fbpx
BJD SKY
BJD SKY

କେଉଁ ଦିନ ପାଳନ କରାଯିବ ରାକ୍ଷୀପୂର୍ଣ୍ଣିମା , ଜାଣିନିଅନ୍ତୁ ଭଦ୍ରକାଳ ବିଷୟରେ

BJD

ଓଡିଶା ଭାସ୍କର : ହିନ୍ଦୁ ପାଞ୍ଜି ଅନୁସାରେ ରାକ୍ଷୀ ପୂର୍ଣ୍ଣିମା ଶ୍ରାବଣ ମାସର ପୂର୍ଣ୍ଣିମା ତିଥିରେ ପାଳନ କରାଯାଏ । ରାକ୍ଷୀ ପୂର୍ଣ୍ଣିମା ପର୍ବଟି ହିନ୍ଦୁମାନଙ୍କର ଏକ ମହତ୍ୱପୂର୍ଣ୍ଣ ପର୍ବ ଭାବରେ ବିବେଚନା କରାଯାଇଛି । ଯାହା ଭାରତର ଅନେକ ସ୍ଥାନରେ ପାଳନ କରାଯାଏ । ଭାରତ ଛଡା ସାରା ବିଶ୍ୱରେ, ଯେଉଁଠାରେ ହିନ୍ଦୁ ଧର୍ମର ଲୋକମାନେ ରୁହନ୍ତି ସେଠାରେ ଭାଇ ଭଉଣୀଙ୍କ ମଧ୍ୟରେ ଏହି ପର୍ବ ପାଳନ କରାଯାଏ । ରାକ୍ଷୀ ପୂର୍ଣ୍ଣିମା ଭାଇ ଓ ଭଉଣୀର ପ୍ରେମର ପ୍ରତୀକ ବୋଲି ମନେ କରାଯାଉଛି । ଏହି ଦିନ ଭଉଣୀ ତାର ଭାଇର ହାତରେ ରାକ୍ଷୀ ବାନ୍ଧିଥାଏ । ଚଳିତ ବର୍ଷ ରାକ୍ଷୀ ପୂର୍ଣ୍ଣିମା ଦୁଇ ଦିନ ପାଳନ କରାଯିବ ଅର୍ଥାତ ୩୦ ଏବଂ ୩୧ ଅଗଷ୍ଟରେ । ଏହା ଛଡା ପୂର୍ଣ୍ଣିମା ସହିତ ରାକ୍ଷୀ ବନ୍ଧନର ସଂଯୋଗ ହେଉଥିବାରୁ ରାକ୍ଷୀ ପୂର୍ଣ୍ଣିମା ଶୁଭ ଅଟେ । ଆସନ୍ତୁ ଜାଣିବା ରାକ୍ଷୀ ପୂର୍ଣ୍ଣିମାର ଶୁଭ ସମୟ ଏବଂ ଭଦ୍ରାକାଳ ସଂଯୋଗ ବିଷୟରେ ।

ଶାସ୍ତ୍ର ଅନୁସାରେ ରାକ୍ଷୀପୂର୍ଣ୍ଣିମା ଭଦ୍ରାକାଳର ପାଳନ କଲେ ତାହା ଅଶୁଭ ହୋଇଥାଏ । ଏହାର ଅର୍ଥ ଆପଣ ରାକ୍ଷୀକୁ ୩୦ ଅଗଷ୍ଟ ରାତି ୯ଟା ୨ ମିନିଟରେ ପରେ ନିଜର ଭାଇଙ୍କୁ ବାନ୍ଧିପାରିବେ । ନଚେତ ୩୧ ଅଗଷ୍ଟ ସକାଳ ୭.୫ ମିନିଟ ପୂର୍ବରୁ ଆପଣଙ୍କୁ ରାକ୍ଷୀ ବାନ୍ଧିବାକୁ ହେବ । ରକ୍ଷୀ ପୂର୍ଣ୍ଣିମାରେ ଆପଣଙ୍କ ପୂଜା ଥାଳିରେ ଧୁପ, ଘିଅ, ଦୀପ ରଖିବା ନିହାତି ଆବଶ୍ୟକ, ଏହା ଛଡା ସେଥିରେ ଅକ୍ଷତ ଚାଉଳ, ମିଠା ଆଉ ଭାଇକୁ ଯେଉଁ ରାକ୍ଷୀ ବାନ୍ଧିବ ସେହି ରାକ୍ଷୀ ରଖିବେ । ଯଦି ଆପଣଙ୍କ ଘରେ ବାଲ ଗୋପାଳଙ୍କ ମୂର୍ତ୍ତି ଅଛି ତେବେ ଆପଣ ତାଙ୍କୁ ମଧ୍ୟ ରାକ୍ଷୀ ବାନ୍ଧି ପାରିବେ ।

ରକ୍ଷୀ ପୂର୍ଣ୍ଣିମା ସକାଳୁ ଉଠି ନିତ୍ୟକର୍ମ ସାରିବା ପରେ ମନ୍ଦିର ଯାଆନ୍ତୁ ଏହା ପରେ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଆପଣ ରୂପା କିମ୍ବା ପିତ୍ତଳ ଥାଳିରେ ଚନ୍ଦନ, ସିନ୍ଦୁର, ଚାଉଳ, ରାକ୍ଷୀ ଦୀପ ଆଦି ରଖନ୍ତୁ । ଏହି ଥାଳି ପ୍ରଥମେ ଭଗବାନଙ୍କୁ ସମର୍ପଣ କରନ୍ତୁ ଏହା ପରେ ଶ୍ରୀ କୃଷ୍ଣଙ୍କୁ ଗୋଟିଏ ରାକ୍ଷୀ ବାନ୍ଧନ୍ତୁ । ଭଗବାନଙ୍କୁ ରାକ୍ଷୀ ବାନ୍ଧିଲା ପରେ ଶୁଭ ସମୟ ଦେଖି ନିଜ ଭାଇକୁ ଉତ୍ତର ଦିଗ ପଟକୁ ମୁଖ କରି ବସାଇ ରାକ୍ଷୀ ବାନ୍ଧନ୍ତୁ । ଧ୍ୟାନ ରଖନ୍ତୁ ରାକ୍ଷୀ ବାନ୍ଧିବା ବେଳେ ଆପଣ ଦୁଇ ଜଣଙ୍କ ମୁଖ କୌଣସି କପଡାରେ ଢାଙ୍କି ହୋଇନଥିବ । ରାକ୍ଷୀ ବାନ୍ଧିବା ପରେ ଘରେ ଥିବା ବଡ ଲୋକମାନଙ୍କ ଆଶୀର୍ବାଦ ନିଅନ୍ତୁ ।

Get real time updates directly on you device, subscribe now.