କ୍ୟାମେରାରେ ତାଙ୍କର ହାବ ଭାବ ଦେଖାଉଥିଲେ ।

ଏହି ସମୟରେ, ଯେତେବେଳେ ଋିଷଭ ପନ୍ତ ଆନ୍ଦ୍ରେ ରସେଲଙ୍କ କ୍ୟାଚକୁ ହାତ ଛଡ଼ା କରିଥିଲେ, ସେହି ସମୟରେ ମଧ୍ୟ କ୍ୟାମେରାମ୍ୟାନ ଦିଲ୍ଲୀ ପ୍ରଶଂସକଙ୍କ ନିରାଶ କରି ସେହି ମିଷ୍ଟ୍ରୀ ଗାର୍ଲଙ୍କୁ ଦେଖାଇଥିଲେ ।

ଦିଲ୍ଲୀ ପାଇଁ ଡେଭିଡ ୱାର୍ଣ୍ଣର ସର୍ବାଧିକ ୪୪ ବବଲରୁ ୬୧ ରନ୍ ସଂଗ୍ରହ କରିଥିଲେ । ଶେଷରେ ଶାର୍ଦ୍ଦୁଳ ଠାକୁର ୨୦ ବଲରେ ଧୁଆଁଧାର ୪୯ ରନର ପାଳି ଖେଳିଥିଲେ । ପୁର୍ବରୁ ଅନ୍ୟତମ ଓପନର ପୃଥି ଶଃ ମଧ୍ୟ ଅର୍ଦ୍ଧ ଶତକ ହାସଲ କରିଥିଲେ ।

ଅନ୍ୟପଟେ କୋଲକାତା ଟିମ୍ ୨୦ ଓଭର ମଧ୍ୟ ଖେଳିପାରି ନଥିଲା । ୨୧୬ ରନ୍ ର ବିଜୟ ଲକ୍ଷ୍ୟକୁ ପିଛା କରି ୧୯ ଓଭର ୪ଟି ବଲରେ ୧୭୧ ରନ ସଂଗ୍ରହ କରି ଅଲଆଉଟ୍ ହୋଇଯାଇଥିଲା । ଦିଲ୍ଲୀ ପାଇଁ ସଫଳ ବୋଲର ଭାବରେ କୁଲଦୀପ ଯାଦବ ସର୍ବାଧିକ ୪ଟି ୱିକେଟ୍ ଏବଂ ଖଲିଲ ଅହମ୍ମଦ ୩ଟି ୱିକେଟ୍ ହାସଲ କରିଥିଲେ ।

 

Get real time updates directly on you device, subscribe now.