fbpx

ଚଳନ୍ତା ମେଟ୍ରୋ ଟ୍ରେନରେ ଭିଡ ଭିତରେ ଆୟୋଜିତ ହେଲା ଫ୍ୟାଶନ ଶୋ’, ୨ରୁ ଆରମ୍ଭ କରି ୫୦ ବର୍ଷ ବୟସ ପର୍ଯ୍ୟନ୍ତ ଲୋକମାନେ କଲେ କ୍ୟାଟୱାକ୍

ନାଗପୁର: ମହାରାଷ୍ଟ୍ରରୁ ଏକ ଆଚମ୍ବିତ କରିଦେବା ଭଳି ଖବର ସାମ୍ନାକୁ ଆସିଛି । ମହାରାଷ୍ଟ୍ରର ନାଗପୁରରେ ଚଳନ୍ତା ମେଟ୍ରୋ ଟ୍ରେନ ମଧ୍ୟରେ ଫ୍ୟାଶନ ଶୋ’ର ଆୟୋଜନ କରାଯାଇଛି । ଏଠାରେ ସୂଚାଇ ଦିଆଯାଇପାରେ ଯେ, ପ୍ରତି ରବିବାର ନାଗପୁର ମେଟ୍ରୋ ଟ୍ରେନରେ ବହୁତ ଭିଡ ହୋଇଥାଏ । ଏଣୁ ଏହିଦିନକୁ ଫ୍ୟାଶନ ଶୋ’ ଲାଗି ଚୟନ କରାଯାଇଥିଲା । ସବୁଠାରୁ ବଡ କଥା ହେଉଛି ଏହି ଫ୍ୟାଶନ ଶୋ’ରେ ୨ ବର୍ଷରୁ ଆରମ୍ଭ କରି ୫୦ ବର୍ଷ ପର୍ଯ୍ୟନ୍ତ ଲୋକମାନେ ସାମିଲ ହୋଇଥିଲେ ଓ ଅଲଗା ଅଲଗା ବସ୍ତ୍ର ପିନ୍ଧି କ୍ୟାଟୱାକ କରିଥିଲେ ।

ଏହି ଶୋ’ ଲାଗି ଡ୍ରେସ୍ ତିଆରି କରୁଥିବା ଲୋକ ଅଲଗା ରହିଥିବା ବେଳେ କ୍ୟାଟୱାକ କରୁଥିବା ଲୋକ ଅଲଗା ରହିଛନ୍ତି । ଶୋ’ ଦେଖଣାହାରୀ ଏହାକୁ ବେଶ୍ ଉପଭୋଗ କରିଛନ୍ତି । ତେବେ ପ୍ରଥମେ ତ ଯାତ୍ରୀ ଏହା ଦେଖି ପ୍ରଥମେ ଯାତ୍ରୀମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ମେଟ୍ରୋରେ ଏହି ପ୍ରକାର ଫ୍ୟାଶନ ଶୋ’ ପ୍ରଥମ ଥର ଲାଗି ଆୟୋଜିତ କରାଯାଇଥିଲା । ଏହା ଦେଖି ଯାତ୍ରୀମାନେ ଜୋରଦାର ତାଳି ବଜାଇବା ସହ ଖୁବ୍ ଉପଭୋଗ କରିଥିଲେ ।

ଏଠାରେ ସୂଚାଇ ଦିଆଯାଇପାରେ ଯେ, ନାଗପୁର ମେଟ୍ରୋ ସେଲିବ୍ରେସନ ଅନ୍ ହ୍ୱିଲ ନାମରେ ଏକ ଯୋଜନା ପରିଚାଳିତ କରିଆସୁଛି । ଏହି ଯୋଜନା ଜରିଆରେ ଲୋକମାନେ କିଛି ଟଙ୍କା ଦେଇ ଏହା ମଧ୍ୟରେ ଜନ୍ମଦିନ, ଏନଗେଜମେଣ୍ଟ ଓ ପ୍ୟାଶନ ଶୋ’ ଆୟୋଜନ କରାଇଥାନ୍ତି ।

Get real time updates directly on you device, subscribe now.