Naba Das Murder Case: ସନ୍ତୋଷ ସିଂ ସାଲୁଜାଙ୍କର ବଡ଼ ବୟାନ, କହିଲେ ନବ ଦାସଙ୍କୁ…

ଚାଂଚଲ୍ୟକର ବୟାନ ଦେଲେ କଂଗ୍ରେସର ବରିଷ୍ଠ ନେତା ସନ୍ତୋଷ ସିଂ ସାଲୁଜା । କହିଲେ ଝାରସୁଗୁଡ଼ା କୋଲ ବ୍ଲକରୁ ଦୂରେଇ ରହିବାକୁ କୁହାଯାଇଥିଲା ।

ଭୁବନେଶ୍ବର: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାକୁ ନେଇ ଦିନକୁ ଦିନ ବୟାନ ବାଜି ଜାରି ରହିଛି । ଦିନକୁ ଦିନ ନୂଆ ନୂଆ ତଥ୍ୟ ଭିତରେ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି କଂଗ୍ରେସର ବରିଷ୍ଠ ନେତା ସନ୍ତୋଷ ସିଂ ସାଲୁଜା ।

ବିସ୍ଫୋରକ ବୟାନ-   ମୃତ୍ୟୁ ପୂର୍ବରୁ ନବଙ୍କୁ ଓ୍ବାର୍ଣ୍ଣିଂ ଦିଆଯାଇଥିଲା କହିଲେ ସାଲୁଜା । ଝାରସୁଗୁଡ଼ା କୋଲ ବ୍ଲକରୁ ଦୂରେଇ ରହିବାକୁ କୁହାଯାଇଥିଲା । ଏନେଇ ତତ୍କାଳୀନ ଏସପି ଓ ଜିଲ୍ଲାପାଳ କହିଥିବା ସେ କହିଛନ୍ତି ସାଲୁଜା ।

ତେବେ ଏହା ପଛରେ କିଏ ରହିଛି ସେମାନେ 2 ଜଣ ହିଁ କହିପାରିବେ । ସିବିଆଇ ତଦନ୍ତ କଲେ ପ୍ରକୃତ ଷଡ଼ଯନ୍ତ୍ରକାରୀ ଜଣାପଡ଼ିବ ବୋଲି ସେ କହିଛନ୍ତି ।

ଦୀପାଳି ଦାସ ସିବିଆଇ ତଦନ୍ତ ଦାବି କରିବା ପରଠାରୁ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ନବ ଦାସଙ୍କୁ ଗୁଳିମାଡ ସମୟର ପୋଷାକ ଜବତ ତାଲିକାରେ ନ ଥିବା କଥା ଅଭିଯୁକ୍ତ ଗୋପାଳଙ୍କ ଓକିଲ କହିଛନ୍ତି।

ଓକିଲଙ୍କ କହିବାନୁସାରେ, ଭୁବନେଶ୍ବରର ଯେଉଁ ଘରୋଇ ମେଡିକାଲରେ ନବଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା, ସେଠାରୁ ଗାଏବ ହୋଇଛି ନବ ଦାସଙ୍କ ପିନ୍ଧା ପୋଷାକ । ବର୍ତ୍ତମାନ ସେହି ଘରୋଇ ହସ୍ପିଟାଲ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ସିବିଆଇ ତଦନ୍ତ ହେବ ନା ଦିଗ ଅନ୍ୟ କେଉଁ ଆଡ଼େ ଯିବ ତାହା ଦେଖିବା ପାଇଁ ବାକି ରହିଲା ।