fbpx

NABARD ପକ୍ଷରୁ ବାହାରିଲା 108 ପଦବୀ, ଦଶମ ପାସ୍ କରିଥିଲେ ମିଳିବ ଚାକିରି

ନୂଆଦିଲ୍ଲୀ:  ଚାକିରି ଆଶାୟୀଙ୍କ ପାଇଁ ଖୁସୀ ଖବର । ନ୍ୟାସନାଲ ବ୍ୟାଙ୍କ ଫର ଏଗ୍ରିକଲଚରାଲ ଆଣ୍ଡ ରୁରାଲ ଡେଭଲପମେଣ୍ଟ (ନାବାର୍ଡ) ପକ୍ଷରୁ ଏକ ଭଲ ନିଯୁକ୍ତି ସୁଯୋଗ ଆସିଛି ।  ଗ୍ରୁପ୍-ସି ଅଫିସ୍ ଆଟେଣ୍ଡାଣ୍ଟ ପଦବୀ ପାଇଁ ନିଯୁକ୍ତି ବିଜ୍ଞପ୍ତି ଜାରି କରିଛି । ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ 108 ଟି ପଦବୀ ପୂରଣ ହେବ । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଅକ୍ଟୋବର 2 ତାରିଖରୁ ନେଇ 21 ଅକ୍ଟୋବର ଯାଏଁ ଆବେଦନ କରିପାରିବେ । ଅଫିସିଆଲ୍ ୱେବସାଇଟ୍ www.nabard.org କୁ ଯାଇ ଆବେଦନ କରିପାରିବେ ।

ଶିକ୍ଷାଗତ ଯୋଗ୍ୟତା- ଏହି ପଦବୀ ପାଇଁ ଆବେଦନ କରିବାକୁ ପ୍ରାର୍ଥୀ ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଦଶମ ଶ୍ରେଣୀ ପାସ୍ କରିବା ବାଧ୍ୟତାମୂଳକ ଅଟେ । ଯୁବପିଢିଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ବୋଲି କୁହାଯାଇପାରେ । ଯେଉଁମାନେ ସରକାରୀ କ୍ଷେତ୍ରରେ ଚାକିରି କରିବାକୁ ଚାହୁଁଛନ୍ତି ସେମାନେ 10ମ ପାସ କରିଥିବା ଦରକାର ।

ବୟସସୀମା- ଆବେଦନକାରୀଙ୍କ ସର୍ବନିମ୍ନ ବୟସ ସୀମା 18 ଏବଂ ସର୍ବାଧିକ ବୟସସୀମା 30 ଧାର୍ଯ୍ୟ କରାଯାଇଛି । କିନ୍ତୁ ସଂରକ୍ଷିତ ବର୍ଗଙ୍କ ପାଇଁ ବୟସସୀମା କମ୍ ରହିଛି । ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ଅନ୍ୟାନ୍ୟ ପଛୁଆ ଶ୍ରେଣୀ ପାଇଁ ବୟସସୀମା କମ୍ ରହିଥିବାରୁ ଲାଭ ଉଠାଇପାରିବେ ।

ନାବାର୍ଡ ଅଫିସ୍ ଆଟେଣ୍ଡାଣ୍ଟ ପୋଷ୍ଟ ପାଇଁ ଆବେଦନ କରିବାକୁ ଆବେଦନକାରୀଙ୍କୁ ବର୍ଗ ଅନୁଯାୟୀ ବିଭିନ୍ନ ଆବେଦନ ଶୁଳ୍କ ଦେବାକୁ ପଡିବ । ଜେନେରାଲ୍, ଓବିସି, ଇଡବ୍ଲୁଏସ୍ ବର୍ଗ ପ୍ରାର୍ଥୀଙ୍କୁ 450 ଟଙ୍କା ଦେୟ ଦେବାକୁ ହେବ । ଅନ୍ୟପଟେ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତିର ଆଶାୟୀମାନେ ଫି ଭାବରେ 50 ଟଙ୍କା ଦେବାକୁ ପଡିବ । ଆଶାୟୀମାନେ କ୍ରେଡିଟ୍ କାର୍ଡ, ଡେବିଟ୍ କାର୍ଡ କିମ୍ବା ନେଟ୍ ବ୍ୟାଙ୍କିଙ୍ଗ୍ ମାଧ୍ୟମରେ ଆବେଦନ ଶୁଳ୍କ ଦେବାକୁ ସକ୍ଷମ ହେବେ ।

Get real time updates directly on you device, subscribe now.