fbpx

ରହସ୍ୟ ଘେରରେ ସମାଜସେବୀ ଆଦିତ୍ୟ ସୁନ୍ଦରଙ୍କ ମୃତ୍ୟୁ , ମାମଲାର ତଦନ୍ତ ଜାରି

ଭୁବନେଶ୍ୱର, ୮ା୭(ଓଡ଼ିଶା ଭସ୍କର): ସମାଜସେବୀ ଆଦିତ୍ୟ ସୁନ୍ଦରଙ୍କ ମୃତଦେହ ଗତକାଲି ଭୁବନେଶ୍ୱରର ଲିଙ୍ଗରାଜ ଟେମ୍ପୁଲ ରୋଡ ଷ୍ଟେସନରୁ ମିଳିଥିଲା । ତେଣୁ ଏହା ଆତ୍ମହତ୍ୟା ନା ହତ୍ୟାକାଣ୍ଡ ଜାଣିବା ପାଇଁ ଘଟଣା ସ୍ଥଳରେ ଜିଆରପି ଏସପି ତଦନ୍ତ ଜାରି କରିଛନ୍ତି । ଏହାସହ ସ୍ଥାନୀୟ ଲୋକଙ୍କ ବୟାନ ରେକର୍ଡ଼ କରିଛି ଜିଆରପି । ପ୍ରାଥମିକ ତଦନ୍ତରୁ ଶେଷଥର ପାଇଁ ଆଦିତ୍ୟ ଷ୍ଟେସନରେ ବସିଥିବା ଦେଖାଯାଇଥିଲା ବୋଲି ଜଣାପଡ଼ିଛି । ପୋଷ୍ଟମର୍ଟମ ରିପୋର୍ଟ ପରେ ସବୁ କିଛି ସ୍ପଷ୍ଟ ହେବ । ବିଶେଷ କରି ଏହି ଘଟଣା ଆତ୍ମହତ୍ୟା ଭଳି ଲାଗୁଛି ବୋଲି ଜିଆରପି ଏସପି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ଏଥିସହିତ କିଛି ଦିନ ହେଲା ସେ ଡ଼ିପ୍ରେସନରେ ରହୁଥିବା ଜଣାପଡ଼ିଛି ।

ଗତକାଲି ଭୁବନେଶ୍ୱରର ଜଣାଶୁଣା ସମାଜସେବୀ ଓ ମୋଟିଭେସନାଲ ସ୍ପିକର ଆଦିତ୍ୟ ଦାସଙ୍କ ମୃତ୍ୟୁ ଘଟିଥିଲା । ସେ ପିପୁଲ ଫର ସେବା ନାମକ ଏକ ସ୍ପେଚ୍ଛାସେବୀ ସଂଗଠନର ସଂସ୍ଥାପକ ମଧ୍ୟ ଥିଲେ । ତାଙ୍କର ମୃତ ଦେହ ଭୁବନେଶ୍ୱରର ଲିଙ୍ଗରାଜ ଟେମ୍ପୁଲ ରୋଡ ଷ୍ଟେସନରୁ ମିଳିଥିବା ନେଇ ସୂଚନା ରହିଛି । କିନ୍ତୁ ତାଙ୍କର ମୃତ୍ୟୁ ପଛର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଅନ୍ୟପଟେ ଏହାକୁ ଆତ୍ମହତ୍ୟା ବୋଲି କୁହାଯାଉଥିବା ବେଳେ ହତ୍ୟା କରାଯାଇଥିବା ନେଇ ମଧ୍ୟ ସନ୍ଦେହ ଉପୁଜିଛି ।

ଏହା ଆତ୍ମହତ୍ୟା ନା ହତ୍ୟାକାଣ୍ଡ ଜାଣିବା ପାଇଁ ପୋଲିସ କ୍ୟାପିଟାଲ ହସ୍ପିଟାଲକୁ ତାଙ୍କର ମୃତଦେହକୁ ବ୍ୟବଛେଦ ପାଇଁ ପଠାଇଛି । ତାଙ୍କର ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁ ପଛର କାରଣ ସ୍ପଷ୍ଟ ହୋଇଯିବ । ସେ ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ସୋସିଆଲ ମିଡ଼ିଆରେ କିଛି ପୋଷ୍ଟ କରିଥିଲେ । ସେହି ପୋଷ୍ଟରେ ଲେଖାଥିଲା ଯେ ମୃତ୍ୟୁ ଯେତେ ବେଳେ ଆସେ ବହୁତ ଧିରେ ଧିରେ ଆସେ କେହି ଜାଣିପାରନ୍ତି ନାହିଁ । ସେହିପରି ଏହା ମଧ୍ୟ ଲେଖିଛନ୍ତି ଯେ ଅସ୍ଥିର ମଣିଷ ଖୋଜେ ସ୍ଥିର ଭଗବାନ ।

ଗତ ଜୁନ ୨୦ରେ ସେ ପ୍ରେମ ବିବାହ କରିଥିଲେ । ତାଙ୍କ ପତ୍ନୀଙ୍କ କହିବା ଅନୁସାରେ ସେ ଗତ ତିନି ଦିନ ହେବ ବହୁତ ଡ଼ରି ଡ଼ରି ରହୁଥିଲେ । ବାଥରୁମକୁ ଯିବାଠାରୁ ଆରମ୍ଭ କରି ଘର ଗେଟ ତାଲା ପକାଇବାକୁ ଏକୁଟିଆ ଯିବା ପାଇଁ ଡ଼ରୁଥିଲେ ।

Get real time updates directly on you device, subscribe now.